Top Stories

Search here...

News

ଅଗ୍ନୀପଥ ଯୋଜନାକୁ ନେଇ ତେଜୁଛି ବିକ୍ଷୋଭ; ବିହାରରେ ରେଳଷ୍ଟେସନ ପାଲଟିଲା ରଣକ୍ଷେତ୍ର; ଏକ୍ସପ୍ରେସ୍ ଟ୍ରେନରେ ଲଗାଇଦେଲେ ନିଆଁ

Posted On - 1 week ago
Edited By Jyotirmayee Patanaik
LAST UPDATED Jun 28, 2022 04:43 AM

ଏହି ଯୋଜନା ଉପରେ ମୋଦି ସରକାରଙ୍କୁ ଆଉ ଥରେ ଚିନ୍ତା କରିବା ପାଇଁ କହିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ ।

 

BBSR Reporters

 

ଭୁବନେଶ୍ୱର:କେନ୍ଦ୍ରସରକାର ସେନାରେ ଭର୍ତିକୁ ନେଇ ନିକଟରେ ଘୋଷଣା କରିଥିବା ଅଗ୍ନୀପଥ ଯୋଜନାକୁ ନେଇ ବିହାରରେ ତେଜିଲା ବିରୋଧ । ବିହାରର ଏକାଧିକ ସ୍ଥାନରେ ସେନାରେ ଭର୍ତି ପାଇଁ ଆଶାବାଦୀ ଯୁବକମାନେ ଆଜି ରାଜରାସ୍ତାକୁ ଓହ୍ଲେଇ ଟ୍ରାଫିକ୍ ଜାମ୍ କରିଛନ୍ତି । ରାସ୍ତାଘାଟରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଶହଶହ ଯୁବକ । ଏମିତିକି କିଛି ଯୁବକ ହାତରେ ତିରଙ୍ଗା ପତାକା ମଧ୍ୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଲଗାତାର ଦ୍ୱିତୀୟ ଦିନ ପାଇଁ ବିହାରରେ ଜୋରଦାର ବିକ୍ଷୋଭ ଦେଖିବାକୁ ମିଳିଥିଲା । ଏକାଧିକ ରେଲୱେ ଷ୍ଟେସନ ଆଜି ରଣକ୍ଷେତ୍ର ପାଲଟିଥିଲା ।

 

ଭାବୁଆ ରୋଡ ରେଲ-ୱେ ଷ୍ଟେସନରେ ବିକ୍ଷୋଭ କରୁଥିବା ଯୁବକମାନେ ଇଂଟରସିଟି ଟ୍ରେନର କାଚ ଭାଙ୍ଗିବା ସହ ଟ୍ରେନର ଏକ କୋଚରେ ନିଆଁ ମଧ୍ୟ ଲଗାଇଦେଇଥିଲେ । ବକ୍ସରରେ ପଟଲିପୁତ୍ର ରେଳପଥ ଜାମ୍ କରିବା ସହ ପଥର ମାଡ କରିଥିଲେ ଯୁବକ । କେନ୍ଦ୍ର ସରକାରଙ୍କ ନୁଆ ସ୍କିମ ବିରୋଧରେ ନାରାବାଜୀ ମଧ୍ୟ ଶୁଣିବାକୁ ମିଳିଥିଲା ।ବିହାରର ବକ୍ସର , ବେଗୁସରାଇ ଠାରୁ ଆରମ୍ଭ କରି ମୁଜଫରନଗର ଓ ଜହନାବାଦ ଅଂଚଳରେ ଆଜି ବିରୋଧ ପ୍ରଦର୍ଶନ ହୋଇଛି । ଆରାହ ରେଳ ଷ୍ଟେସନ ନିକଟରେ ଏକ ବଡ ସଂଖ୍ୟାରେ ବିକ୍ଷୋଭ କରୁଥିବା ଛାତ୍ରମାନେ ପୋଲିସ୍କୁ ପଥର ମାଡ କରିଥିଲେ୍ । କିଛି ପୋଲିସ୍ କର୍ମୀ ଆହତ ମଧ୍ୟ ହୋଇଛନ୍ତି ।


ଘଟଣାକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡିଛି । ବିକ୍ଷୋବକାରୀଙ୍କ ଆଡକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ୍ । ଖାଲି ବିହାର ନୁହେଁ ଉତରପ୍ରଦେଶରୁ ମଧ୍ୟ ବିରୋଧର ଚିତ୍ର ସାମନାକୁ ଆସିଛି । ଉତରପ୍ରଦେଶର ଲକ୍ଷ୍ନୈା ବିଶ୍ୱବିଦ୍ୟାଲୟରେ ଆଜି ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେନାରେ ଭର୍ତି ପାଇଁ ଦୀର୍ଘ ବର୍ଷ ଧରି ପ୍ରସ୍ତୁତି କରିଆସୁଛନ୍ତି ଲକ୍ଷ ଲକ୍ଷ ଯୁବକ । କିନ୍ତୁ କରୋନା କାରଣରୁ ଦୀର୍ଘ ୨ ବର୍ଷ ଧରି ସେନାରେ ଭର୍ତି ବନ୍ଦ ଥିଲା । ତେବେ ଅଗ୍ନିବୀର ଯୋଜନା ଘୋଷଣା ପରେ ସେନାରେ ଭର୍ତି ପାଇଁ କିଛି ବର୍ଷ ଧରି ପ୍ରସ୍ତୁତ ହେଉଥିବା ଆଶାୟୀ ଯୁବକଙ୍କର ଆକ୍ରୋଶ ଉଗ୍ର ରୂପ ନେଇଛି ।  

 

ଅଗ୍ନୀବୀର ସ୍କିମ୍ ଅନୁଯାୟୀ ଦେଶର ମୋଟ ୪୫ ହଜାର ଯୁବପିଢିଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ଏହି ଯୋଜନାରେ କେବଳ ୧୭ରୁ ୨୧ ବର୍ଷୀୟ ମହିଳା ଓ ପୁରଷ ସେନାରେ ୪ବର୍ଷ ପାଇଁ ଅସ୍ଥାୟୀ ନିଯୁକ୍ତି ପାଇବେ । ସେମାନଙ୍କ ମାସିକ ଦରମା ୩୦ରୁ ୪୦ ହଜାର ରହିବ । ଏହି ଯୋଜନା ଉପରେ ମୋଦି ସରକାରଙ୍କୁ ଆଉ ଥରେ ଚିନ୍ତା କରିବା ପାଇଁ କହିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ସେହିପରି ୨୦୩୨ ସୁଦ୍ଧା ଭାରତୀୟ ସେନାର ୫୦ ପ୍ରତିଶତ ଅଗ୍ନିବୀର ଥିବା ନେଇ ପୂର୍ବାନୁମାନ କରିଛନ୍ତି ସେନା ଉପମୁଖ୍ୟ ବିଏସ୍ ରାଜ୍ଜୁ ।
 

Related News
satta king tw