Top Stories

Search here...

News

ସାଲେପୁର ହତ୍ୟାକାଣ୍ଡ; ବଡ଼ ଭାଇର ପୁରା ପରିବାରକୁ କଟୁରୀରେ ହାଣି ଥାନା ଆତ୍ମସମର୍ପଣ କଲା ଭାଇ

Posted On - 3 minutes ago
Edited By Jyotirmayee Patanaik
LAST UPDATED Apr 12, 2022 06:58 PM

ଜମିବାଡି ବିବାଦକୁ ନେଇ ରାତିରେ ବଡ ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ରଶ୍ମୀ ରେଖା, ଦୁଇ ପୁଅ ଏବଂ ଜଣେ ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଛି ସାନ ଭାଇ ଶିବ ପ୍ରସାଦ ସାହୁ । ନିଜେ ଅଭିଯୁକ୍ତ ଏକ ଭିଡିଓ କରି ହତ୍ୟା କରିଥିବା କହିଛି । 

 

BBSR Reporters

 

କଟକ: କଟକ ସାଲେପୁର ବିଭସô ହତ୍ୟାକାଣ୍ଡା । ବଡ ଭାଇର ପୁରା ପରିବାରକୁ ନିପାତ କରିଦେଇଛି ସାନ ଭାଇ । ଜମିବାଡି ବିବାଦକୁ ନେଇ ରାତିରେ ବଡ ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ରଶ୍ମୀ ରେଖା, ଦୁଇ ପୁଅ ଏବଂ ଜଣେ ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଛି ସାନ ଭାଇ ଶିବ ପ୍ରସାଦ ସାହୁ । ନିଜେ ଅଭିଯୁକ୍ତ ଏକ ଭିଡିଓ କରି ହତ୍ୟା କରିଥିବା କହିଛି । ଏଥିସହ ଭିଡିଓକୁ ଗାଁର ଅନ୍ୟମାନଙ୍କ ପାଖକୁ ପଠାଇ ବା ସହ ନିକଟସ୍ଥ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଶିବ ପ୍ରସାଦ  । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୁଶପୁର ଗ୍ରାମରେ । ମୃତ ଅଲେଖଙ୍କର ୧୮ ବର୍ଷିୟ ବଡ ଝିଅ, ୧୭ ଏବଂ  ୧୪ ପୁଅର ମୃତୁ୍ୟ ହୋଇଛି । ଘଟଣାସ୍ଥଳରେ ସାଇଂଟିଫିକ ଟିମ୍ ପହଂଚି ତନାଘନା ଆରମ୍ଭ କରିଛି । ହତ୍ୟା ହୋଇଥିବା ସ୍ଥାନକୁ ପୁଲିସ ସିଲ୍ କରି ତଦନ୍ତ କରୁଛି ।

 

ଶିବ ସାହୁ କହିଛି, ଭାଇ ଓ ମୋ ମଧ୍ୟରେ ତିକ୍ତତା ଥିଲା । ସେ ଓ ତା’ ପରିବାର ମୋତେ ସବୁବେଳେ ହଇରାଣ କରୁଥିଲେ । ଗତକାଲି ରାତିରେ ଭାଇ, ଭାଉଜ ଓ ସେମାନଙ୍କ ତିନି ଛୁଆ ମୋତେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ । ଏହା ପରେ ମୁଁ ମାନସିକ ଭାରସାମ୍ୟ ହରାଇ ବସିଲି ଓ ସେମାନଙ୍କୁ ମାରିଦେଲି । ଆଇନ ଯାହା ଦଣ୍ଡ ଦେବ, ତାକୁ ଗ୍ରହଣ କରିବି । ଏହି ଭିଡିଓରେ ସେ ଆହୁରି କହିଛି ଯେ ତାର ସାଧନ ନଥିବାରୁ ସେ ମାହାଙ୍ଗା ନଯାଇ ବାଲିଚନ୍ଦ୍ରପୁର ଯାଇ ଆତ୍ମସମର୍ପଣ କରିବ ।

 

କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି, ଅଭିଯୁକ୍ତ ଅନ୍ୟ ଏକ ଜିଲ୍ଲା ପୁଲିସ ହେପାଜତରେ ଅଛି । ସେଠାକୁ ଯାଇ ଆମ ଟିମ୍ ପଚରାଉଚରା କରିବ । ନିଶା ଦେବା ପରେ ଅଚେତ କରି ହତ୍ୟା କରାଯାଇଥିବା କଥାକୁ ଆମେ ଏଡ଼ାଇ ଯାଇନୁ । ସେହିପରି ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତିକୁ ମଧ୍ୟ ଆମେ ଏଡ଼ାଇ ଯାଇନୁ । ପୋଷ୍ଟମର୍ଟମ ରିପୋର୍ଟ ଅନେକ ଗୁରୁତ୍ୱ ବହନ କରୁଛି ।

 

ସୂଚନାଯୋଗ୍ୟ, କୁସୁପୁର ଠାରୁ ବାଲିଚନ୍ଦ୍ରପୁର ଥାନା ପାଖ ।ମିଳିଥିବା ସୂଚନା ଅନୁଯାୟୀ, ଅଲେଖ ଗାଁରେ ଏକ ଛୋଟ ଦୋକାନ କରିଥିଲେ । ସେହିପରି ଶିବ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା । ଘର ଓ ଜାଗାବାଡ଼ି ନେଇ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ଝଗଡ଼ା ଲାଗି ରହିଥିଲା । ତେବେ ଗତକାଲି ରାତିରେ ତାହା ଉଗ୍ରରୂପ ନେଇଥିଲା । ଯାହା ସୂଚନା ମିଳିଛି, ରାତି ପ୍ରାୟ ଅଢେ଼ଇଟା ବେଳେ ଶିବ ସମସ୍ତଙ୍କୁ ମାରିଛି । କଟୁରୀରେ ଅଭିଯୁକ୍ତ ସେମାନଙ୍କୁ ହାଣି ଦେଇଛି । ବଡ଼ ଭାଇ ଓ ତାଙ୍କ ପରିବାର ଲୋକଙ୍କୁ ମାରି ସେ ତାଲା ପକାଇ ଦେଇଥିଲା ।

 

ଆଜି ସକାଳ ସାଢେ଼ ଆଠଟା ପର୍ଯ୍ୟନ୍ତ ଶିବ ଗାଁରେ ଥିଲା । ଲୋକେ ବି ତାକୁ ଦେଖିଛନ୍ତି । ତା’ପରେ ସେ ବାଲିଚନ୍ଦ୍ରପୁର ଯାଇ ଥାନାରେ ଆତ୍ମସମର୍ପଣ କରିଥିଲା । ଦୁଇ ଭାଇ ଗୋଟିଏ ଘରେ ରହୁଥିବା ବେଳେ ଶିବର ପନôୀ ଘରେ ନଥିଲେ ।ପୁଲିସ୍ ଓ ମାଜିଷ୍ଟ୍ରେଟ୍ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ମୃତଦେହ ଗୁଡ଼ିକୁ ଜବତ କରିଥିଲେ । କଟକ ଗ୍ରାମାଞ୍ଚଳ ଏସ୍ପି ବି. ଯୁଗୋଳ କିଶୋର କହିଛନ୍ତି, ପ୍ରାଥମିକ ତଦନ୍ତ ଅନୁସାରେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଜଣାପଡ଼ିଛି । ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଏକ କଟୁରୀକୁ ଜବତ କରାଯାଇଛି । ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତରୁ ଜଣାପଡ଼ିବ ।


 

Related News
satta king tw