Top Stories

Search here...

News

ଓଡିଶାରୁ ଏକା ଥରେ ୨୩ ଓମିକ୍ରନ ଆକ୍ରନ୍ତ ଚିହ୍ନଟ

Posted On - 6 minutes ago
Edited By Prabir Kumar
LAST UPDATED Jan 02, 2022 08:16 PM

ନୂଆ ଆକ୍ରାନ୍ତ ମଧ୍ୟରୁ ୫୦ ପ୍ରତିଶତ ବିଦେଶରୁ ଫେରିଥିବା ବେଳେ ୫୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ଦେଇଛି ଆଇଏଲଏସ ।

 

BBSR Reporters


ଈୁବନେଶ୍ୱର: ଓଡିଶାରୁ ଆଉ ୨୩ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରନ୍ତଙ୍କ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଛି ଆଇଏଲଏସ । ନୂଆ ଆକ୍ରାନ୍ତ ମଧ୍ୟରୁ ୫୦ ପ୍ରତିଶତ ବିଦେଶରୁ ଫେରିଥିବା ବେଳେ ୫୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ଦେଇଛି ଆଇଏଲଏସ । ଆଜିର ଆକ୍ରାନ୍ତଙ୍କ ମିଶାଇବଲେ ରାଜ୍ୟରେ ମୋଟ୍ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ଓମିକ୍ରନର ପ୍ରଥମ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି ।

 

୨୩ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି । ୨୩ ମଧ୍ୟରୁ ୧୧ ବିଦେଶ ଫେରନ୍ତା, ୧୨ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସମସ୍ତ ଚିହ୍ନଟଙ୍କ ବୟସ ୮ରୁ ୮୩ ବର୍ଷ ଯାଏ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ୮୩ ବର୍ଷ ହୋଇଥିବା ବେଳେ ଜଣେ ୮ ବର୍ଷର ଶିଶୁ ମଧ୍ୟ ରହିଥିବା ସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି ।

 

ତେବେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୩ ଜଣ ମଧ୍ୟରୁ କେନ୍ଦୁଝରରୁ ୭ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ସମ୍ବଲପୁର ଓ ପୁରୀ ଜିଲ୍ଲାରୁ ୩ ଲେଖାଏ, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାରୁ ୨ ଜଣ ଲେଖାଏ ଏବଂ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି । ତେଣୁ ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ତେବେ ସ୍ଥାନୀୟ ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରୀର ଯାଞ୍ଚ ଚାଲିଥିବା ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
 

Related News
satta king tw