Top Stories

Search here...

News

ଆସନ୍ତା ୩ ତାରିଖରୁ ସ୍କୁଲ ଖୋଲିବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

Posted On - 7 minutes ago
Edited By Team BbsrReporters
LAST UPDATED Dec 31, 2021 07:39 PM

ସ୍କୁଲ ଖୋଲିବା ପରେ ୪ତାରିଖ ଦିନ ସମୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ବୈଠକ କରିବେ ।

 

BBSR Reporters

 

ଭୁବନେଶ୍ୱର: ଆସନ୍ତା ୩ ତାରିଖରୁ ପ୍ରଥମରୁ ପଂଚମ ଯାଏଁ ସ୍କୁଲ ଖୋଲିବ । ସ୍କୁଲ ଖୋଲିବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି । ସଚିବ, ଡିଇଓ ଓ ବିଇଓଙ୍କ ସହ ବୈଠକ କରିଛନ୍ତି । ସ୍କୁଲ ଖୋଲିବା ପରେ ୪ତାରିଖ ଦିନ ସମୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ବୈଠକ କରିବେ । ତେବେ ଯିଏ ଚାହିଁବ ଅନଲାଇନରେ କ୍ଲାସ କରିପାରିବ ବୋଲି ସମୀର ଦାଶ ସୂଚନା ଦେଇଛନ୍ତି ।

 

ଭିତିଭୂମିକୁ ନଜରରେ ରଖି ନିଷ୍ପତି ନିଆଯାଇଥିବା ବେଳେ ସ୍କୁଲ କ୍ୟାମ୍ପସ ସ୍ୱଚ୍ଛ ରଖାଯାଇଛି । ଗହଳି ସ୍ଥାନରୁ ପିଲାଙ୍କୁ ଦୂରରେ ରଖିବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଓମିକ୍ରନକୁ ଦୃଷ୍ଟିରେ ରଖି ସଂକ୍ରମଣ ମୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହୋଇଛି । ୨୦୨୨ରେ ପରୀକ୍ଷା ଠିକ ସମୟରେ ହେବ ଏବଂ ଫଳ ଠିକ ସମୟରେ ପ୍ରକାଶ ପାଇବାକୁ ପ୍ରସ୍ତୁତି କରିଛି ଗଣଶିକ୍ଷା ବିଭାଗ ।ତେବେ ପିଲାମାନେ ବି ପ୍ରସ୍ତୁତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । 


 

Related News
satta king tw