Top Stories

Search here...

News

୧୦ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ 

Posted On - 1 week ago
Edited By Prabir Kumar
LAST UPDATED Jan 18, 2022 09:43 AM

ଗବେଷକ ଏବଂ ଛାତ୍ର, ଯେଉଁମାନେ ଗବେଷଣା ପ୍ରୋଜେକ୍ଟ କାର୍ଯ୍ୟ କିମ୍ବା ଅନ୍ୟାନ ଶିକ୍ଷାଗତ କାର୍ଯ୍ୟକଳାପ ପାଇଁ ହଷ୍ଟେଲରେ ରହିବାକୁ ଇଛା କରିବେ, ସେମାନେ ଅଣ୍ଡରଟେକିଂ ଦେଇ ରହିପାରିବେ ।

 

BBSR Reporters

 

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ । କରେନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ାକଡ଼ି କଲେ ସରକାର । ଏନେଇ ଏସଆରସିଙ୍କ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଛି । ମେଡ଼ିକାଲ କଲେଜ ଓ ନର୍ସିଂ କଲେଜ ବ୍ୟତିତ ଆଉ ସବୁ କଲେଜ ଓ ୟୁନିଭର୍ସିଟି ବନ୍ଦ ରହିବ । ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ଅନୁଷ୍ଠାନ ବ୍ୟତିତ ସବୁ କଲେଜ ବନ୍ଦ ରହିବ । ପିଲାଙ୍କ କ୍ଲାସ ପାଇଁ ଅନଲାଇନ ବ୍ୟବସ୍ଥା କରିବେ କର୍ତୃପକ୍ଷ ।

 

ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଦୃଷ୍ଟିରୁ ହଷ୍ଟେଲରେ ନ ରହିବାକୁ ପରାମର୍ଶ ଦିଆଯାଇଛି । ଗବେଷକ ଏବଂ ଛାତ୍ର, ଯେଉଁମାନେ ଗବେଷଣା ପ୍ରୋଜେକ୍ଟ କାର୍ଯ୍ୟ କିମ୍ବା ଅନ୍ୟାନ ଶିକ୍ଷାଗତ କାର୍ଯ୍ୟକଳାପ ପାଇଁ ହଷ୍ଟେଲରେ ରହିବାକୁ ଇଛା କରିବେ, ସେମାନେ ଅଣ୍ଡରଟେକିଂ ଦେଇ ରହିପାରିବେ । ସମ୍ପୃକ୍ତ ବିଭାଗ ଗୁଡ଼ିକ ଏହି ପ୍ରସଙ୍ଗରେ ବିସ୍ତୃତ ଏସଓପି ଆଣିବେ ।

Related News
satta king tw