Top Stories

Search here...

News

ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରକୁ ଆସିଥିବା କୋକେନ୍;ନିଶା ମାଫିଆଙ୍କ ଉପରେ ଏସଟିଏଫର ନଜର

Posted On - 5 minutes ago
Edited By Jyotirmayee Patanaik
LAST UPDATED Apr 15, 2022 08:23 PM

ହକି ବିଶ୍ୱକପର ଦର୍ଶକଙ୍କୁ ଟାର୍ଗେଟ୍ କରି କୋକେନକୁ ଭୁବନେଶ୍ୱର ବଜାରକୁ ଛାଡିଥିଲା କିଙ୍ଗପିନ୍ ।

 

BBSR Reporters


ଭୁବନେଶ୍ୱର: ରାଜଧାନୀରୁ କୋକେନ୍ ମିଳିବା ଘଟଣାରେ ବଡ ଖୁଲାସା । ହକି ବିଶ୍ୱକପକୁ ଆଖି ଆଗରେ ରଖି ଭୁବନେଶ୍ୱରକୁ କୋକେନ୍ ଆସିଥିଲା ବୋଲି ଏସଟିଏଫକୁ ସୂଚନା ମିଳିଛି । ସୂଚନା ଦେଇ ଏସଟିଏଫ କହିଛି, ଦିଲ୍ଲୀର ତୁର୍କମାନ ଗେଟରୁ କୋକେନର ମୁଖିଆ ଅପରେସନ କରୁଥିଲା ।

 

ଆସନ୍ତାବର୍ଷ ହକି ବିଶ୍ୱକପ ଆୟୋଜନ ହେବ । ହକି ବିଶ୍ୱକପର ଦର୍ଶକଙ୍କୁ ଟାର୍ଗେଟ୍ କରି କୋକେନକୁ ଭୁବନେଶ୍ୱର ବଜାରକୁ ଛାଡିଥିଲା କିଙ୍ଗପିନ୍ । କୋକେନ୍ ଏକ ବିଦେଶୀ ନିଶା । ବିଶ୍ୱକପ ସମୟରେ ଅନେକ ବିଦେଶୀ, ବଡ ବଡିଆ ରାଜଧାନୀକୁ ଆସିବେ । ସେମାନଙ୍କୁ ଟାର୍ଗେଟ କରି କୋକେନକୁ ଭୁବନେଶ୍ୱର ବଜାରରେ ପ୍ରବେଶ କରାଇଥିଲେ ବେପାରୀ । ଦୁଇ ଅଭିଯୁକ୍ତଙ୍କ ପାଖରୁ ଦକ୍ଷିଣ ଆଫ୍ରିକାର କରେନ୍ସି ମିଳିଥିବାରୁ ଏହି କୋକେନ କାରବାର ପଛରେ ଦକ୍ଷିଣ ଆଫ୍ରିକାର ଲିଙ୍କ ଥିବା ଏସଟିଏଫ ସନେ୍ଦହ କରୁଛି  ।
 

Related News
satta king tw