Top Stories

Search here...

News

ଗିରଫ ହେଲେ ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନି; ଜବତ ହେଲାଣି ୩ କୋଟି ୪୧ ଲକ୍ଷ ଟଙ୍କା ସମ୍ପତ୍ତି

Posted On - 6 minutes ago
Edited By Jyotirmayee Patanaik
LAST UPDATED Apr 09, 2022 07:21 PM

ଆଜି କଳ୍ପନାଙ୍କ ଉଭଣୀ ଉର୍ବଶୀ ପ୍ରଧାନଙ୍କ ଘରୁ ୧କୋଟି ୪୧ ଲକ୍ଷ ୬୨ ହଜାର ୪ଶହ ଟଙ୍କା ଜବତ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସାଲିଆ ସାହିରେ ଥିବା ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରେ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି ଭିଜିଲାନ୍ସ ।

 

BBSR Reporters


 ଭୁବନେଶ୍ୱର: ଦୁର୍ନୀତିକୁ ପ୍ରୋତ୍ସାହନ ଏବଂ ଟଂକା ଲୁଚାଇବାକୁ ସହଯୋଗ କରିବା ମାମଲାରେ ଗିରଫ ହେଲେ ଭଞ୍ଜନଗର କୋଟିପତି ସହକାରୀ ଯନ୍ତ୍ରୀ କାର୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନି କଳ୍ପନା ପ୍ରଧାନ । ପଚରା ଉଚରା କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । କଳ୍ପନାଙ୍କ ଘରୁ ପୂର୍ବରୁ ୨ କୋଟି ୪୧ ହଜାର ଟଂକା ଜବତ ହୋଇଥିଲା । ଆଜି କଳ୍ପନାଙ୍କ ଉଭଣୀ ଉର୍ବଶୀ ପ୍ରଧାନଙ୍କ ଘରୁ ୧କୋଟି ୪୧ ଲକ୍ଷ ୬୨ ହଜାର ୪ଶହ ଟଙ୍କା ଜବତ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସାଲିଆ ସାହିରେ ଥିବା ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରେ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି ଭିଜିଲାନ୍ସ ।

 

ଏହାଛଡା ସେଠାରୁ ୩୫୪ ଗ୍ରାମର ସୁନା ମଧ୍ୟ ଜବତ କରାଯାଇଛି । ଏହାକୁ ମିଶାଇ ଏଯାଏ ତାଙ୍କ ପାଖରୁ ମୋଟ ନଗଦ ୩କୋଟି ୪୧ଲକ୍ଷ ୬୭ ହଜାର ୨୮୦ ଟଙ୍କା ଜବତ କରାଯାଇଛି । ଏହି ଟଙ୍କାକୁ ସାଲିଆ ସାହିରେ ଦ୍ୱିତୀୟ ପତ୍ନୀ ଭଉଣୀଙ୍କ ଘରେ ଲୁଚାଇ ରଖିଥିଲେ କାର୍ତିକେଶ୍ୱର ରାଉଳ । କଳ୍ପନା ପ୍ରଧାନଙ୍କୁ ଜେରା କରାଯିବା ସମୟରେ ଏକଥା ଜାଣି ପାରିଥିଲା ଭିଜିଲାନ୍ସ ଟିମ୍ ।  ଏଥସହ ରାଜଧାନୀର ପୋଖରୀପୁଟରେ ଯନ୍ତ୍ରୀ କାର୍ତିକେଶ୍ୱର ରାଉଳଙ୍କର ଗୋଟିଏ ଟି୍ରପଲେକ୍ସ ଠାବ ହୋଇଛି ।  ଏହାକୁ ସେ କେଶରୀ ଇଷ୍ଟେଟ ପ୍ରାଇଭେଟ ଲିମିଟେଡଠାରୁ ନଗଦ ୭୮ ଲକ୍ଷ ୫୦ ହଜାର ଟଙ୍କ ଦେଇ କିଣିଥିବା ଜଣାପଡିଛି ।

Related News
satta king tw