Top Stories

Search here...

News

୧୨ରୁ ଆରମ୍ଭ ହେବ ନିଟ୍-ପିଜି କାଉନସେଲିଂ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ କରୋନା ବିରୋଧରେ ଲଢେ଼ଇକୁ ଆହୁରି ମଜଭୁତ କରିବ

Posted On - 1 week ago
Edited By Prabir Kumar
LAST UPDATED Jan 19, 2022 06:36 AM

ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଅନୁଯାୟୀ, ୨୦୨୨ ଜାନୁଆରୀ ୧୨ରୁ ଏମସିିସି ଦ୍ୱାରା ନିଟ୍-ପିଜି କାଉନସେଲିଂ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ ମାଣ୍ଡଭ୍ୟା କହିଛନ୍ତି ।

 

BBSR Reporters


 ନୂଆଦିଲ୍ଲୀ: ଆସନ୍ତା ବୁଧବାର ଠାରୁ କେନ୍ଦ୍ର ସରକାର ନିଟ୍-ପିଜି କାଉନସେଲିଂ ଆରମ୍ଭ କରିବେ ।  ଏସମ୍ପର୍କରେ ସୂଜନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ ମାଣ୍ଡଭ୍ୟା କହିଛନ୍ତି, ଏହି ପଦକ୍ଷେପ କରୋନା ବିରୋଧରେ ଲଢେ଼କୁ ଆହୁରି ମଜଭୁତ କରିବ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଅନୁଯାୟୀ, ୨୦୨୨ ଜାନୁଆରୀ ୧୨ରୁ ଏମସିିସି ଦ୍ୱାରା ନିଟ୍-ପିଜି କାଉନସେଲିଂ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ ସମସ୍ତ ପ୍ରାର୍ଥୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।

 

ନିଟ୍-ପିଜିର କାଉନସେଲିଂ ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିକଟରେ ଅନୁମତି ଦେବା ସହ ଓବିସିକୁ ୨୭ ପ୍ରତିଶତ ସଂରକ୍ଷଣ ଏବଂ ନିଟ୍-ପିଜି ପରୀକ୍ଷାରେ ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ନେଇ କୋର୍ଟ ସମ୍ମତି ଜଣାଇଥିଲେ । ନିଟ୍-ପିଜି କାଉନସେଲିଂ ବିଳମ୍ବକୁ ବିରୋଧ କରି ଦିଲ୍ଲୀର ଡାକ୍ତରମାନେ ଧର୍ମଘଟ କରିଥିଲେ । ଏହି ସମୟରେ ଡାକ୍ତର ଓ ପୁଲିସ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା । ତେବେ ଆନେ୍ଦାଳନ ବଢ଼ିବା ଦେଖି କେନ୍ଦ୍ର ସରକାର ଦାବି ମାନିବାକୁ ଆଶ୍ୱସନା ଦେଇଥିଲେ । ଏହା ପରେ ଆନେ୍ଦାଳନକୁ ସ୍ଥଗିତ ରଖାଯାଇଥିଲା । 


୧୦୦ରୁ ଅଧିକ ବେସରକାରୀ ଏବଂ ସରକାରୀ କଲେଜରେ ଆଡମିଶନ ପାଇଁ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ନିଟ୍-ପିଜି ଏକ ଯୋଗ୍ୟତା ପରୀକ୍ଷା । ଏହି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ମାର୍କ ଆଧାରରେ ରାଙ୍କ ପ୍ରଦାନ କରାଯାଇଥାଏ । ଏହା ପରେ କାଉନସେଲିଂ ହୁଏ । ଗତ ଅକ୍ଟୋବରରେ ଏହି କାଉନସେଲିଂ ଆରମ୍ଭ ହେବାର ଥିଲା  । କିନ୍ତୁ ପ୍ରାର୍ଥୀଙ୍କ ପାଇଁ ସିଟ୍ ସଂରକ୍ଷଣ ଘୋଷଣା ନେଇ ସରକାରଙ୍କ ବିଜ୍ଞପ୍ତି ବିରୋଧରେ ଆବେଦନ କରାଯିବା ପରେ ବିଳମ୍ବ ହୋଇଥିଲା ।

Related News
satta king tw