Top Stories

Search here...

News

ବୁଧବାରଠୁ ଆରମ୍ଭ ହେବ ଏନଇଇଟି ପିଜି ନାମଲେଖା ପ୍ରକ୍ରିୟା

Posted On - 1 week ago
Edited By Team BbsrReporters
LAST UPDATED Jan 19, 2022 07:29 AM

ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାର ବୁଧବାର ପାଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି ।

 

 

BBSR Reporters

 

ଭୁବନେଶ୍ୱର: ବୁଧବାରଠୁ ଆରମ୍ଭ ହେବ ଏନଇଇଟି ପିଜି ନାମଲେଖା ପ୍ରକ୍ରିୟା । ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାର ବୁଧବାର ପାଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାନୁଆରୀ ୧୨ରୁ ଏନଇଇଟି ପିଜି ପରୀକ୍ଷା ପାଇଁ ନାମଲେଖା ଆରମ୍ଭ ହେବ ।

 

ଏହି ପ୍ରକ୍ରିୟା କରୋନା ବିରୋଧରେ ଲଢେଇ କରିବା ପାଇଁ ଆହୁରି ବଳ ଯୋଗାଇବ । ସୁପ୍ରିମକୋର୍ଟଙ୍କ ଅନୁମତି କ୍ରମେ ନାମଲେଖାରେ ଓବିସିକୁ ୨୭ ପ୍ରତିଶତ ଏବଂ ଇଡବଲ୍ୟୁଏସକୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ । ନାମଲେଖାରେ ବିଳମ୍ବ ହେବାରୁ ଡାକ୍ତର ମାନେ ଦିଲ୍ଲୀରେ ଆନ୍ଦୋଳନ କରିଥିଲେ । ଏହି ସମୟରେ ପୁଲିସ ଏବଂ ଡାକ୍ତରଙ୍କ ମଧ୍ୟରେ ବିବାଦ ତେଜିଥିଲା । ପରେ ଡାକ୍ତରଙ୍କ ଦାବିକୁ ଗୁରୁତର ସହ ନେଇ ସୁପ୍ରିମକୋର୍ଟରେ ସଂରକ୍ଷଣକୁ ନେଇ ଥିବା ମାମଲାର ଶୀଘ୍ର ଶୁଣାଣି କରିବାକୁ କେନ୍ଦ୍ର ପକ୍ଷ ରଖିଥିଲା । ଏହାପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହାପରେ ନାମଲେଖା ପାଇଁ ବାଟ ଫିଟିଥିଲା ।

Related News
satta king tw