Top Stories

Search here...

News

ଭାରତକୁ ସ୍କିଲ୍ କ୍ୟାପିଟାଲ ସହ ଯୁବକଙ୍କୁ ଉଦ୍ୟମୀ କରିବା ଆମ ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ  

Posted On - 8 minutes ago
Edited By Team BbsrReporters
LAST UPDATED Dec 13, 2021 10:45 AM

ୟୁପିରେ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ବହୁମୁଖୀ ସମ୍ମିଳନୀ କକ୍ଷର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

 

BBSR Reporters


ଚନେ୍ଦøଲି: ଭାରତକୁ ସ୍କିଲ୍ କ୍ୟାପିଟାଲ କରିବା ଏବଂ ଯୁବକଙ୍କୁ ଉଦ୍ୟମୀ ତଥା ସେମାନଙ୍କୁ ରୋଜଗାର ସହ ଯୋଡ଼ିବା ଆମର ସର୍ବୋଚ୍ଚ ପ୍ରାଥମିକତାରେ ରହିଛି ବୋଲି ରବିବାର ଉତରପ୍ରଦେଶ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର- ଚନେ୍ଦøଲି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ବହୁମୁଖୀ ସମ୍ମିଳନୀ କକ୍ଷର ଉଦ୍ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ନୂତନ ସମ୍ମିଳନୀ କକ୍ଷର ଉଦ୍ଘାଟନ ପାଇଁ ସମସ୍ତ ବିଦ୍ୟାର୍ଥୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଲୋକାର୍ପିତ ଏହି ବହୁମୁଖୀ ହଲ୍ ଯୁବ ବର୍ଗ, ବିଦ୍ୟାର୍ଥୀ ଏବଂ ଜନସାଧାରଣମାନେ ଉପକୃତ ହେବେ । ଏଠାରେ ପିଲାମାନେ କ୍ରୀଡ଼ା, ସହ ପାଠ ପଢ଼ି ପାରିବେ । ସେମାନଙ୍କ କୌଶଳ ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯାଇପାରିବ । ଏହାସହ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଏହି ହଲରେ ଆଦି ହେବାର ବ୍ୟବସ୍ଥା ରହିଛି । ଆଗାମୀ ଦିନରେ ଏହି ବହୁମୁଖୀ ହଲ୍ ଶିକ୍ଷା ଏବଂ ଦକ୍ଷତାର ମନ୍ଦିର ହେବ । ଚନେ୍ଦøଲିର ଯୁବକ ଶିକ୍ଷା ଏବଂ ଦକ୍ଷତା ସହ ଯୋଡ଼ିହେବା ଭଳି ସ୍ଥାନୀୟ ଲୋକଙ୍କ ଆକାଂକ୍ଷା ରହିଥିବା ବେଳେ ଆଗାମୀ ଦିନ ମାନଙ୍କର ଏହି ବିଦ୍ୟାଳୟକୁ ଆହୁରି ଅଧିକ ଭବ୍ୟ କରାଯିବ । ୨୦୨୨ ଜାନୁଆରୀ ମାସରେ ବିଦ୍ୟାଳୟ ପରିସରରେ ଏକ ଦକ୍ଷତା କେନ୍ଦ୍ର ମଧ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ବିଶ୍ୱନାଥ ଧାମରେ ଭବ୍ୟତାର ନୂଆ ରୂପରେଖର ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନନ୍ତ ପ୍ରୟାସ ଏବଂ ଜନଆସ୍ଥା କାରଣରୁ ଆଜି ୨୫୦ ବର୍ଷ ପରେ କାଶୀ ବିଶ୍ୱନାଥ ଧାମର ପୁନଃନିର୍ମାଣ ହେଉଛି । ଆସନ୍ତାକାଲି ଦିବ୍ୟ କାଶୀ ଭବ୍ୟକାଶୀର ଲୋକାର୍ପଣ ଏବଂ ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର - ଚନେ୍ଦøଲିର କେନ୍ଦ୍ରୀୟ ବିଦ୍ୟାଳୟରେ ସୁନ୍ଦର ନବନିର୍ମିତ ବହୁମୁଖୀ ସମ୍ମିଳନୀ କକ୍ଷର ଉଦ୍ଘାଟନ ଜନସାଧାରଣଙ୍କୁ ଅତ୍ୟନ୍ତ ଗୌରବାନ୍ୱିତ କରିଛି । ଭାରତକୁ ସ୍କିଲ କ୍ୟାପିଟାଲ କରିବା, ଯୁବକଙ୍କୁ ଉଦ୍ୟମୀ ଏବଂ ରୋଜଗାର ସହ ଯୋଡ଼ିବା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । ସ୍କିଲ ଗ୍ୟାପକୁ ଚିହ୍ନଟ କରିବା ପାଇଁ ଜିଲ୍ଲା ଦକ୍ଷତା କମିଟି ଗଠନ କରାଯାଇଛି । ଭେଲ୍ ହେଉ କିମ୍ବା ରେଲ୍ କିମ୍ବା ଚନେ୍ଦøଲିର ଟେକ୍ସଟାଇଲର ବ୍ୟବସାୟ ; ଜିଲ୍ଲାର ନାଗରିକ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
 

Related News
satta king tw