Top Stories

Search here...

News

ପ୍ରଧାନମନ୍ତ୍ରୀ  ଓ ଗୃହମନ୍ତ୍ରୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ; ମୋଦି କହିଲେ ସାରା ଦେଶରୁ ସମର୍ଥନ ମିଳୁଛି

Posted On - 1 minute ago
Edited By Prabir Kumar
LAST UPDATED Jun 23, 2022 06:52 PM

ମୋଦି ଲେଖିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସାରା ଦେଶରେ ସମର୍ଥନ ମିଳୁଛି । ସମାଜର ସମସ୍ତ ବର୍ଗରୁ ଦ୍ରୌପଦୀଙ୍କୁ ବିପୁଳ ସମର୍ଥନ ମିଳୁଛି । ସମାଜର ତ୍ରୁଣମୂଳସ୍ତରରେ ସମସ୍ୟାକୁ ସେ ସଠିକ୍ ଭାବେ ହୃଦୟଙ୍ଗମ କରିଥିବା ମୁର୍ମୁଙ୍କର ଦେଶର ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି ବେଶ ମହତ୍ୱପୂର୍ଣ୍ଣ  ।

 

BBSR Reporters


ନୂଆଦିଲ୍ଲୀ: ରାଷ୍ଟ୍ରପତି ପାଇଁ ଦ୍ରୌପଦୀ ମୁର୍ମୁ  ଆଜି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିଛନ୍ତି ।  ପ୍ରଥମେ ଦ୍ରୌପଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏନେଇ ଉଭୟଙ୍କ ଭେଟଘାଟର ଫଟୋ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ କରିଛନ୍ତି ।


 ମୋଦି ଲେଖିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସାରା ଦେଶରେ ସମର୍ଥନ ମିଳୁଛି । ସମାଜର ସମସ୍ତ ବର୍ଗରୁ ଦ୍ରୌପଦୀଙ୍କୁ ବିପୁଳ ସମର୍ଥନ ମିଳୁଛି । ସମାଜର ତ୍ରୁଣମୂଳସ୍ତରରେ ସମସ୍ୟାକୁ ସେ ସଠିକ୍ ଭାବେ ହୃଦୟଙ୍ଗମ କରିଥିବା ମୁର୍ମୁଙ୍କର ଦେଶର ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି ବେଶ ମହତ୍ୱପୂର୍ଣ୍ଣ  । 

 

ସେହିପରି ଦ୍ରୌପଦୀ ଆଜି ସନ୍ଧ୍ୟା ୫ଟାରେ ବେଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । ଏପଟେ  ବିଜେପି ଏମପି ଜୁଏଲ ଓରାମ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଘୋଷଣା କରିବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ତାଙ୍କର ଏହି ନିଷ୍ପତ୍ତି ପାଇଁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି ।

 

ଆଜି ସକାଳେ ୯ଟା ୪୦ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବାରୁ ଏହି ଅବସରରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସହଯୋଗ କାମନା କରିଥିଲେ ।

 

ଏମସିଏଲ୍ ଗେଷ୍ଟ ହାଉସ୍ରୁ ଜେଡ ପ୍ଲସ ସୁରକ୍ଷାରେ ଯାଇ ଆଜି ସକାଳେ ବିମାନବନ୍ଦରରେ ପହଂଚିଥିଲେ ଦ୍ରୌପଦୀ ମୁର୍ମୁ  । ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର  । ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦ୍ରୌପଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବିମାନବନ୍ଦରକୁ ପାଛୋଟି ନିଆଯାଇଥିଲା । ଏହି ସମୟରେ ବିମାନବନ୍ଦରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀ, ବିଜେପି ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

 

ଦ୍ରୌପଦୀ ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପିର ତୁଙ୍ଗ ନେତା ତାଙ୍କୁ ବିମାନବନ୍ଦର ଭିତରକୁ ପାଛୋଟି ନେଇ ଯାଇଥିଲେ । ଏହାପରେ ପୂର୍ବ ନିର୍ଦ୍ଧାରିତ ସମୟରେ ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ ଶ୍ରୀମତୀ ମୁର୍ମୁ  । ଦ୍ରୌପଦୀଙ୍କ ସୁରକ୍ଷା ନିମନ୍ତେ ଜେଡ ପ୍ଲସ୍ ସିକ୍ୟୁରିଟି ସହ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ବିମାନବନ୍ଦର ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।


ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବା ପରେ ବିଭିନ୍ନ ରାଜ୍ୟ ସରକାର ଓ ଦଳକୁ ସେ ଭେଟି ପାରନ୍ତି । ତାଙ୍କ ପ୍ରାର୍ଥତ୍ୱକୁ ସମର୍ଥନ ଜଣାଇଥିବା ଦଳଗୁଡ଼ିକୁ ଧନ୍ୟବାଦ ଜଣାଇବେ ଓ ତାଙ୍କୁ ସମର୍ଥନ ଜଣାଇବାକୁ ଅନ୍ୟ ଦଳ ଗୁଡ଼ିକୁ ନିବେଦନ କରିବେ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢେ଼ଇ ହେବ ।
 

Related News
satta king tw