Top Stories

Search here...

News

ବିରୋଧ ହେଲେ ବି ପ୍ରତ୍ୟାହାର ହେବନି ‘ଅଗ୍ନୀପଥ‘ ଯୋଜନା; ଯବାନ ଓ ଅଗ୍ନିବୀରଙ୍କ ମଧ୍ୟରେ କୌଣସି ପାତରଅନ୍ତର ହେବନି

Posted On - 1 week ago
Edited By Jyotirmayee Patanaik
LAST UPDATED Jun 28, 2022 08:03 AM

ଯଦି ସେମାନଙ୍କ ବିରୋଧରେ ଗୋଟିଏ ବି ମାମଲା ରୁଜୁ ହେଉଛି  । ତେବେ ସେମାନଙ୍କୁ ସେନାରେ ନିଯୁକ୍ତି ମିଳିବ ନାହିଁ ବୋଲି ଲେପ୍ଟନାଂଟ୍ ଜେନେରାଲ ଅନିଲପୁରୀ କହିଛନ୍ତି ।

 

BBSR Reporters


ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଚାଲିଥିବା ବେଳେ ଏହି ଯୋଜନା ପ୍ରତ୍ୟାହାର ହେବନି ବୋଲି କହିଛନ୍ତି ଲେପ୍ଟନାଂଟ୍ ଜେନେରାଲ ଅନିଲପୁରୀ । ସାମ୍ବାଦିକ ସମ୍ମୀଳନୀ କରି ସେନା ମୁଖ୍ୟ ପ୍ରତିବାଦକାରୀଙ୍କୁ ଚେତାବନୀ ଦେଇଛନ୍ତି ।  ପ୍ରତିବାଦର ନାଁରେ ଭଙ୍ଗାରୁଜା କରୁଥିଲେ ସେନାରେ ନିଯୁକ୍ତି ପାଇଁ ସୁଯୋଗ ମିଳିବ ନାହିଁ ।

 

କାରଣ ସେନାରେ ଭର୍ତି ହେବାପାଇଁ ପୋଲିସ୍ ଭେରିଫିକେସନ୍ ଜରୁରୀ । ଯଦି ସେମାନଙ୍କ ବିରୋଧରେ ଗୋଟିଏ ବି ମାମଲା ରୁଜୁ ହେଉଛି  । ତେବେ ସେମାନଙ୍କୁ ସେନାରେ ନିଯୁକ୍ତି ମିଳିବ ନାହିଁ ବୋଲି ସେ କହିଛନ୍ତି । ଅଗ୍ନୀବରମାନେ ସଦୀଦ ହେଲେ ସେମାନଙ୍କୁ ୧ କୋଟି ଟଙ୍କାର ସହାୟତା ରାଶି ମିଳିବ ।

 

 ଅନ୍ୟ ଯବାନଙ୍କ ପରି ଅଗ୍ନିବୀରଙ୍କୁ ସମାନ ସୁବିଧା ମିଳିବ । ସେମାନଙ୍କ ସହ କୌଣସି ପ୍ରକାରର ଭେଦଭାବ କରାଯିବ ନାହିଁ । ସିଆଚୀନ୍ ଓ ଅନ୍ୟ କ୍ଷେତ୍ରଗୁଡିକରେ ଅଗ୍ନୀବୀରମାନେ ନିଯୁକ୍ତ ରହିବେ । ସେନା ଯେଉଁ ପୋଷାକ ପିନ୍ଧୁଛନ୍ତି ଅଗ୍ନିବୀରମାନେ ସେହି ପୋଷକ ପିନ୍ଧିବେ ଏବଂ ସେମାନଙ୍କ ସହ ରହିବେ ।  ୩ ରୁ ୪ ଟି ପ୍ରକି୍ରୟାରେ ନିଯୁକ୍ତି ଚାଲିବ ।  ୪୬ ହଜାର ଅଗ୍ନିବୀରରୁ ଆରମ୍ଭ ହେବ ଯୋଜନା ।

Related News
satta king tw