Top Stories

Search here...

News

ବିଜେଡିରେ ଆଉ ଜଣେ ଅନୁପ ସାଏ; ବିବାହ ପ୍ରଲୋଭନ ଦେଖାଇ ୩  ବର୍ଷ ଯୌନ ଶୋଷଣ, ଏତଲା ରଖୁନି ପୁଲିସ!

Posted On - 5 minutes ago
Edited By Prabir Kumar
LAST UPDATED May 03, 2022 07:22 PM

ବିଧାୟକ ଜଣକ ନିଜକୁ ଅବିବାହିତ କହି ଭୁବନେଶ୍ୱରର ଯୁବତୀଙ୍କ ସହ ପ୍ରାୟ ୩ ବର୍ଷ ପୂର୍ବେ ଶାରୀରିକ ସମ୍ପର୍କ ରଖିଥିଲେ । ଇତି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଥିବା ବେଳେ ତାଙ୍କ ଗର୍ଭ ନଷ୍ଟ କରାଯାଇଥିଲା । 

 

BBSR Reporters


ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ୩ ବର୍ଷରୁ ଅଧିକ ସମୟ ଧରି ବିଧାୟକ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ସତ୍ତ୍ୱେ ପୁଲିସ୍ ଏତଲା ଗ୍ରହଣ କରୁ ନ ଥିବା କଂଗ୍ରେସ ଅଭିଯୋଗ କରିଛି । ଏପରିକି ବିଧାୟକ ଏବେ ପୀଡିତାଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି ।


ବିଧାୟକ ଜଣକ ନିଜକୁ ଅବିବାହିତ କହି ଭୁବନେଶ୍ୱରର ଯୁବତୀଙ୍କ ସହ ପ୍ରାୟ ୩ ବର୍ଷ ପୂର୍ବେ ଶାରୀରିକ ସମ୍ପର୍କ ରଖିଥିଲେ । ଇତି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଥିବା ବେଳେ ତାଙ୍କ ଗର୍ଭ ନଷ୍ଟ କରାଯାଇଥିଲା । ବିଧାୟକ ଜଣକ ନିଜକୁ ଅବିବାହିତ ବୋଲି କହୁଥିବା ବେଳେ ସେ ପୂର୍ବରୁ ବିବାହିତ ବୋଲି ଦୀର୍ଘ ଦିନ ପରେ ଜାଣି ପାରିଥିଲେ ଯୁବତୀ । ଏହା ପରେ ସେ ବିଧାୟକଙ୍କୁ ସମ୍ପର୍କ ଚ୍ଛିନ୍ନ କରିବାକୁ କହିଥିଲେ । କିନ୍ତୁ ବିଧାୟକ ତାଙ୍କ କଥା ମାନିବାକୁ ଅରାଜି ହେବା ସହ ପୂର୍ବ ପରି ସମ୍ପର୍କ ଚାଲୁ ରଖିବାକୁ ଚାପ ପକାଇଲେ ।


ଏହି ଘଟଣାରେ ଆଜି ବିଧାୟକ ପ୍ରକାଶ ମାଝୀଙ୍କ କୁଶପୁତ୍ତଳିକା ଉମରକୋଟ ଓ ନବରଙ୍ଗପରରେ ଦାହ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା କଂଗ୍ରେସ । ଏଥିସହ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଜିଲ୍ଲାର ପ୍ରତ୍ୟେକ ଥାନା ଘେରାଉ କରାଯିବା ସହ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛି ।

 

ଯୁବତୀ ଜଣକ ଏହାର ପ୍ରତିରୋଧ କରିବାରୁ ଦୁଇ ତିନି ଦିନ ତଳେ କିଛି ଯୁବକ ଜାଗମରାସ୍ଥିତ ଯୁବତୀଙ୍କ ଘରକୁ ଯାଇଥିଲେ । ସେଠାରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଯୁବତୀ ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ହେଲେ ପୁଲିସ୍ ବିଧାୟକଙ୍କୁ ଗିରଫ କରିବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣାଉଥିବା ଅଭିଯୋଗ ହେଉଛି । ବିଜେଡି ବିଧାୟକଙ୍କ ବିରୋଧରେ ଅଭିଯୋଗ ଆସୁଥିବା ବେଳେ ରାଜ୍ୟ ସରକାର ଜାଣିଶୁଣ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି ।

Related News
satta king tw