Top Stories

Search here...

News

୭ ରୁ ଅଷ୍ଟମରୁ ଉର୍ଦ୍ଧ ଶ୍ରେଣୀ ପାଠପଢା; ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ଖୋଲିବ

Posted On - 6 minutes ago
Edited By Prabir Kumar
LAST UPDATED Feb 03, 2022 07:58 PM

ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଚାପ ପଡ଼ୁଥିଲା  । ତା’ସହିତ ୧୫ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକାକରଣ ମଧ୍ୟ ବ୍ୟାପକ ଭାବେ ହୋଇସାରିଛି । ପିଲାମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ସୋମବାରରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ୍ୱ ପିଲାଙ୍କ ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

 

BBSR Reporters

 


ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ପାଠପଢ଼ା ସ୍ୱାଭାବିକ କରିଛନ୍ତି  । ଆସନ୍ତା ସୋମବାର ଅର୍ଥାତ୍ ୭ ତାରିଖରୁ ଅଷ୍ଟମ ଶ୍ରେଣୀ ଠୁ ତଦୁର୍ଦ୍ଧ୍ୱ ଶ୍ରେଣୀର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ । ସେହିପରି  ୧୪ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲରେ ପାଠପଢ଼ା ହେବ  । ତେବେ ଏହି ପାଠପଢ଼ା ଅନଲାଇନ/ଅଫଲାଇନ୍ ମାଧ୍ୟମରେ ହୋଇପାରିବ । 

 

ସେଥିରେ ଉଚ୍ଚଶିକ୍ଷା ବିଭାଗ ସମେତ ଟେକନିକାଲ,ମେଡିକାଲ ଓ ପ୍ରଫେସନାଲ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ସାମିଲ ଅଛି  । ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଥିବା ବିଭାଗଗୁଡ଼ିକ ସ୍ୱତନ୍ତ୍ର ଭାବେ ନିଜ ନିଜର ଗାଇଡଲାଇନ୍ ଜାରି କରିବେ  । ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ୨ବର୍ଷ ଧରି କୋଭିଡ୍ ପରିସ୍ଥିତି ଯୋଗୁ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି  । କୋଭିଡର ୩ଟି ଲହରୀ ଯୋଗୁ ପିଲାମାନେ ଦୁଇବର୍ଷ ହେଲା ସ୍କୁଲ ଯାଇପାରୁନାହାନ୍ତି । ତୃତୀୟ ପର୍ଯ୍ୟାୟରେ ଓମିକ୍ରନ ଲହରୀ ଯୋଗୁ ଗତ ଏକମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି  । ତେବେ ଏବେ ତୃତୀୟ ପର୍ଯ୍ୟାୟ ପିକରେ ପହଚିଂ ସାରିଥିବା ତଥା ଏହାର ସଂକ୍ରମଣ କମ୍ ଥିବାରୁ ସରକାର ଏବେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲି ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । 


ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଚାପ ପଡ଼ୁଥିଲା  । ତା’ସହିତ ୧୫ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକାକରଣ ମଧ୍ୟ ବ୍ୟାପକ ଭାବେ ହୋଇସାରିଛି । ପିଲାମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ସୋମବାରରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ୍ୱ ପିଲାଙ୍କ ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉଚ୍ଚଶିକ୍ଷା ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, କୃଷି ବିଭାଗ, ସାମାଜିକ ସଶକ୍ତିକରଣ ବିଭାଗ, ଅନୁସୂଚିତ ଜାତି ଜନଜାତି ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱାଭାବିକ ଭାବେ ଖୋଲିବ  । ଏହାସହିତ ସମସ୍ତ ହଷ୍ଟେଲ ମଧ୍ୟ ଖୋଲିବ  ।

 

ତେବେ କେଜିରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଆସନ୍ତା ଫେବୃୟାରୀ ୧୪ ତାରିଖରୁ ଖୋଲିବ । କେଜିରୁ ନବମ ଶ୍ରେଣୀ ପିଲାମାନଙ୍କ କ୍ଲାସ ପ୍ରମୋସନ ପରୀକ୍ଷା ସହ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ମଧ୍ୟ ଯଥାବିଧି କରାଯିବ । କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସମେତ ସବୁ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ଖୋଲିବ  । ସ୍କୁଲଗୁଡ଼ିକ ଚାହିଁଲେ ପିଲାମାନଙ୍କ ପାଠ୍ୟକ୍ରମକୁ ଶେଷ କରିବା ପାଇଁ ଖରାଛୁଟିର ଅବଧି ହ୍ରାସ କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି  ।
 

Related News
satta king tw