Top Stories

Search here...

News

ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ; ସାଢେ ୬ଟା ପରିବର୍ତ୍ତେ ୭ଟାରୁ ଆରମ୍ଭ ହେବ ସ୍କୁଲ

Posted On - 2 minutes ago
Edited By Prabir Kumar
LAST UPDATED Mar 31, 2022 07:50 PM

ସବୁବେଳେ ଗଣଶିକ୍ଷା ବିଭାଗର ନିଷ୍ପତି କିଏ ନେଉଛି, ଆଉ ନେବା କାହିଁକି ପରିବର୍ତ୍ତନ କରାଯାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

BBSR Reporters


ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ୍ ୨ ତାରିଖରୁ ସକାଳୁଆ ସ୍କୁଲ୍ କରିବା ପାଇଁ ଗତକାଲି ସରକାର ଘୋଷଣା କରିଥିବା ବେଳେ ଆଜି ଏହାର ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସକାଳ ସାଢେ ୬ଟା ପରିବର୍ତେ ୭ଟାରୁ ସ୍କୁଲ ଆରମ୍ଭ ହେବ ବୋଲିକୁହାଯାଇଛି ।  ତେବେ ସବୁବେଳେ ଗଣଶିକ୍ଷା ବିଭାଗର ନିଷ୍ପତି କିଏ ନେଉଛି, ଆଉ ନେବା କାହିଁକି ପରିବର୍ତ୍ତନ କରାଯାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 


ସୂଚନାଯୋଗ. ଗତକାଲି କୁହାଯାଇଥିଲା ଯେ ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ସେହିପରି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ତେବେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

 

ନୂଆ ନିଷ୍ପତ୍ତି ଅନୁଯାୟୀ, ଏପ୍ରିଲ୍ ୨ ତାରିଖରୁ ୬ଟା ୩୦ରୁ ୧୦ଟା ୩୦ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହେବ । ଏବେ ରାଜ୍ୟରେ କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଡେଇଁ ଯାଇଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।
 

Related News
satta king tw