Top Stories

Search here...

News

ରାଜ୍ୟରେ ଦୈନିକ ସଂକ୍ରମଣ ୨୨ରୁ ୨୫ ହଜାର ଆସିବ: ରିପୋର୍ଟ

Posted On - 4 days ago
Edited By Prabir Kumar
LAST UPDATED Jan 19, 2022 02:33 AM

ସେହିପରି ଦେଶରେ ପିକ୍ ବେଳେ ଦୈନିକ ୯ରୁ ୧୦ ଲକ୍ଷ କେସ୍ ଆସିପାରେ ବୋଲି ଆକଳନ କରାଯାଇଛି ।

 

BBSR Reporters


ଭୁବନେଶ୍ୱର: ରାଜ୍ୟରେ ଦିନକୁ ଆସିପାରେ ୨୨ରୁ ୨୫ ହଜାର ମାମଲା । ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସାଇନ୍ସ ଓ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ ଇନ୍ଷ୍ଟିଚୁ୍ୟଟ୍ ବେଙ୍ଗାଲୁରୁର ଆକଳନ ଜାନୁଆରୀ ଶେଷ ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପିକ୍ରେ ପହଂଚିବ ସଂକ୍ରମଣ । ପିକ୍ ସମୟରେ ଦୈନିକ ସଂକ୍ରମଣ ୨୨ରୁ ୨୫ ହଜାର ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରାଯାଇଛି । ପରବର୍ତୀ ସମୟରେ ଏହା ୧୫ରୁ ୨୦ ହଜାର ପର୍ଯ୍ୟନ୍ତ ରହିପାରେ । ସେହିପରି ଦେଶରେ ପିକ୍ ବେଳେ ଦୈନିକ ୯ରୁ ୧୦ ଲକ୍ଷ କେସ୍ ଆସିପାରେ ବୋଲି ଆକଳନ କରାଯାଇଛି ।

 

ଏବେ ରାଜ୍ୟରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୧୦ ହଜାର ପାର କଲାଣି । ସଂକ୍ରମଣ ଲଗାତର ବଢିପାରେ ଲାଗିଛି । ସେହିପରି ଦେଶରେ ଦୈନିକ ସଂକ୍ରମଣ ଅଢେଇ ଲକ୍ଷ ପାର କଲାଣି । ରାଜ୍ୟରେ  ଗତ ୨୪ ଘଂଟା ମଧ୍ୟରେ ୧୦ ହଜାର ୨୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଏମାନଙ୍କ ମଧ୍ୟରୁ  ୧୮ ବର୍ଷ ମଧ୍ୟରେ ହଜାର ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ଖୋର୍ଦ୍ଧାରେ ସର୍ବାଧିକ  ୩୪୯୬ ସଂକ୍ରମିତ ଆକ୍ରାନ୍ତ ଚିହ୍ନଟ  ହୋଇଥିବା ବେଳେ  ସୁନ୍ଦରଗଡରୁ  ୧୦୪୯, କଟକରୁ ୮୪୪, ବାଲେଶ୍ୱରରୁ ୪୫୭ ମୟୁରଭଞ୍ଜରୁ ୩୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ସମେତ ଭୁବନେଶ୍ୱରରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।  ଘରେ ଘରେ ଥଣ୍ଡା, କାଶ ଓ ଜ୍ୱର ଦେଖାଦେଇଛି । ଭୁବନେଶ୍ୱରରେ ସବୁ ଅଂଚଳରେ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଭୁବନେଶ୍ୱର ମହାନଗର  ନିଗମ ଅଫିସରୁ ୨୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଏହି  ଅଫିସ ଏବେ କରୋନାର ହଟସ୍ପଟ ପାଲିଟିଛି । ରାଜ୍ୟରେ ପଜିଟିଭିଟି ହାର ୧୨. ୪୧ ପ୍ରତିଶତ ରହିଛି । ଟିପିଆର ଅନୁସାରେ ୧୩ ଜିଲ୍ଲା ରେଡ ଜୋନକୁ ଯାଇଛି ।

Related News
satta king tw