Top Stories

Search here...

News

କୋଟିଆରେ ଖୋଲିବ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ

Posted On - 6 minutes ago
Edited By Team BbsrReporters
LAST UPDATED Dec 14, 2021 03:28 PM

ଏପଟେ ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ ସତ୍ୱେ କେତେବେଳେ ଆନ୍ଧ୍ର ଅଧିକାରୀ ଆସି କୋଟିଆରେ ବୃକ୍ଷରୋପଣ ପାଇଁ ମାଗଣା ଚାରା ବଣ୍ଟନ କରିଛନ୍ତି ।

 

BBSR Reporters


କୋରାପୁଟ: କୋଟିଆ ମୋହ ଛାଡ଼ିପାରୁନି ଆନ୍ଧ୍ର । ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ ସତ୍ୱେ କେତେବେଳେ ଆନ୍ଧ୍ର ଅଧିକାରୀ ଆସି କୋଟିଆରେ ବୃକ୍ଷରୋପଣ ପାଇଁ ମାଗଣା ଚାରା ବଣ୍ଟନ କରିଛନ୍ତି । ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରୁଛନ୍ତ । କେତେବେଳେ ଅସ୍ଥାୟୀ ସ୍କୁଲ କରି ପିଲାମାନଙ୍କୁ ପାଠ ପଢ଼ାଉଛି । ଓଡ଼ିଶା ସରକାର କୋଟିଆରେ ଉନ୍ନତିକରଣ କାର୍ଯ୍ୟ କରିବାରେ ଲାଗିପଡ଼ିଛି । ଏପରି ସ୍ଥଳେ କୋଟିଆରେ ଉନ୍ନତିକରଣ କାର୍ଯ୍ୟ ଚାଲିଥିବା ବେଳେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ।

 

 ଆନ୍ଧ୍ର ମୁହାଁ ହେଉଥିବା ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ପାଠ ପଢିବାକୁ ସୁବିଧା ମିଳିବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ସେ କହିଛନ୍ତି, ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ନିକଟବର୍ତ୍ତୀ ଗାଁ ଗୁଡିକର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ଗଂଜେଇ ପଦରରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ଏଥିରେ ପିଲାମାନଙ୍କୁ ସିବିଏସସି ପାଠ୍ୟକ୍ରମରେ ପାଠ ପଢ଼ାଯିବ । ତେଲୁଗୁ ଭାଷାରେ ପାଠ ପଢିବାକୁ ଆନ୍ଧ୍ର ମୁହାଁ ହେଉଥିବା ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ପାଠ ପଢିବାକୁ ସୁବିଧା ମିଳିବ ।

 

ଜିଲ୍ଲାପାଳ କହିଛନ୍ତି, ଏହି ବିଦ୍ୟାଳୟ ଖୋଲିଲେ କୋଟିଆ ଓ ପଟାଙ୍ଗୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷା ପାଇ ପାରିବେ । ବିଦ୍ୟାଳୟ ଘର ନିର୍ମାଣ ହେବା ପର୍ଯ୍ୟନ୍ତ ଗଂଜେଇ ପଦରରେ ଥିବା ଆଦିବାସୀ ଜାତି ଓ ଜନଜାତି ଦ୍ୱାରା ନିର୍ମିତ ବିଦ୍ୟାଳୟରେ ପାଠ ପଢ଼ାଯିବ ସେ କହିଛନ୍ତି ।


 

Related News
satta king tw