Top Stories

Search here...

News

ସାମ୍ପ୍ରଦାୟିକ ଗଣ୍ଡଗୋଳ: ପୁରା କେନ୍ଦୁଝରରେ ଇଣ୍ଟରନେଟ୍ ସେବା ବନ୍ଦ; ଅନିଦ୍ଧିଷ୍ଟ କାଳ ପାଇଁ ଯୋଡାରେ ୧୪୪ ଧାରା

Posted On - 6 minutes ago
Edited By Jyotirmayee Patanaik
LAST UPDATED Apr 12, 2022 08:37 PM

 ସୂଚନା ଅନୁସାରେ ଯୋଡା ବଜାର ନିକଟରେ ଏକ ଗୋଷ୍ଠୀ ଧାର୍ମିକ ଶୋଭାଯାତ୍ରା କରୁଥିଲେ । ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ତାପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଟେକା ପଥର ମାଡ କରିଥିଲେ । 

 

BBSR Reporters


ଯୋଡା: ଶାନ୍ତି ଫେରିବା ଯାଏଁ ଯୋଡ଼ାରେ ବଳବତର ରହିବ ୧୪୪ ଧାରା । ଅଶାନ୍ତି କମିଟି ବୈଠକ ।  ପୁରା କେନ୍ଦୁଝର ଜିଲ୍ଲାରେ ଇଂଟରନେଟ୍ ସେବା ବନ୍ଦ ରହିଛି । ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଉତେଜନାକୁ ଦୃଷ୍ଟିରେ ରଖି ଇଂଟରନେଟ୍ ସେବା ବନ୍ଦ କରାଯାଇଥିବା ସୂଚନା ମିଳିଛି । ୩ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି । ଘଟଣାକୁ ଦୃଷ୍ଟିରେ ରଖି ୧୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

 

ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି । ସୂଚନା ଅନୁସାରେ ଯୋଡା ବଜାର ନିକଟରେ ଏକ ଗୋଷ୍ଠୀ ଧାର୍ମିକ ଶୋଭାଯାତ୍ରା କରୁଥିଲେ । ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ତାପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଟେକା ପଥର ମାଡ କରିଥିଲେ । ଏଥିରେ ପାଖାପାଖି ୧୦ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏସପିଙ୍କ ସହିତ ପୋଲିସ ଫୋର୍ସ ପହଂଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ହେଲେ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗି ରହିଥିବାରୁ ୧୪୪ ଧାରା ଲାଗୁ କରିଛି ପ୍ରଶାସନ ।

Related News
satta king tw