Top Stories

Search here...

News

ସୋନପୁରକୁ କାଟିଲା ବୌଦ୍ଧ; ୪୩.୫ ଡିଗ୍ରୀ ସହ ରାଜ୍ୟର ଉତପ୍ତ ସହର; ଆହୁରି ୫ ଡ୍ରିଗ୍ରୀ ବଢିବ ତାପମାତ୍ରା

Posted On - 10 minutes ago
Edited By Jyotirmayee Patanaik
LAST UPDATED Apr 26, 2022 08:38 PM

ସେହିପରି ଆଉ ୮ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ଏହା ଉପରେ ରେକର୍ଡ କରାଯାଇଛି । ଅନୁଗୋଳର ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୪୩.୮, ଝାରସୁଗୁଡ଼ାରେ ୪୩.୯, ସମ୍ବଲପୁରରେ ୪୩.୧, ସୁନ୍ଦରଗଡ଼ରେ ୪୩, ବଲାଙ୍ଗିରରେ ୪୩.୮, ଟିଟିଲାଗଡ଼ରେ ୪୩.୫ ଓ ସୋନପୁରରେ ୪୩.୬ ଡିଗ୍ରୀ ରହିଥିଲା ।

 

BBSR Reporters

 

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି  । ରାଜ୍ୟର ଆଭ୍ୟନ୍ତରିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର କେତକ ସ୍ଥାନରେ ଦୁଇ ଦିନ ମଧ୍ୟରେ ଆହୁରୀ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ୪ ରୁ ୫ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ତାପାମାତ୍ରା ବଢିବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବୌଦ୍ଧ ଆଜି ପାଲଟିଛି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର । ଏଠାରେ ଆଜି ଦିନର ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । 


ସେହିପରି ଆଉ ୮ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ଏହା ଉପରେ ରେକର୍ଡ କରାଯାଇଛି । ଅନୁଗୋଳର ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୪୩.୮, ଝାରସୁଗୁଡ଼ାରେ ୪୩.୯, ସମ୍ବଲପୁରରେ ୪୩.୧, ସୁନ୍ଦରଗଡ଼ରେ ୪୩, ବଲାଙ୍ଗିରରେ ୪୩.୮, ଟିଟିଲାଗଡ଼ରେ ୪୩.୫ ଓ ସୋନପୁରରେ ୪୩.୬ ଡିଗ୍ରୀ ରହିଥିଲା ।


ଅନ୍ୟପକ୍ଷରେ ୫ଟି ସହରର ତାପମାତ୍ରା ୪୨ ଡିଗ୍ରୀ ବା ଏହା ଉପରେ ରହିଥିଲା । ହୀରାକୁଦର ତାପମାତ୍ରା ୪୨.୩ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୪୨, ଦେବଗଡ଼ରେ ୪୨.୮, ବରଗଡ଼ରେ ୪୨ ଓ ଖୋର୍ଦ୍ଧାରେ ୪୨ ଡିଗ୍ରୀ ସେଲସିୟସ ରହିଥିଲା । ସେହିପରି ୬ଟି ସହରର ତାପମାତ୍ରା ୪୧ ଡିଗ୍ରୀ ବା ଏହା ଉପରେ ରହିଥିଲା । କେନ୍ଦୁଝରରେ ତାପମାତ୍ରା ୪୧.୩ ଡିଗ୍ରୀ ରହିଥିବା ବେଳେ ଭଦ୍ରକରେ ୪୧, ଯାଜପୁରରେ ୪୧, ନୂଆପଡ଼ାରେ ୪୧, ନୟାଗଡ଼ରେ ୪୧ ଓ ପାରଳାଖେମୁଣ୍ଡିରେ ୪୧.୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ରାୟଗଡ଼ାର ତାପମାତ୍ରା ୪୦.୧ ଡିଗ୍ରୀ ରହିଥିଲା ।

 

ଅନ୍ୟପକ୍ଷରେ ଏହିଭଳି ଗ୍ରୀଷ୍ମ ପ୍ରବାହ ଆସନ୍ତା କିଛି ଦିନ ପାଇଁ ମଧ୍ୟ ଜାରି ରହିବ । ଏନେଇ ଆଜି ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କାରଣ ଏହି ୯ଟି ଜିଲ୍ଲା ପାଇଁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ୟେଲୋ ୱାର୍ଣ୍ଣିଂ ଜାରି କରିଛି । ପରିସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।


ଜନସାଧାରଣଙ୍କୁ ଆବଶ୍ୟକ ନ ଥିଲେ ଦିନ ୧୧ ଟାରୁ ଅପରାହଣ ୩ଟା ଯାଏ ଘରୁ ନ ବାହାରିବାକୁ କୁହାଯାଇଛି ।  ଏହି ସମୟରେ ଘରୁ ବାହାରିଲେ ଆବଶ୍ୟକିୟ ପ୍ରତିକାରତ୍ମକ ପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଆଜି ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡା, ମୟୁରଭଞ୍ଜ, ସମ୍ବଲପୁର, ସୋନପୁର,  ଅନୁଗୁଳ, ଦେଓଗଡ଼ ଏବଂ ବଲାଙ୍ଗିରରେରେ ସବୁଠୁ ଅଧିକ ତାପମାତ୍ରା ରହିଛି । ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ସୋନପୁର,  ଅନୁଗୁଳ, ଦେଓଗଡ଼ ଏବଂ ବଲାଙ୍ଗିରରେ ତାପମାତ୍ରା ଅଧିକ ରହିବ । ଏହି ସବୁ ଜିଲ୍ଲା ହିଟ୍ ୱେଭ୍ ପ୍ରବା ଜାରି ରହିଛି ।
 

Related News
satta king tw