Top Stories

Search here...

News

ପାଖାପାଖି ୭ ବର୍ଷ ପରେ ନିୟମିତ ହେଲେ ୮,୧୦୨ କନିଷ୍ଠ ଶିକ୍ଷକ

Posted On - 6 minutes ago
Edited By Team BbsrReporters
LAST UPDATED Jan 01, 2022 08:09 PM

୨୦୧୫ ଜାନୁଆରୀ ମାସରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ଆଜି ନିୟମିତ କରିଛି l

 

BBSR Reporters


ଭୁବନେଶ୍ୱର: ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ । ୨୦୧୫ ଜାନୁଆରୀ ମାସରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ଆଜି ନିୟମିତ କରିଛି ।  ୬ ବର୍ଷ ୧୧ ମାସ ପରେ ସେମାନଙ୍କୁ ନିୟମିତ କରାଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେହିପରି ୪୦ ହଜାର ୫୨ ଶିକ୍ଷକଙ୍କୁ ପଦନ୍ନୋତି କରାଯାଇଛି । ଦୀର୍ଘ ଦିନ ହେଲା କନିଷ୍ଠ ଶିକ୍ଷକ ମାନେ ଚାକିରୀ ନିୟମିତ ପାଇଁ ଦାବି କରି ଆନେ୍ଦାଳନ କରୁଥିଲେ ।

 

ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ନିୟମିତ କରାଯାଇଛି । ଅନ୍ୟପଟେ ୨୦୨୨ ପାଇଁ ଗଣଶିକ୍ଷା ବିଭାଗର ଅନେକ ଯୋଜନା ରହିଛି । ୨୫୦ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି ବାକି ଥିବା ଅନ୍ୟ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବ ବୋଲି ସୁଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
 

Related News
satta king tw