Top Stories

Search here...

News

ଜୋରସୋରରେ ଚାଲିଛି ଶ୍ରିମନ୍ଦିର ଚୁଲି ତିଆରି କାମ; ସିସିଟିଭି ସଂନ୍ଦୀଗ୍ଧ ଚିହ୍ନଟ; ଜେଟିପିଙ୍କୁ ପଚରାଉଚରା ଜାରୀ

Posted On - 1 minute ago
Edited By Jyotirmayee Patanaik
LAST UPDATED Apr 05, 2022 08:30 PM

ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଏହି ଚାରି ଜେଟିପିଙ୍କ ଡୁ୍ୟଟି ଥିଲା ବେଳେ ରୋଷ ଘରେ ପଶି ଚୁଲି ଭାଙ୍ଗିଥିଲେ ଦୁବୃର୍ତ । ଏହି ସମୟରେ ଜଣେ ଦୁବୃର୍ତ ଝାଳ ଗମଗମ ହୋଇ ରୋଷଘରକୁ ପ୍ରବେଶ କରୁଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡୁଛି ।

 

BBSR Reporters


ପୁରୀ : ଜଗନ୍ନାଥଙ୍କ ଚୁଲିକୁ କିଏ ଭାଙ୍ଗିଲା ତାହା ଏଯାଏଁ ଜଣାପଡ଼ି ନାହିଁ । କିନ୍ତୁ ଏପଟେ ଜୋରସୋରରେ ଚାଲିଛି ଚୁଲି ତିଆରି କାମ । ସୁଆର ଓ ମହାସୁଆର ନିଯୋଗ ସଦସ୍ୟ ରଂଜିତ ସୁପକାର କହିଛନ୍ତି, ୫୦ରୁ ଅଧିକ ଚୁଲିର ମରାମତି କାମ ପ୍ରାୟ ସରିଗଲାଣି । କାଲିଠାରୁ ଚୁଲିରେ ନିୟମିତ କାମ ଆରମ୍ଭ ହୋଇପାରେ ।

 

ଶ୍ରୀମନ୍ଦିରର ରୋଷଘରେ ଥିବା ଏହି ଚୁଲି ଏକ ଅଲୌକିକ ଚୁଲି କହିଲେ ଭୁଲ ହେବ ନାହିଁ । ଗୋଟିଏ ଚୁଲିରେ ୧୪ରୁ ୧୫ଟି ହାଣ୍ଡି ବସେ । ଅନ୍ନରୁ ପେଜ ବାହାର କରାଯାଏ ନାହିଁ । ସେହି ହାଣ୍ଡିରେ ଥିବା ଏକ କଣାରୁ ପେଜ ବାହାରି ଚୁଲିରେ ପଡେ଼ । କିନ୍ତୁ ତାହା ନିଆଁକୁ ଲିଭାଇପାରେ ନାହିଁ । ଏମିତି ରୋଷଘରେ ୫୦ କ୍ୱିଂଟାଲରୁ ଅଧିକ ପରିମାଣର ଅନ୍ନ ରୋଷେଇ ହୁଏ । ସୁପକାର ସେବାୟତ ମାନେ ଏହି ରୋଷଘରର ଦାୟିତ୍ୱରେ ଥାଆନ୍ତି । ଗତ ୨ ତାରିଖ ରାତିରେ ହଠାତ୍ କେହି ରୋଷଘରେ ପଶି ୫୦ରୁ ଅଧିକ ଚୁଲି ଭାଙ୍ଗିଦେଇଥିଲେ ।


ସିସିଟିଭିରେ ଚିହ୍ନଟ ସଂଦୀଗ୍ଧଙ୍କୁ ବାଇଶି ପାହାଚ ଦେଇ ବାହାରେ ଛାଡିଥିଲେ ୪ ଜଣ ଜେଟିପି । ସିସିଟିଭିରେ ଏପରି ଦୃଶ୍ୟ ରହିଥିବା କହିଛନ୍ତି ପୁରୀ ଏସ୍ପି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯାଇଛି । ଜେଟିପିଙ୍କୁ ପଚରାଉଚରା କରାଯାଉଛି । ସଂଦିଗ୍ଧଙ୍କ ସହ ସେମାନେ କ’ଣ କଥା ହୋଇଥିଲେ । କେଉଁ ବିଷୟରେ ପଚାରିଥିଲେ ଓ କିପରି ସେଠାରୁ ସେ ବହାରିଗଲେ ସେନେଇ ଜେଟିପିଙ୍କୁ ପଚରାଉଚରା କରାଯାଉଛି । ଗତକାଲି ଜେଟିପିଙ୍କୁ ପଚରାଉଚରା କରାଯାଇଥିବା ବେଳେ ଆଜି ମଧ୍ୟ ଜେରା କରାଯିବ ବୋଲି ଏସ୍ପି କହିଛନ୍ତି ।

 

ସିସିଭିଟିରେ ଚିହ୍ନଟ ସଂଦିଗ୍ଧ କିଏ ଜଣାପଡ଼ିନଥିବାରୁ ସେବାୟତ ଓ ଅନ୍ୟ ଅଧିକାରୀଙ୍କୁ ସିସିଟିଭି ଦେଖାଇ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି । ଏହା ସହ ଡୁ୍ୟଟିରେ ଥିବା ୪ଜଣ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ତୁରନ୍ତ ଜବାବ ରଖିବାକୁ କୁହାଯାଇଛି । ଏମାନଙ୍କର ରାତି ଡୁ୍ୟଟି ଥିଲେ ବି କେମିତି ଦୁବୃର୍ତ ପଶି କାଣ୍ଡ ଘଟାଇଲେ, ଜବାବ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି ।

 

ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଏହି ଚାରି ଜେଟିପିଙ୍କ ଡୁ୍ୟଟି ଥିଲା ବେଳେ ରୋଷ ଘରେ ପଶି ଚୁଲି ଭାଙ୍ଗିଥିଲେ ଦୁବୃର୍ତ । ଏହି ସମୟରେ ଜଣେ ଦୁବୃର୍ତ ଝାଳ ଗମଗମ ହୋଇ ରୋଷଘରକୁ ପ୍ରବେଶ କରୁଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡୁଛି । ଏସ୍ପି, ଅତିରିକ୍ତ ଏସ୍ପି, ସିଂହଦ୍ୱାର ଥାନା ଅଧିକାରୀ, ଆସିଷ୍ଟାଣ୍ଡ କମାଣ୍ଡାଂଟ ଓ ସୁବେଦାର ମିଳିତ ଭାବେ ଛାନ୍ଭିନ୍ କରୁଛନ୍ତି । ଗତକାଲିଠାରୁ ଶ୍ରୀମନ୍ଦିରରେ ରାତିରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

 

Related News
satta king tw