Top Stories

Search here...

News

ଶୁକ୍ରବାର ଠୁ ମାଟ୍ରିକ ପରୀକ୍ଷା; ଖରା ପାଇଁ ଥଣ୍ଡା ପାଣି, ନିରବିଚ୍ଛିନ୍ନ ବିଦୁ୍ୟତ୍ ସେବା ଯୋଗାଇକୁ ନିଦେ୍ର୍ଧଶ

Posted On - 2 minutes ago
Edited By Jyotirmayee Patanaik
LAST UPDATED Apr 27, 2022 08:17 PM

ମାଟ୍ରିକ୍ ବୋର୍ଡ ସୂଚନା ମୁତାବକ, ୩୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫,୭୧,୯୦୯ ହାଇସ୍କୁଲ ପିଲା ପରୀକ୍ଷା ଦେବେ । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେବେ ।

 

BBSR Reporters


ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ତଥା ଶୁକ୍ରବାର ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ମେ ୭ ତାରିଖରେ ପରୀକ୍ଷା ଶେଷ ହେବ । ଖରାର ପ୍ରଭାବକୁ ଦୃଷ୍ଟିରେ ରଖି ମଧ୍ୟମା ଓ ଓପନ ସ୍କୁଲ ସେକେଣ୍ଡ ସିଟିଂରେ ହେବାକୁ ଥିବା ପରୀକ୍ଷା ତାରିଖ ଓ ସମୟକୁ ପରିବର୍ତ୍ତନ କରାଯାଇଛି । ଆସନ୍ତା ମାସ ୨, ୪ ଓ ୬ ତାରିଖରେ ହେବାକୁ ଥିବା ସେକେଣ୍ଡ ସିଟିଂ ପରୀକ୍ଷାଗୁଡ଼ିକ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ । ଏନେଇ ମଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । 


ପ୍ରବଳ ଖରାକୁ ଲକ୍ଷ୍ୟରେ ରଖି ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଣି ଓ ଓଆରଏସ୍ ମହଜୁଦ ରଖାଯିବ । ତେବେ ହାଇସ୍କୁଲ ସାର୍ଟିଫିକେଟ ବା ମାଟ୍ରିକ ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇନି । ପରୀକ୍ଷା ସମୟରେ ନିରବିଚ୍ଛିନ୍ନ ବିଦୁ୍ୟତ୍ ସେବା ଯୋଗାଇକୁ ସ୍କୁଲ ଗୁଡିକୁ ନିଦେ୍ର୍ଧଶ ଦିଆଯାଇଛି । 

 

ମାଟ୍ରିକ୍ ବୋର୍ଡ ସୂଚନା ମୁତାବକ, ୩୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫,୭୧,୯୦୯ ହାଇସ୍କୁଲ ପିଲା ପରୀକ୍ଷା ଦେବେ । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେବେ । ପ୍ରଶ୍ନ ସୁରକ୍ଷିତ ରଖିବା ଓ ପରୀକ୍ଷା ଦିନ ପରୀକ୍ଷାକେନ୍ଦ୍ରକୁ ପଶ୍ନପତ୍ର ପଠାଇବା ନିମେନ୍ତ ମୋଟ ୩୧୫ ନୋଡାଲ ସେଣ୍ଟର କରାଯାଇଛି । ଯାହା ଭିତରୁ ୨୧ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି । ୬୫ଟି ଫ୍ଲାଇଂ ସ୍କାର୍ଡ ପରୀକ୍ଷା ଉପରେ ନଜର ରଖିବାକୁ ମୁତୟନ ହେବେ ।

 

ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମେ ୨ ଓ ୪ ତାରିଖରେ ହେବାକୁ ଥିବା ମଧ୍ୟମା ସେକେଣ୍ଡ ସିଟିଂ ପରୀକ୍ଷା ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ । ସେହିପରି ଓପନ ସ୍କୁଲର ୩ଟି ସେକେଣ୍ଡ ସିଟିଂ ପରୀକ୍ଷା ଆସନ୍ତା ମାସ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ କରାଯିବାକୁ ନିଷ୍ପତ୍ତି ।
 

Related News
satta king tw