Top Stories

Search here...

News

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ୪୦ ରୁ ଊଦ୍ଧ୍ୱର୍ ଛାତ୍ରୀ କୋଭିଡ ପଜିଟିଭ୍

Posted On - 6 minutes ago
Edited By Team BbsrReporters
LAST UPDATED Dec 13, 2021 11:10 AM

ବିଦ୍ୟାଳୟରେ ୮୦ ରୁ ଉଦ୍ଧ୍ୱର୍ ଛାତ୍ରୀଙ୍କ ଆଂଟିଜେନ୍ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୦ ରୁ ଉଦ୍ଧ୍ୱର୍ ବାଳିକାଙ୍କ କୋଭିଡ୍ ପଜିଟିଭ୍ ଆସିଛି ।

 

BBSR Reporters

 

 
କପ୍ତିପଦା: ଶିକ୍ଷାନୁଷ୍ଠାନରେ ବଢୁଛି କରୋନା ସଂକ୍ରମଣ । ମୟୁରଭଞ୍ଜ କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଏକା ସାଙ୍ଗରେ ୪୦ ରୁ ଊଦ୍ଧ୍ୱର୍ ଛାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଶହେରୁ ଉଦ୍ଧ୍ୱର୍ ବାଳିକା ପଢୁଥିବା ଏହି ବିଦ୍ୟାଳୟରେ ୮୦ ରୁ ଉଦ୍ଧ୍ୱର୍ ଛାତ୍ରୀଙ୍କ ଆଂଟିଜେନ୍ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୦ ରୁ ଉଦ୍ଧ୍ୱର୍ ବାଳିକାଙ୍କ କୋଭିଡ୍ ପଜିଟିଭ୍ ଆସିଛି ।

 

ଯାହାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ । ଏହି ଘଟଣା ଜଣାପଡିବା ପରେ କପ୍ତିପଦାରୁ ମେଡିକାଲ ଟିମ୍ ବିଦ୍ୟାଳୟରେ ପହଂଚି ବିଦ୍ୟାଳୟରେ ଥିବା ଅନ୍ୟ ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନମୁନା ସଂଗ୍ରହ କରୁଛନ୍ତି । ଏଥିସହିତ ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବା ନିମନ୍ତେ ନମୁନା ସଂଗ୍ରହ କରାଯାଇଛି । ଏହା ବ୍ୟତୀତ କରୋନା ପଜିଟିଭ୍ ଚିହ୍ନଟ ହୋଇ ନ ଥିବା ଛାତ୍ରୀମାନଙ୍କୁ ଅଲଗା ରଖାଯିବାର ବ୍ୟବସ୍ଥା କରାଯାଇଛି ।

Related News
satta king tw