Top Stories

Search here...

News

ସାମ୍ୱାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା; ହାବିଲଦାର ନିଲମ୍ବିତ, ବଦଳିଲେ ଆଇଆଇସି ଓ ଆଇଓ

Posted On - 1 minute ago
Edited By Jyotirmayee Patanaik
LAST UPDATED Apr 08, 2022 08:00 PM

ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏହି ଘଟଣା ନେଇ ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଥିବା ବେଳେ ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ପୂର୍ବାଚଂଳ ଆଇଜିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ମାନବ ଅଧିକାର କମିଶନ ।

 

BBSR Reporters


ଭୁବନେଶ୍ୱର: ନୀଳଗିରିରେ କାର୍ଯ୍ୟରତ ସାମ୍ୱାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡ଼ି ପକାଇ ମେଡ଼ିକାଲ୍ରେ ଭର୍ତ୍ତି କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ବିଭାଗ ।  ନୀଳଗିରି ଥାନା ଅଧିକାରୀ ଦ୍ରୌପଦୀ ଦାସଙ୍କୁ ବଦଳି କରାଯାଇଛି । ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି । ତଦନ୍ତ ସରିବା ପର୍ଯ୍ୟନ୍ତ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ପୂର୍ବାଞ୍ଚଳ ରେଂଜ ଇନ୍ଚାର୍ଜ ଆଇଜି ନରସିଂହ ଭୋଳ ଏନେଇ ସୂଚନା ଦେଇଛନ୍ତି ।


ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏହି ଘଟଣା ନେଇ ଗଭୀର ଉଦ୍ବେଗ୍ ପ୍ରକାଶ କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛି । ସାମ୍ବାଦିକଙ୍କ ଉପରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଡା ନିନ୍ଦା କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛି । ସାମ୍ବାଦିକଙ୍କୁ ନ୍ୟାୟ ଦେବା ସହ ଜୁଲମ୍ କରୁଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ । ନୀଳଗିରି ଘଟଣା ସହ ମଧ୍ୟପ୍ରଦେଶରେ ଥାନାରେ ସାମ୍ବାଦିକଙ୍କୁ ଅର୍ଦ୍ଧ ଉଲଗ୍ନ କରାଯିବାକୁ ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏଡିଟର୍ସ ଗିଲ୍ଡ ହେଉଛି, ଜାତୀୟ ସ୍ତରରେ ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାର୍ଥ ରକ୍ଷା ପାଇଁ କାମ କରୁଥିବା ସଂସ୍ଥା ।

 

ସାମ୍ବାଦିକଙ୍କ ଗୋଡରେ ପୁଲିସ ବେଡି ପକାଇବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ପୂର୍ବଂଚଳ ଆଇଜିଙ୍କୁ ରିପୋର୍ଟ ମାଗିଛନ୍ତି । ନିଜ ଆଡୁ ହସ୍ତକ୍ଷେପ କରି, ରାଜ୍ୟ ମାନବାଧିକାର କମିଶନ କହିଛନ୍ତି ପୂର୍ବାଂଚଳ ଆଇଜି ସଂପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ରିପୋର୍ଟ ଦିଅନ୍ତୁ । ଆସନ୍ତା ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ହୋଇଛି । ଏବଂ ଏହି ଅବଧି ଭିତରେ ବାଲେଶ୍ୱର ସିଡିଏମ ଓ ବିଏଚ୍ଓ ମଧ୍ୟ ତାଙ୍କ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ନିଳଗିରି ସାମ୍ବାଦିକ ଲୋକନାଥ ଦଳାଇଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସବୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

 

ଏହି ଖବରକୁ ଗୁରୁତର ସହ ନେଇ ତଦନ୍ତ କରି ଆସନ୍ତା ୨୬ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ପୂର୍ବାଂଚଳ ଆଇଜିଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ସାମ୍ବାଦିକଙ୍କ ଗୋଡ଼ରେ ଶିକୁଳି ପକାଇବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜିଲ୍ଲା ମାନବାଧିକାର କମିଶନ । ନୀଳଗିରିରେ ପହଂଚି ମାମଲାର ତଦନ୍ତ ଆରମ୍ଭ କରିବା ସହ ଥାନାରେ ପହଂଚି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ନେଇଛନ୍ତି । ସେ ଏଭଳି ଅମାନୁଷିକ କାର୍ଯ୍ୟକୁ ସମାଲୋଚନା କରିଛନ୍ତି ।


ଆଇସିୟୁରେ ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇ । ପୋଲିସ୍ ଦ୍ୱାରା ଅମାନୁଷିକ ଭାବରେ ଅତ୍ୟାଚାରିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଆଜି କିଛି ସମୟ ପୂର୍ବରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ଉଚ୍ଚ ବ୍ଲଡ୍ ପ୍ରେସର ଓ ଡାଏବେଟିସରେ ବ୍ୟତିକ୍ରମ ଦେଖାଦେବା ଓ ଜ୍ୱର ଲାଗି ରହିବା କାରଣରୁ ତାଙ୍କୁ ଆଇସିୟୁକୁ ନିଆଯାଇଛି । ଏଥିସହ ତାଙ୍କର ଫୁସଫୁସ୍ ସଂକ୍ରମିତ ହୋଇଥିବା ଡାକ୍ତର କହିଛନ୍ତି । ତେବେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ତିନିଦିନ ଆଇସିୟୁରେ ରଖି ଚିକିତ୍ସା କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି ।

 

ଇନସୁଲିନ୍ ଦେଇ ଡାଏବେଟିସକୁ ନିୟନ୍ତ୍ରଣ କରିବା ଡାକ୍ତରଙ୍କ ପ୍ରାଥମିକତା ହେବ । ନିଳିଗିରିରେ ସବୁ ସୀମା ଟପିଯାଇଥିଲା ପୋଲିସ । ବର୍ଦ୍ଧିର ବହପ ମୁଣ୍ଡକୁ ଏତେ ଚଢ଼ିଯାଇଥିଲା ଯେ, ଜଣେ କର୍ତବ୍ୟରତ ସାମ୍ବାଦିକ ସହ ପେସାଦାର ଅପରାଧୀ ଭଳି ବ୍ୟବହାର କରାଯାଇଥିଲା । ସମ୍ବାଦ ଓ କନକ ନ୍ୟୁଜର ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଗିରଫ କରିଥିବା ନୀଳଗିରି ପୋଲିସ୍ ତାଙ୍କୁ ହସ୍ପିଟାଲରେ ଭର୍ତି କରିଥିବା ବେଳେ ଗୋଡ଼ରେ ବେଡ଼ି ପକାଇ ରଖିଥିଲା  । ଯାହାର ଫଟୋ ସାମ୍ନାକୁ ଆସିବା ପରେ ଚାରିଆଡ଼ୁ ଉଦବେଗ ପ୍ରକାଶ ପାଇଛି  ।

 

କିଭଳି ଓ କାହା ସାହାସରେ ନୀଳଗିରି ଆଇଆଇସି ଏଭଳି ପଦକ୍ଷେପ ନେଲେ, ତାକୁ ନେଇ ବିବାଦ ତିଆରି ହୋଇଛି । ତେବେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲାରେ ତଦନ୍ତ ଆରମ୍ଭ ହୋଇଛି  । ଜଣେ ଡିଏସପି ରାଙ୍କର ଅଧିକାରୀ ମାମଲାର ଅନୁଧ୍ୟାନ କରୁଥିବା କହିଛନ୍ତି ବାଲେଶ୍ୱର ଏସପି ସୁଧାଂଶୁ ମିଶ୍ର । ଘଟଣାରେ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି ।

 

Related News
satta king tw