Top Stories

Search here...

News

ନୂଆ ବର୍ଷରେ ନିଯୁକ୍ତି ସୁଯୋଗ; ଓପିଏସପି ବାହାର କଲା ୧୨୦୧ ପଦବୀ, ୧୦ରୁ ଆବେଦନ

Posted On - 7 minutes ago
Edited By Team BbsrReporters
LAST UPDATED Jan 01, 2022 09:02 PM

ଏଥିରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ଦ୍ୱାରା ଓଡ଼ିଶା ପ୍ରଶାସନିକ ସେବାରେ ୪୦୫ଟି ପଦବୀ ଓ ଓଡ଼ିଶା ସଚିବାଳୟ ସେବାରେ ୭୯୬ଟି ପଦବୀ ରହିଛି ।  

 

BBSR Reporters

 

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା ଏବଂ ଓଡ଼ିଶା ସଚିବାଳୟ ସେବା ପାଇଁ ୧୨୦୧ ପଦବୀ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏଥିରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ଦ୍ୱାରା ଓଡ଼ିଶା ପ୍ରଶାସନିକ ସେବାରେ ୪୦୫ଟି ପଦବୀ ଓ ଓଡ଼ିଶା ସଚିବାଳୟ ସେବାରେ ୭୯୬ଟି ପଦବୀ ରହିଛି ।  


ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ପ୍ରଶାସନିକ ସେବାର ଗ୍ରୁପ ଏ ଓ ବି ବର୍ଗର ଏହି ମୋଟ ୪୦୫ଟି ପଦବୀ ମଧ୍ୟରୁ ୧୩୨ଟି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି  । ଏହି ୪୦୫ଟି ପଦବୀ ମଧ୍ୟରୁ ୨୧୬ଟି ପଦବୀ(୭୨ଟି ମହିଳା) ଅଣସଂରକ୍ଷିତ ଥିବାବେଳେ ୩୬(୧୧ ମହିଳା)ଟି ପଛୁଆ ବର୍ଗ, ୬୬ଟି(୨୧ ମହିଳା) ଅନୁସୂଚିତ ଜାତି, ୮୭ଟି(୨୮-ମହିଳା) ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି  । ଏଥିରେ ମୋଟ ୧୮ଟି ପଦବୀ ଦିବ୍ୟାଙ୍ଗଙ୍କ ପାଇଁ ୭ଟି ଏକ୍ସ ସର୍ଭିସ ମ୍ୟାନ୍ ଓ ୩ଟି ସ୍ପୋର୍ଟସ କୋଟା ପାଇଁ ସଂରକ୍ଷିତ ରହିଛି  ।

 

୪୦୫ଟି ପଦବୀ ମଧ୍ୟରୁ ଗ୍ରୁପ- ‘ଏ’ ରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପାଇଁ ୫୦ଟି, ଓଡ଼ିଶା ଅର୍ଥ ସେବା(ଓଏଫଏସ) ପାଇଁ ୯୭ଟି, ଓଡ଼ିଶା ପୁଲିସ ସେବା(ଓପିଏସ) ପାଇଁ ୬ଟି ପଦବୀ ନିମନ୍ତେ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଗ୍ରୁପ୍-’ବି’ ରେ ଓଡ଼ିଶା ସମବାୟ ସେବାରେ ୨ଟି ପଦବୀ, ଓଡ଼ିଶା ଶ୍ରମ ସେବାରେ ୧୫୦ଟି ପଦବୀ, ଓଡ଼ିଶା ରାଜସ୍ୱ ସେବାରେ ୪୦ଟି, ଓଡ଼ିଶା ନିଯୁକ୍ତି ସେବାରେ ୧୦ଟି , ଓଡ଼ିଶା ୱେଲଫେୟାର ସେବାରେ ୪୨ଟି ଏବଂ ଓଡ଼ିଶା ଟିକସ ସେବାରେ ୮ଟି ପଦବୀ ନିମନ୍ତେ ଆବେଦନ ଆହ୍ୱାନ କରାଯାଇଛି  । 

