Top Stories

Search here...

News

ଫ୍ରି-ଫାୟାର ଗେମକୁ ନେଇ ହତ୍ୟାକାଣ୍ଡ; ନାବାଳକଙ୍କୁ ପିଟି ପିଟି ନଦୀକୁ ପକାଇଦେଲେ ଦୁଇ ଯୁବକ

Posted On - 8 minutes ago
Edited By Jyotirmayee Patanaik
LAST UPDATED Apr 15, 2022 08:04 PM

ପୁଲିସ ସୂଚନା ଅନୁସାରେ ଲୁଲୁ ଓ ଅନ୍ୟ ଦୁଇ ଜଣ ଯୁବକ ସ୍କୁଲ ପରିସରରେ ମିଶି ଫ୍ରି-ଫାୟର ଗେମ ଖେଳୁଥିଲେ । ଗେମରେ ଲୁଲୁ ହାରିବା ପରେ ଫ୍ରି-ଫାୟାର ଗେମ ଖେଳିବାକୁ  ମୋବାଇଲ ମାଗିଥିଲେ । ହେଲେ ମୋବାଇଲ ଦେବାକୁ ମନା କରିଥିଲେ ଲୁଲୁ, ଏଥିରେ ରାଗିଯାଇ ଦୁଇ ଯୁବକ ତାକୁ ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

 

BBSR Reporters


କୋରାପୁଟ: ଫ୍ରି-ଫାୟାର ଗେମକୁ ନେଇ ହତ୍ୟାକାଣ୍ଡ । ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ଟାଉନ ଥାନା ଅନ୍ତର୍ଗତ ମସିପୁଟ ଗାଁରେ । ମୋବାଇଲ ଗେମ ପାଇଁ ମସିପୁଟ ଗାଁର ଜଣେ ନାବାଳକକୁ ଦୁଇ ଜଣ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଖବର ସାରା ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ଖବର ପାଇ ପୁଲିସ ସାଇନଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

 

ମୃତକ ନାବାଳକ ଜଣକ ହେଉଛନ୍ତି ମସିପୁଟ ଗାଁର ୧୨ ବର୍ଷ ବୟସ୍କ ଲୁଲୁ ଭୋଇ । ପୁଲିସ ସୂଚନା ଅନୁସାରେ ଲୁଲୁ ଓ ଅନ୍ୟ ଦୁଇ ଜଣ ଯୁବକ ସ୍କୁଲ ପରିସରରେ ମିଶି ଫ୍ରି-ଫାୟର ଗେମ ଖେଳୁଥିଲେ । ଗେମରେ ଲୁଲୁ ହାରିବା ପରେ ଫ୍ରି-ଫାୟାର ଗେମ ଖେଳିବାକୁ  ମୋବାଇଲ ମାଗିଥିଲେ । ହେଲେ ମୋବାଇଲ ଦେବାକୁ ମନା କରିଥିଲେ ଲୁଲୁ, ଏଥିରେ ରାଗିଯାଇ ଦୁଇ ଯୁବକ ତାକୁ ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦୁଇ ଯୁବକଙ୍କ ମାଡରେ ଲୁଲୁ ଅଚେତ ହୋଇଯିବା ପରେ ଭୟରେ ତାକୁ ନଈରେ ଫୋପାଡି ଦେଇଥିଲେ ।

 

ଏପଟେ ପରିବାର ଲୋକ ପୁଅକୁ ଆଖପାଖରେ ଖୋଜା ଖୋଜି କରିବା ସମୟରେ ନଈରେ ଏକ ମୃତଦେହ ଭାସୁଥିବା ଖବର ପାଇଥିଲେ । ପରେଜଣା ପଡିଥିଲା ସେ ଲୁଲୁ ବୋଲି । ଏହି ଫ୍ରି-ଫାୟାର ଗେମ ବର୍ତମାନ ଇଂଟରନେଟରେ ବେଶ ଲୋକପ୍ରିୟ ରହିଛି । ୨୦୨୧ରେ ଏହାକୁ ୧୫କୋଟି ଲୋକ ଡାଉନଲୋଡ କରିଥିଲେ । ବିଶେଷ କରି ଏହି ଗେମ କିଶୋର ବୟସର ପିଲାଙ୍କ ମଧ୍ୟରେ ବେଶ ଆଦୃତ । କୁହାଯାଏ ଥରେ ଏହି ଗେମ ଖେଳିଲେ, ଏହା ଏକ ନିଶା ପାଲଟିଯିବାର ସମ୍ଭାବନା ଥାଏ ।

Related News
satta king tw