Top Stories

Search here...

News

ମନ୍ଦିରରୁ ସିରିଜ ମୂର୍ତି ଚୋରୀ

Posted On - 7 minutes ago
Edited By Team BbsrReporters
LAST UPDATED May 01, 2022 05:48 PM
 
ମନ୍ଦିରରୁ ସିରିଜ ମୂର୍ତି ଚୋରୀ ।
 
BBSR Reporters
 
ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଂଚଳରେ ଗୁରୁବାର ବିଳମ୍ବିତ ରାତିରେ ଲୁଟ କରିଛନ୍ତି ଦୁର୍ବୃତ । ପ୍ରତାପରୁଦ୍ରପୁର ଗାଁର ଆରାଧ୍ୟ ଦେବତା ଆଖଣ୍ଡଳେଶ୍ୱର ମହାଦେବ ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ମନ୍ଦିରକୁ ଯାଇଥିଲେ ଲୁଟେରା । ପୂଜା ପାଉଥିବା ଚନ୍ଦ୍ରଶେଖର, ଅଷ୍ଟଧାତୁର ଆଣ୍ଠୁଆ ଗୋପାଳ ମୂର୍ତି ଏବଂ ପାର୍ବତୀ ମୂର୍ତି ଚୋରି କରି ନେଇଯାଇଛନ୍ତି । ମନ୍ଦିର ବାହାରେ ଠାକୁରଙ୍କ ମୁକୁଟ ଆସ୍ଥାନରେ ଫୋପାଡ଼ି ଦେଇ ଫେରାର ହୋଇଯାଇଛନ୍ତି ଲୁଟେରା । ସକାଳୁ ମନ୍ଦିରକୁ ପୂଜକ ଆସି ଦେଖିବା ପରେ ଘଟଣା ନେଇ ପୁଲିସକୁ ଖବର ଦେଇଥିଲେ । ସେହିଭଳି ଜୟଦେବ ଗ୍ରାମପଂଚାୟତ କେନ୍ଦୁବିଲ୍ଲ ଗାଁର ଲକ୍ଷ୍ମୀ ନୃସିଂହ ମନ୍ଦିରରୁ ପୂଜା ପାଉଥିବା ରାଧା କୃଷ୍ଣ ମୂର୍ତି ସମେତ ୯ଟି ମୂଲ୍ୟବାନ ମୂର୍ତି ଚୋରି କରିଛନ୍ତି ଦୁର୍ବୃତ । ଘଟଣା ସ୍ଥଳରେ ପୋଲିସ ଏବଂ ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
Related News
satta king tw