Top Stories

Search here...

News

ଅଗ୍ନୀପଥ ଯୋଜନାରେ ଜୁଲାଇ ପ୍ରଥମ ସପ୍ତାହରୁ ସ୍ଥଳ ସେନାର ନିଯୁକ୍ତି; ଦେଖନ୍ତୁ ପୁରା ପ୍ରକ୍ରିୟା

Posted On - 1 week ago
Edited By Prabir Kumar
LAST UPDATED Jun 30, 2022 12:44 PM

ନୋଟିଫିକେସନ୍ ଅନୁଯାୟୀ ଜେନେରାଲ ଡ୍ୟୁଟି, ଟେକ୍ନିକାଲ, ଟେକ୍ନିକାଲ ( ଆଭିଏସନ୍/ ଆମ୍ୟୁନିସନ୍ ଏକଜାମିନର ), ( କ୍ଲର୍କ/ଷ୍ଟୋର କିପର ଟେକ୍ନିକାଲ), ଟ୍ରେଡ୍ସମ୍ୟାନ (୧୦ମ ପାସ୍ ) ଓ ଅଗ୍ନିବୀର ଟ୍ରେଡ୍ସମ୍ୟାନ (୮ମ ପାସ୍) ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି  ।

 

BBSR Reporters


ନୂଆଦିଲ୍ଲୀ: ଅଗ୍ନୀପଥ ଯୋଜନାରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି  । ଭାରତୀୟ ସ୍ଥଳ ସେନାରେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବା ଲାଗି ଜୁଲାଇ ପ୍ରଥମ ସପ୍ତାହରୁ ପଞ୍ଜିକରଣ ଆରମ୍ଭ ହେବ  । ଏ ନେଇ ଆର୍ମି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି  । ସ୍ଥଳ ସେନାରେ ଭର୍ତ୍ତି ହେବାର ସବିଶେଷ ତଥ୍ୟ ଖୁବ ଶୀଘ୍ର ସେନାର ଅଫିସିଆଲ ୱେବସାଇଟରେ ଦିଆଯିବ  । ତେବେ ଷଗ୍ଧଗ୍ଧକ୍ଟ୍ରଗ୍ଦ://ହକ୍ଟସଦ୍ଭସଦ୍ଭୟସବଦ୍ଭବକ୍ସଜ୍ଞଚ୍ଚ.ଦ୍ଭସମ.ସଦ୍ଭ/ସଦ୍ଭୟରଙ୍ଘ.ଷଗ୍ଧଜ୍ଞ ୱେବସାଇଟରେ ଅଗ୍ନିବୀର ନିଯୁକ୍ତି ନେଇ ଆବଶ୍ୟକୀୟ ଯୋଗ୍ୟତା ବିଷୟରେ ଉଲ୍ଲେଖ ରହିଛି  ।

 

ନୋଟିଫିକେସନ୍ ଅନୁଯାୟୀ ଜେନେରାଲ ଡ୍ୟୁଟି, ଟେକ୍ନିକାଲ, ଟେକ୍ନିକାଲ ( ଆଭିଏସନ୍/ ଆମ୍ୟୁନିସନ୍ ଏକଜାମିନର ), ( କ୍ଲର୍କ/ଷ୍ଟୋର କିପର ଟେକ୍ନିକାଲ), ଟ୍ରେଡ୍ସମ୍ୟାନ (୧୦ମ ପାସ୍ ) ଓ ଅଗ୍ନିବୀର ଟ୍ରେଡ୍ସମ୍ୟାନ (୮ମ ପାସ୍) ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି  ।


 
ଅଗ୍ନିବୀର ଜେନେରାଲ ଡ୍ୟୁଟି ପାଇଁ ପ୍ରାର୍ଥୀ ଦଶମରେ ସର୍ବନିମ୍ନ ୪୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ  । ଏପରକି ପ୍ରତି ବିଷୟରେ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ଥିବା ଜରୁରୀ  । ସେହିପରି ଗ୍ରେଡିଂ ସିଷ୍ଟମରେ ଆବେନକାରୀ ଉ୨ ଗ୍ରେଡରେ ପାସ କରିଥିବା ଦରକାର  । ଏବଂ ପ୍ରତି ବିଷୟରେ ଅତି କମରେ ଊ ଗ୍ରେଡ ଅର୍ଥାତ୍ ୩୩ ରୁ ୪୦ ପ୍ରତିଶତ ମାର୍କ ରଖିବା ଜରୁରୀ ।

