Top Stories

Search here...

News

ଅଯୋଧ୍ୟାରେ “ଯୁବ ଉତ୍ଥାନ” ସମ୍ମିଳନୀରେ ଯୁବସାଥୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ 

Posted On - 6 minutes ago
Edited By Prabir Kumar
LAST UPDATED Dec 12, 2021 05:05 PM

ଯୁବପିଢିଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଚେଷ୍ଟାରତ ମୋଦି ସରକାର - ଧର୍ମେନ୍ଦ୍ର ପ୍ରଧାନ  

 

BBSR Reporters

 

ଅଯୋଧ୍ୟା: ଆଜିର ଯୁବପିଢି ଏକବିଂଶ ଶତାବ୍ଦୀରେ ରୋଜଗାର, ଆର୍ଥôକ ପ୍ରଗତି, ସମାନତା, ଦାରିଦ୍ର୍ୟରୁ ମୁକ୍ତି ଏବଂ ନିଜର ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ ଚାହୁଁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତପପ୍ରଦେଶରେ ବିଜେପି ସରକାର ଯୁବପିଢିଙ୍କ ଅପେକ୍ଷାକୁ ସାକାର କରିବା ପାଇଁ ପ୍ରଚେଷ୍ଟାରତ ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ଶନିବାର ଅଯୋଧ୍ୟା ସ୍ଥିତ ଡା. ରାମମନୋହର ଲୋହିଆ ଅବଧ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଭାରତୀୟ ଜନତା ଯୁବ ମୋର୍ଚ୍ଚାର “ଯୁବ ଉତ୍ଥାନ” ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ମ୍ୟାନେଜମେଂଟ, ଆଇନ, ଡାକ୍ତରୀ ବିଜ୍ଞାନ, ଯୁବ ଡାକ୍ତର, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ତଥା ଯୁବ ଉଦ୍ୟୋଗୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ।

 

 

ସେ କହିଛନ୍ତି ଯେ କରୋନା ସମୟରେ ସମଗ୍ର ବିଶ୍ୱ ଭାରତର ଯୁବଶକ୍ତିର ଦକ୍ଷତା, କ୍ଷମତା ଏବଂ ଶକ୍ତିକୁ ଅନୁଭବ କରିଛି । କୋଭିଡ୍ ସମୟରେ ଛାତ୍ରଛାତ୍ରୀ ଏବଂ ଯୁବ ସମୂହଙ୍କ ଶିକ୍ଷା କ୍ଷେତ୍ରରେ ହୋଇଥିବା କ୍ଷତିକୁ ପୂରଣ କରିବା ପାଇଁ ଆରମ୍ଭ ହୋଇଥିବା ଯୁବ ଉତ୍ଥାନ ଏକ ସଶକ୍ତ ମଂଚ ଭାବରେ ଉଭା ହୋଇଛି । ନିଜର ମାତୃଭାଷାକୁ ଉପେକ୍ଷା କରି କୌଣସି ବି ଶକ୍ତିଶାଳୀ ରାଷ୍ଟ୍ର ମହାଶକ୍ତି ହୋଇପାରିନାହିଁ । ଏକବିଂଶ ଶତାବ୍ଦୀରେ ଭାରତ ତାଳ ସହ ତାଳ ଦେଇ ବିଶ୍ୱ ସାଥୀରେ ଆଗକୁ ବଢ଼ୁଛି ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ସ୍ଥାନୀୟ ଭାଷାରେ ଶିକ୍ଷା ତଥା ଉଚ୍ଚ ଶିକ୍ଷା ମାଧ୍ୟମରେ ସାମାଜିକ ପରିବର୍ତନକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି ।

 

ଏହି ଯୁବ ଉତ୍ଥାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉପସ୍ଥିତ ଯୁବକ ଯୁବତୀଙ୍କ ସହ ଦେଶରେ ଅର୍ଥବ୍ୟବସ୍ଥା, ବ୍ୟବସାୟ, ଉଚ୍ଚ ଶିକ୍ଷା, ରୋଜଗାର, ଆଧୁନିକୀକରଣ ଏବଂ ସାମଗ୍ରିକ ବିକାଶ ଭଳି ପ୍ରସଙ୍ଗ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରିବା ସହ ରାଷ୍ଟ୍ରୀୟ ଶିକ୍ଷା ନୀତି ତଥା ଅନ୍ୟାନ୍ୟ ବିଷୟ ଉପରେ ପଚରାଯାଇଥିବା ପ୍ରଶ୍ନର ଉତର ଦେଇଥିଲେ । ଏହାବ୍ୟତିତ ଶ୍ରୀ ପ୍ରଧାନ ଅଯୋଧ୍ୟା ଗସ୍ତ ଅବସରରେ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତା ମାନଙ୍କ ସହ ନିର୍ବାଚନ ସମ୍ପର୍କିତ ଏକ ପୃଥକ ସମୀକ୍ଷା ବୈଠକ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Related News
satta king tw