Top Stories

Search here...

News

ଚୁଲି ଭାଙ୍ଗିବାର ସେପରି କିଛି କାରଣ ନଥିଲା, ହେଲେ କାହିଁକି ଏପରି କଲା; କ’ଣ କହୁଛି ଅଭିଯୁକ୍ତ ?

Posted On - 2 days ago
Edited By Jyotirmayee Patanaik
LAST UPDATED Apr 08, 2022 07:55 PM

ଅଭିଯୁକ୍ତ ଜଗନ କହିଛନ୍ତି, “ପ୍ରଭୁ ଜଗନ୍ନାଥଙ୍କୁ ମୁଁ ବହୁତ ଭଲ ପାଏ । ତାଙ୍କୁ ବହୁ ଭକ୍ତି କରେ । ଏଠି କିଛି ଲୋକ ଖାଇବାକୁ ପାଉନଥିବା ବେଳେ ଆଉ କିଛି ଲୋକଙ୍କ ପାଖରେ ବହୁତ ଖାଦ୍ୟ ଅଛି । ଏହାକୁ ନେଇ ମନରେ ଅଭିମାନ ଥିଲା ।” କିନ୍ତୁ ଚୁଲି କାହିଁକି ଭାଙ୍ଗିଲା ସେ ସମ୍ପର୍କରେ କିଛି ସ୍ପଷ୍ଟ କହିନାହିଁ । 

 

BBSR Reporters

 

ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ଚୁଲି ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଜଗନ ମହାପାତ୍ରକୁ ପୋଲିସ ଗିରଫ କରିଛି । ପଚରାଉଚରାରୁ ଅଭିଯୁକ୍ତ ଜଣଙ୍କ ସେପରି କିଛି କାରଣ ଦର୍ଶାଇ ପାରିନାହିଁ ଯେଉଁଥ ପାଇଁ ସେ ଚୁଲି ଭାଙ୍ଗିଥିଲା । ତେବେ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି । ହୁଏତ ଅଭିଯୁକ୍ତ କାହିଁକି ମହାପ୍ରଭୁଙ୍କୁ ଚୁଲି ଭାଙ୍ଗିଥିଲା ପୋଲିସ ତା’ର କାରଣ ଖୋଜି ପାଇବ । 


ଅଭିଯୁକ୍ତ ଜଗନ କହିଛନ୍ତି, “ପ୍ରଭୁ ଜଗନ୍ନାଥଙ୍କୁ ମୁଁ ବହୁତ ଭଲ ପାଏ । ତାଙ୍କୁ ବହୁ ଭକ୍ତି କରେ । ଏଠି କିଛି ଲୋକ ଖାଇବାକୁ ପାଉନଥିବା ବେଳେ ଆଉ କିଛି ଲୋକଙ୍କ ପାଖରେ ବହୁତ ଖାଦ୍ୟ ଅଛି । ଏହାକୁ ନେଇ ମନରେ ଅଭିମାନ ଥିଲା ।” କିନ୍ତୁ ଚୁଲି କାହିଁକି ଭାଙ୍ଗିଲା ସେ ସମ୍ପର୍କରେ କିଛି ସ୍ପଷ୍ଟ କହିନାହିଁ । ଆଜି ଅଭିଯୁକ୍ତଙ୍କୁ ପୁରୀ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା । ତେବେ ତା’ ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି । 

 

ଅଭିଯୁକ୍ତ କହିବା ମୁତାବକ ସେଦିନ ଅପରାହ୍ନ ୨ଟାରୁ ୩ଟା ଭିତରେ ମୁଁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ଶ୍ରୀମନ୍ଦିର ଭିତରେ ବୁଲିଥିଲା । ପହଡ଼ ପଡ଼ିଲା ପରେ ରୋଷଘର ଭିତରକୁ ଯାଇଥିଲା । ସେତେବେଳେ ଗେଟ୍ ପାଖରେ କେହି ନଥିଲେ । ରୋଷଘର ଭିତରକୁ ଲାଇଟ୍ ଜଳୁଥିଲା । ରୋଷଘର ଭିତରକୁ ପ୍ରବେଶ କରି ବେଳେ ପ୍ରଥମେ ପଡ଼ିଥିବା ଅଳିଆ ସଫା କରିଥିଲା । ପରେ ରାଗରେ ସବୁ ଚୁଲି ଭାଙ୍ଗି ଦେଇଥିଲି । 


ଚୁଲି ଭାଙ୍ଗି ଭାଙ୍ଗିବା ପରେ ରୋଷଘରୁ ବାହାରିଲା ବେଳେ ଜଣେ କିଏ ଶୋଇଥିବା ଦେଖିବାକୁ ପାଇଲି । କିନ୍ତୁ ସେ ମୋତେ ଦେଖିନାହାନ୍ତି । ସେଠାରୁ ମୁଁ ବାଇଶି ପାହାଚ ଦେଇ ଆସୁଥିବାବେଳେ ଜେଟିପି ହାତରେ ଧରା ପଡ଼ିଥିଲି । ୩ ଜଣ ଜେଟିପି ମୋତେ ଧରି ବାହାରେ ଛାଡ଼ି ଦେଇଥିଲେ । ତା’ପରେ ମୁଁ ପଳାଇ ଆସିଥିଲି ବୋଲି ଜଗନ କହିଛନ୍ତି । ଜଗନ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ବିଦ୍ୟୁତ ବିଭାଗରେ କାମ କରୁଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଥିଲେ । ବୋଧହୁଏ ଆର୍ଥôକ ସ୍ଥିତି ଭଲ ନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ । ସେଥିପାଇଁ ସେ ରାଗରେ ଚୁଲି ଭାଙ୍ଗି ଥିବା କହିଛନ୍ତି ।

 

ସୂଚନାଯୋଗ୍ୟ, ରବିବାର ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ପଶି ପ୍ରାୟ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଛି । ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।
 

Related News
satta king tw