Top Stories

Search here...

News

କ୍ୟାବିନେଟ୍ ନିଷ୍ପତି; ସପ୍ତମ ବେତନ ଆଧାରରେ  ଦରମା ପାଇବେ ସ୍କୁଲ ଶିକ୍ଷକ ଓ କର୍ମଚାରୀ

Posted On - 6 minutes ago
Edited By Team BbsrReporters
LAST UPDATED Dec 31, 2021 07:01 PM

କ୍ୟାବିନେଟ ବୈଠକରେ ୯ଟି ନିଷ୍ପତି ଉପରେ ମୋହର ବାଜିଛି  ।

 

BBSR Reporters

 

ଭୁବନେଶ୍ୱର: କ୍ୟାବିନେଟ ବୈଠକରେ ୯ଟି ନିଷ୍ପତି ଉପରେ ମୋହର ବାଜିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ସ୍କୁଲର ଶିକ୍ଷକ ଓ କର୍ମଚାରୀ ସପ୍ତମ ବେତନ ଆଧାରରେ  ଦରମା ପାଇବେ । ଏହାଦ୍ୱାରା ୨୬ ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବ ।  ଜାନୁଆରୀ ପହିଲା ୨୦୨୨ରୁ ସେମାନେ ଏହି ଦରମା ପାଇବେ । ସେହିଭଳି ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଶିକ୍ଷକ ଓ ଅଣଶିକ୍ଷକ ମଧ୍ୟ ଏହି ନୂତନ ବେତନ ପାଇବେ ।

 

କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ୯ଟି  ପ୍ରସ୍ତାବ ମଧ୍ୟରେ ଶତ ପ୍ରତିଶତ ବ୍ଲକଗ୍ରାଣ୍ଟ ଅନୁଦାନ ପାଉଥିବା ହାଇସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ ଓ ମଦ୍ରାସାର ଯୋଗ୍ୟ ଶିକ୍ଷକ ଓ ଅଣଶିକ୍ଷକଙ୍କୁ ସପ୍ତମ ବେତନ ହାରରେ ଗ୍ରାଣ୍ଟ-ଇନ୍-ଏଡ୍ ପ୍ରଦାନ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି  । ଏହା ଦ୍ୱାରା ଏସବୁ ସ୍କୁଲ ଓ ମଦ୍ରାସାର ୧୦୦ ପ୍ରତିଶତ ଗ୍ରାଣ୍ଟଇନ୍ ଏଡ୍ ପାଉଥିବା ୨୬୧୬୪ଜଣ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ  । ଏଥିପାଇଁ ରାଜକୋଷ ଉପରେ ବାର୍ଷିକ ୧୨୬କୋଟି ଟଙ୍କା ଅତିରିକ୍ତ ବୋଝ ପଡ଼ିବ । ଏହି ସ୍କୁଲ ଓ ମଦ୍ରସାଗୁଡ଼ିକର ଶିକ୍ଷକ ଓ ଅଣଶିକ୍ଷକମାନେ ଏବେ ଷଷ୍ଠ ବେତନ ହାରରେ ଶତପ୍ରତିଶତ ଗ୍ରାଣ୍ଟଇନଏଡ୍ ପାଉଛନ୍ତି । ଆସନ୍ତା ୨୦୧୮ ଜାନୁୟାରୀ ପହିଲାରୁ ପିଛିଲା ଭାବେ ସେମାନେ ସପ୍ତମ ବେତନ ହାରରେ ଗ୍ରାଣ୍ଟଇନଏଡ୍ ପାଇବେ । 

 

ସେହିପରି ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକର ଉଭୟ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ହାରରେ ଗ୍ରାଣ୍ଟଇନଏଡ୍ ଦେବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି  । ଏଥିରେ ମୋଟ ୧୫,୬୬୪ଜଣ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ  । ଏଥିପାଇଁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ୧୬୬କୋଟି ଟଙ୍କାର ବୋଝ ପଡ଼ିବ  । ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକର ଷଷ୍ଠ ବେତନ କମିଶନ ହାରରେ ଶତପ୍ରତିଶତ ଗ୍ରାଣ୍ଟଇନଏଡ୍ ପାଉଥିବା ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀମାନେ ପିଛିଲା ଭାବେ ଏହି ସଂଶୋଧିତ ଅନୁଦାନ ୨୦୧୮ ଜାନୁୟାରୀ ୧ରୁ ପାଇବେ । ୨୦୨୨ ଫେବୃୟାରୀ ମାସ ଦରମାରେ ଏହି ବର୍ଦ୍ଧିତ ଅନୁଦାନ ସେମାନଙ୍କୁ ସିଧାସଳଖ ମିଳିବ ବୋଲି ସେ କହିଛନ୍ତି ।

Related News
satta king tw