Top Stories

Search here...

News

ହାଇକୋର୍ଟଙ୍କ ନିଦେ୍ର୍ଧଶ; ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ

Posted On - 1 week ago
Edited By Prabir Kumar
LAST UPDATED Jun 30, 2022 12:43 PM

ଏ ସମ୍ପର୍କିତ ୩ ଟି ପୃଥକ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ହାଇକୋର୍ଟ ଏହି ନିଦେ୍ର୍ଧଶ ଦେଇଛନ୍ତି ।

 

BBSR Reporters


କଟକ: ଏଣିକି ସୂଚନା ଅଧିକାର ଆଇନ(ଆରଟିଆଇ) ପରିସରଭୁକ୍ତ ହେବ ଭିଜିଲାନ୍ସ । ବିଭାଗର ସମ୍ବେଦନଶୀଳ ଏବଂ ଗୋପନୀୟ ପ୍ରସଙ୍ଗକୁ ବାଦ ଦେଇ ଅନ୍ୟ ସମସ୍ତ ବିଷୟ ଆରଟିଆଇ ପରିସରଭୁକ୍ତ ହେବ । କେବଳ ବିଭାଗର ସମ୍ବେଦନଶୀଳ ଏବଂ ଗୋପନୀୟ ତଥ୍ୟକୁ ବାଦ ଦେଇ ଅନ୍ୟ ସମସ୍ତ ତଥ୍ୟକୁ ଆରଟିଆଇରେ ଦେବା ନିମନ୍ତେ ସାନି ବିଜ୍ଞପ୍ତି ଜାରି କରିବାକୁ କୋର୍ଟ କହିଛନ୍ତି । ଏଥିସହ ମାନବିକ ଅଧିକାର ଉଲ୍ଲଙ୍ଘନ ଏବଂ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ତଥ୍ୟ ମନା କରାଯାଇପାରିବ ନାହିଁ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ।


ଏ ସମ୍ପର୍କିତ ୩ ଟି ପୃଥକ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ହାଇକୋର୍ଟ ଏହି ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବନାହିଁ ବୋଲି ଗତ ୨୦୧୬ ମସିହା ଅଗଷ୍ଟ ୧୧ ତାରିଖରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ଆଇନର ଧାରା ୨୪ ଏବଂ ସମ୍ବିଧାନର ଧାରା ୧୯ ଏବଂ ୨୧ର ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଆବେଦନକାରୀ । ଆବେଦନକାରୀଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରିଛନ୍ତି । ଆସନ୍ତା ୪ ସପ୍ତାହ ମଧ୍ୟରେ ଏ ବାବଦରେ ଏକ ବିସ୍ତୃତ ଏବଂ ସ୍ପଷ୍ଟ ବିଜ୍ଞପ୍ତି ଜାରି କରିବାକୁ ସରକାରଙ୍କୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ବୋଲି ଆବେଦନକାରୀଙ୍କ ଓକିଲ ସିଦ୍ଧାର୍ଥ ପ୍ରସାଦ ଦାସ କହିଛନ୍ତି ।
 

Related News
satta king tw