Top Stories

Search here...

News

ଓମଫେଡରେ କେନ୍ଦ୍ରୀୟ ପାଣ୍ଠିର ଆତ୍ମସାତ, ଟେଣ୍ଡର ଫିକ୍ସିଂ;ଭିଜିଲାନ୍ସ ତଦନ୍ତ ନିଦେ୍ର୍ଧଶ ଦେଲେ ଲୋକାୟୁକ୍ତ

Posted On - 6 minutes ago
Edited By Jyotirmayee Patanaik
LAST UPDATED Apr 12, 2022 08:06 PM

୩୦ କୋଟି ୬୫ ଲକ୍ଷରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ବେଳେ  ଦୁଗ୍ଧ ଚାଷୀଙ୍କୁ ଅନଲାଇନରେ ଟଙ୍କା ପଇଠ କରାଯିବା ନାଁରେ ପ୍ରାୟ ୫ କୋଟି ୫୬ ଲକ୍ଷ ଟଙ୍କା ହଡପ କରାଯାଇଥିବା ଅଡିଟ ରିପୋର୍ଟରୁ ଧରା ପଡିଥିବା ଅଭିଯୋଗ ହୋଇଛି ।

 

BBSR Reporters


ଭୁବନେଶ୍ୱର: ସରକାରୀ ଦୁଗ୍ଧ ଉପôାଦନ କମ୍ପାନୀ ଓମଫେଡରେ କେନ୍ଦ୍ରୀୟ ପାଣ୍ଠିର ଆତ୍ମସାତ ଓ ଟେଣ୍ଡର ଫିକ୍ସିଂ ଅଭିଯୋଗରେ ଭିଜିଲାନ୍ସ ତଦନ୍ତ ନିଦେ୍ର୍ଧଶ । ୩ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାପାଇଁ କହିଛନ୍ତି ଲୋକାୟୁକ୍ତ । ଓମଫେଡର ଜଣେ ପୂର୍ବତନ ନିଦେ୍ର୍ଧଶକଙ୍କ ସମେତ କେତେକ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ କରିବା ପାଇଁ କ୍ରାଇମବ୍ରାଂଚ ଏଡିଜିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ଲୋକାୟୁକ୍ତ ।

 

କେନ୍ଦ୍ରୀୟ ଅନୁଦାନ ହଡପ ସାଙ୍ଗକୁ ବ୍ୟାପକ ଆର୍ଥିକ ହେରଫେର, ଚୋରୀ ଓ ମିଥ୍ୟା ୟୁସି ଦିଆଯାଇଥିବା ଅଭିଯୋଗ ହୋଇଛି । ୩୦ କୋଟି ୬୫ ଲକ୍ଷରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇଛନ୍ତି ଆବେଦନକାରୀ । ଏପରିକି ଦୁଗ୍ଧ ଚାଷୀଙ୍କୁ ଅନଲାଇନରେ ଟଙ୍କା ପଇଠ କରାଯିବା ନାଁରେ ପ୍ରାୟ ୫ କୋଟି ୫୬ ଲକ୍ଷ ଟଙ୍କା ହଡପ କରାଯାଇଥିବା ଅଡିଟ ରିପୋର୍ଟରୁ ଧରା ପଡିଥିଲା ବୋଲି ଦର୍ଶାଇଛନ୍ତି ଆବେଦନକାରୀ ।

 

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କେନ୍ଦ୍ର ସରକାରଙ୍କ ପାଣ୍ଠିକୁ ଓମଫେଡର କେତେକ ଅସାଧୁ କର୍ମଚାରୀ ଚଳୁ କରିଦେଇଥିବା ନେଇ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାକୁ ଉପଲବ୍ଧି କରି ୩ ମାସ ମଧ୍ୟରେ ପ୍ରାରମ୍ଭିକ ତଦନ୍ତ କରି ରିପୋର୍ଟ ଦେବାଲାଗି କ୍ରାଇମବ୍ରାଂଚ ଏଡିଜିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ଲୋକାୟୁକ୍ତ ।

Related News
satta king tw