 

ଏହି ପଦବୀଗୁଡ଼ିକ ନିମନ୍ତେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ  । ଏଥିପାଇଁ ଆସନ୍ତା ୧୦ତାରିଖରୁ ଫେବୃୟାରୀ ୯ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବଦେନ କରିପାରିବେ । ଫେବୃୟାରୀ ୧୮ତାରିଖ ସୁଦ୍ଧା ପଞ୍ଜିକୃତ ଅନଲାଇନ୍ ଆବେଦନକୁ ଦାଖଲ କରିବାକୁ ପଡ଼ିବ  । ପ୍ରାର୍ଥୀମାନେ ଉଭୟ ଓଏଏସ୍ ପ୍ରିଲିମିନାରୀ ଓ ମେନ୍ ପରୀକ୍ଷା ପାଇଁ ଅନଲାଇନରେ ଆବେଦନ କରିବେ  । ଏହି ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀମାନେ ସାକ୍ଷାତକାର ପରୀକ୍ଷା ଦେବା ପୂର୍ବରୁ ଅନଲାଇନରେ କରିଥିବା କରିଥିବା ଆବେଦନର ମୂଳ କପି ସହ ନିଜର ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ସାର୍ଟିଫିକେଟକୁ ଅଫଲାଇନରେ ଦାଖଲ କରିବେ  ।

 

ସେହିପରି ଓଡ଼ିଶା ସଚିବାଳୟ ସେବାରେ ଖାଲି ପଡ଼ିଥିବା ଏଏସଓ(ଆସିଷ୍ଟାଂଟ୍ ସେକ୍ସନ ଅଫିସର) ପଦବୀ ମଧ୍ୟରୁ ୭୯୬ଟି ପଦବୀ ନିମନ୍ତେ ଆବେଦନ ପତ୍ର ଆହ୍ୱାନ କରାଯାଇଛି  । ଏହି ମୋଟ ପଦବୀରୁ ୪୪୭ଟି(୧୪୯ଟି ମହିଳା) ପଦବୀ ଅଣସଂରକ୍ଷିତ ଥିବାବେଳେ ଏସଇବିସି ବର୍ଗ ପାଇଁ ୬୨ଟି(୨୧ଟି ମହିଳା), ଅନୁସୂଚିତ ଜାତି ପାଇଁ ୧୦୯ଟି(୩୬ ମହିଳା) ଓ ଅନୁସୂଚିତ ଜନଜାତି ପାଇଁ ୧୭୮ଟି(୫୯ ମହିଳା) ପଦବୀ ସଂରକ୍ଷିତ ରହିଛି  । ଏହି ମୋଟ ପଦବୀ ମଧ୍ୟରେ ସ୍ପୋର୍ଟସ କୋଟାରେ ୮ଟି (୩ ମହିଳା), ଏକ୍ସ ସର୍ଭିସମ୍ୟାନ ପାଇଁ ୨୪ଟି ଓ ଦିବ୍ୟାଙ୍ଗଙ୍କ ନିମନ୍ତେ ୩୯ଟି(୧୩ ମହିଳା) ପଦବୀ ସଂରକ୍ଷିତ ରହିଛି  । ଏଏସଓ ପଦବୀ ନିମନ୍ତେ ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ  । ଜାନୁୟାରୀ ୨୦ରୁ ଅନଲାଇନ୍ ପଞ୍ଜିକରଣ ଓ ଫି ଦେୟ ଉପଲବ୍ଧ ହେବ ଯାହାକି ଫେବୃୟାରୀ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ପଞ୍ଜିକୃତ ଅନଲାଇନ୍ ଆବେଦନ ଦାଖଲର ଶେଷ ତାରିଖ ଫେବୃୟାରୀ ୨୫ତାରିଖ ରହିଛି  । 


 

Related News
satta king tw