 

ଅଗ୍ନିବୀର ନିଯୁକ୍ତି ଲାଗି ବୟସ ସୀମା ସର୍ବନିମ୍ନ ୧୭ ବର୍ଷ ୬ ମାସ ହୋଇଥିବା ବେଳେ ସର୍ବାଧିକ ୨୩ ବର୍ଷ ରହିଛି  । ତେବେ କେବଳ ୨୦୨୨-୨୩ ବର୍ଷ ପାଇଁ ସର୍ବାଧିକ ବୟସ ସୀମାକୁ ୨ ବର୍ଷ ବୃଦ୍ଧି କରାଯାଇଛି  ।

 

ଅଗ୍ନିବୀର ଟେକ୍ନିକାଲ ( ଆଭିଏସନ୍/ଆମ୍ୟୁନିସନ୍ ଏକଜାମିନର )ରେ ଭର୍ତ୍ତି ହେବା ପାଇଁ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ ହେବା ଆବଶ୍ୟକ  । ଫିଜିକ୍ସ, କେମିଷ୍ଟ୍ରି, ଗଣିତ ଓ ଇଂରାଜୀ ରଖି ଯୁକ୍ତ ଦୁଇ ବିଜ୍ଞାନରେ ଅତି କମରେ ୫୦ ପ୍ରତିଶତ ମାର୍କରେ ପାସ କରିଥିବା ଯୁବକ ଏହି ପଦବୀ ପାଇଁ ଆବେଦନ କରି ପାରିବେ  । ଯେ କୌଣସି ସ୍କୁଲ କିମ୍ବା ବୋର୍ଡରୁ ଦ୍ୱାଦଶ ପାସ୍ କରିଥିବା ଯୁବକ ଅଗ୍ନିବୀର ପାଇଁ ଆବେଦନ କରିପାରିବେ  । ଏପରକି ଆଇଟିଆଇରେ ଅତି କମ୍ରେ ଏକ ବର୍ଷର ପାଠପଢା ଶେଷ କରିଥିବା ଯୁବକ ମଧ୍ୟ ଏହି ପୋଷ୍ଟ ଲାଗି ଆବେଦନ କରିବାକୁ ଯୋଗ୍ୟ ହୋଇ ପାରିବ  । 


ଅଗ୍ନିବୀର ( କ୍ଲର୍କ/ଷ୍ଟୋର କିପର ଟେକ୍ନିକାଲ) ପଦବୀ ପାଇଁ ଯେ କୌଣସି ଷ୍ଟ୍ରିମ (କଳା, ବିଜ୍ଞାନ ଓ ବାଣିଜ୍ୟ)ରେ ଦ୍ୱାଦଶ ପାସ୍ କରିଥିବା ଛାତ୍ରମାନେ ଆବେଦନ କରି ପାରିବେ  । ଏଥିପାଇଁ ସେମାନଙ୍କର ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ଥିବା ଜରୁରୀ ଏବଂ ପ୍ରତି ବିଷୟରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ଥିବା ଆବଶ୍ୟକ  । ଏହା ସହ ଇଂଲିଶ, ଗଣିତ/ଆକାଉଣ୍ଟସ/ବୁକ କିପିଂ ରେ ୫୦ ପ୍ରତିଶତ ମାର୍କ ଥିବା ବାଧ୍ୟତାମୂଳକ ରଖାଯାଇଛି ।


ଅଗ୍ନିବୀର ଟ୍ରେଡ୍ସମ୍ୟାନ (୧୦ ମ ପାସ୍) ପଦବୀ ପାଇଁ କେବଳ ଦଶମ ପାସ୍ ହେବା ଜରୁରୀ  । କିନ୍ତୁ ପ୍ରତି ବିଷୟରେ ଅତି କମରେ ୩୩ ପ୍ରତିଶତ ମାର୍କ ଥିବା ଆବଶ୍ୟକ  । ଅଗ୍ନିବୀର ଟ୍ରେଡ୍ସମ୍ୟାନ(୮ମ ପାସ୍) ପଦବୀ ପାଇଁ ମଧ୍ୟ କେବଳ ୮ମ ପାସ ଜରୁରୀ ଥିବା ବେଳ ପ୍ରତି ବିଷୟରେ ୩୩ ପ୍ରତିଶ ମାର୍କ ରଖଲେ ହିଁ ଆବେଦନ କରିହେବ ।
 

Related News
satta king tw