Top Stories

Search here...

News

ଯୁକ୍ତ୨ ପରୀକ୍ଷା ବାତିଲ ଦାବିରେ ଜିଏମୟୁ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

Posted On - 15 minutes ago
Edited By Team BbsrReporters
LAST UPDATED Jan 31, 2022 05:56 PM

କରୋନା ସଂକ୍ରମଣ ବଢ଼ିବା ପରେ ବିଭିିନ୍ନ ପରୀକ୍ଷା ସ୍ଥଗିତ ରଖାଯାଇଥିଲା।

 

BBSR Reporters

 

ସମ୍ବଲପୁର: ଯୁକ୍ତ୨ ପରୀକ୍ଷା ବାତିଲ ଦାବିରେ ଜିଏମୟୁ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ l କରୋନା ସଂକ୍ରମଣ ବଢ଼ିବା ପରେ ବିଭିିନ୍ନ ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ହେଲେ ସଂକ୍ରମଣ କମ ହେବା ପରେ ଦଶମ ଓ ଦ୍ବାଦଶ ପରୀକ୍ଷା ହେବା ନେଇ ଗତ ସପ୍ତାହରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସଙ୍କେତ ଦେଇଥିଲେ। ଏହି ଘୋଷଣା ପରେ ସାରା ରାଜ୍ୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି । ଆଜି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଏକାଠି ହୋଇ ପରୀକ୍ଷା ନ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

 

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ବହୁତ କମ ଦିନ ପାଠ ପଢା ହୋଇଛି। ୩୦% ସିଲାବସ୍ ସଂପୂର୍ଣ୍ଣ ହୋଇନାହିଁ। ମୋବାଇଲ୍ ନଥିବା ଛାତ୍ରଛାତ୍ରୀମାନେ ଏହି ଅନଲାଇନ୍ ପାଠ ମଧ୍ୟ ପଢି ନାହାନ୍ତି। ଆମର ୩ମାସ ମଧ୍ୟରେ ୩ଟି ତ୍ରୈମାସିକ ପରୀକ୍ଷା ମଧ୍ୟ ହୋଇଛି। ଏହି ତ୍ରୈମାସିକ ପରୀକ୍ଷା ଫଳ ଆଧାରରେ ରେଜଲ୍ଟ ଘୋଷଣା କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଯଦି ପରୀକ୍ଷା ବାତିଲ ନହୁଏ ତେବେ ଆନ୍ଦୋଳନ କରିବେ ବୋଲି କୋଶଳ ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଚେତାବନୀ ଦିଆଯାଇଛି।

Related News
satta king tw