Top Stories

Search here...

News

ଶ୍ରୀମନ୍ଦିର ରୋଷଶାଳାରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ଆରମ୍ଭ

Posted On - 2 minutes ago
Edited By Prabir Kumar
LAST UPDATED Apr 03, 2022 07:58 PM

ମହାପ୍ରଭୁଙ୍କ ନୀତିକାନ୍ତି ଓ କୋଠ ଭୋଗ ଠିକ ସମୟରେ ହେବା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏହାଛଡା ରୋଷଶାଳାର ପ୍ରବେଶ ପଥରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

 

BBSR Reporters


ପୁରୀ: ଶ୍ରୀମନ୍ଦିର ରୋଷଶାଳାରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ନୀତି ପ୍ରଶାସକ ଓ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଆଡିସନାଲ ଏସପି ମିଳିତ ଭାବେ ତଦନ୍ତ କରୁଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ସେପଟେ ରୋଷଶାଳା ଭାଙ୍ଗିବା ଘଟଣାରେ ୪ ଜଣ ସେବାୟତଙ୍କୁ ପଚରାଉଚରା କରିଛନ୍ତ ତଦନ୍ତକାରୀ ଟିମ୍ । ବ୍ୟବସାୟିକା ଶତ୍ରୁତାରେ ଏଭଳି କାଣ୍ଡ ହୋଇଥିବା ସନେ୍ଦହ କରାଯାଉଛି ।

 

ମହାପ୍ରଭୁଙ୍କ ନୀତିକାନ୍ତି ଓ କୋଠ ଭୋଗ ଠିକ ସମୟରେ ହେବା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏହାଛଡା ରୋଷଶାଳାର ପ୍ରବେଶ ପଥରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

Related News
satta king tw