Top Stories
Search here...
News
୧୪,୯୩୫ ଛାତ୍ରଛାତ୍ରୀ ଦେଇ ନାହାନ୍ତି ନବମ ଶେଣୀ ପରୀକ୍ଷା; ପ୍ରକାଶ ପାଇଲା ପରୀକ୍ଷା ଫଳ
Posted On - 45 minutes ago
ନବମ ଶ୍ରେଣୀ ପରୀକ୍ଷା ଦେଇଥିବା ୫ ଲକ୍ଷ ୫୧ ହଜାର ୩୩୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୭.୨% ପାସ୍ କରିଛନ୍ତି । ୯୦୩୯ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍ ପାଇଥିବା ବେଳେ ୫୮,୯୯୧ ଜଣ ଏ୨, ୧ଲକ୍ଷ ୧୮ ହଜାର ୭୯୨ ଜଣ ବି୧, ୧ଲକ୍ଷ ୪୫ ହଜାର ୧୬୩ ଜଣ ବି୨ ଗ୍ରେଡ୍ ପାଇଛନ୍ତି ।
BBSR Reporters
ଭୁବନେଶ୍ୱର : ମାଟ୍ରିକ୍ ଭଳି ଚଳିତ ବର୍ଷ ହଜାର ହଜାର ପିଲା ନବମ ଶ୍ରେଣୀ ପରୀକ୍ଷା ମଧ୍ୟ ଦେଇ ନାହାନ୍ତି । ଆଜି ନବମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବା ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଛି ଏହି ଚିନ୍ତାଜନକ ତଥ୍ୟ । ବୋର୍ଡ ପକ୍ଷରୁ କୁହାଯାଇଛି, ଏଥର ନବମ ଶ୍ରେଣୀରେ ମୋଟ ୫ ଲକ୍ଷ ୬୬ ହଜାର ୨୬୯ ଜଣ ଛାତ୍ରଛାତ୍ରୀ ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ପରୀକ୍ଷା ଦେଇଥିଲେ ୫ଲକ୍ଷ ୫୧ ହଜାର ୩୩୪ ଜଣ । ବାକି ୧୪,୯୩୫ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ ।
ନବମ ଶ୍ରେଣୀ ପରୀକ୍ଷା ଦେଇଥିବା ୫ ଲକ୍ଷ ୫୧ ହଜାର ୩୩୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୭.୨% ପାସ୍ କରିଛନ୍ତି । ୯୦୩୯ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍ ପାଇଥିବା ବେଳେ ୫୮,୯୯୧ ଜଣ ଏ୨, ୧ଲକ୍ଷ ୧୮ ହଜାର ୭୯୨ ଜଣ ବି୧, ୧ଲକ୍ଷ ୪୫ ହଜାର ୧୬୩ ଜଣ ବି୨, ୧ଲକ୍ଷ ୯ହଜାର ୫୭୩ ସି, ୪୬ ହଜାର ୯୭୦ ଜଣ ଡି, ୫ ହଜାର ୩୧୦ ଜଣ ଇ । ୨୭ ହଜାର ୩୫୮ ଜଣ ଏଫ୍(୧) ଓ ୩୦ ହଜାର ୧୩୮ ଜଣ ଏଫ୍(୨) ଗ୍ରେଡ୍ ପାଇଛନ୍ତି । ତେବେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀକୁ ଉନ୍ନୀତ କରାଯାଇଛି । କିନ୍ତୁ ଏଫ୍(୨) ଗ୍ରେଡ୍ ପାଇଥିବା ୩୦ ହଜାର ୧୩୮ ଜଣ ଛାତ୍ରଛାତ୍ରୀଙ୍କୁ ଇମ୍ପ୍ରୁଭମେଣ୍ଟ ଟେଷ୍ଟ ଦେବାକୁ ପଡ଼ିବ । ସଂପୃକ୍ତ ସ୍କୁଲ୍ ଏହି ପରୀକ୍ଷା କରିବ ।
ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ନଦେବା ନେଇ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ରିପୋର୍ଟ ମଗାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ମେ’ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯିବ । ନାଁ ଲେଖାଇଥିବା ସତ୍ତ୍ୱେ ଏହି ପିଲାମାନେ କାହିଁକି ପରୀକ୍ଷାରେ ଅନୁପସ୍ଥିତ ରହିଲେ, ତା’ର ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
ସେମାନେ ଫେଲ୍ ହୋଇଥିବା ପ୍ରତି ବିଷୟରେ କ୍ୱାଲିଫାଇଙ୍ଗ ମାର୍କ (୩୦%) ରଖିବାକୁ ସେମାନଙ୍କୁ ୩ଟି ସୁଯୋଗ ଦିଆଯିବ । ସଂପୃକ୍ତ ସ୍କୁଲ୍ ଗୁଡ଼ିକ ଏହି ପିଲାମାନଙ୍କୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ପଢ଼ାଇବେ । ତା’ପରେ ଜୁନ୍୧, ୮ ଓ ୧୬ରେ ଇମ୍ପ୍ରୁଭମେଣ୍ଟ ଟେଷ୍ଟ କରାଇବେ । ଯେଉଁମାନେ ପ୍ରଥମ ଇମ୍ପ୍ରୁଭମେଣ୍ଟ ଟେଷ୍ଟରେ କ୍ୱାଲିଫାଇ ନ କରିବେ ସେମାନେ ଦ୍ୱିତୀୟ ଟେଷ୍ଟ ଦେବେ । ସେଥିରେ ବି କ୍ୱାଲିଫାଇ ନହେଲେ ତୃତୀୟ ଟେଷ୍ଟ ଦେବେ ।