Top Stories

Search here...

News

ବର୍ଷାଙ୍କୁ ହାଇକୋର୍ଟଙ୍କ ଝଟକା; ସାଂସଦ ଅନୁଭବ ମହାନ୍ତିଙ୍କ ଘର ଛାଡିବାକୁ ନିଦେ୍ର୍ଧଶ

Posted On - 1 minute ago
Edited By Jyotirmayee Patanaik
LAST UPDATED Jun 02, 2022 08:27 PM

ପ୍ରତିମାସର ୧୦ ତାରିଖ ମଧ୍ୟରେ ୩୦ ହଜାର ଦେବାକୁ ପଡିବ । ଟଙ୍କା ପାଇବାର ୨ ମାସ ଭିତରେ ଘର ଛାଡିବାକୁ ନିଦେ୍ର୍ଧଶ । ବର୍ଷା ନିଜ ସୁବିଧା ଅନୁସାରେ ଭଡାଘରେ ରହିବେ । ବାପା, ମାଆଙ୍କ ଅସୁସ୍ଥତା କାରଣରୁ  ଅନୁଭବ କରିଥିଲେ ଆବେଦନ ।

 

BBSR Reporters


ଭୁବନେଶ୍ୱର: ଅନୁଭବ-ବର୍ଷାଙ୍କ ବିବାଦରେ ନୂଆ ମୋଡ । ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ ନିଦେ୍ର୍ଧଶ ଦେଲେ ଏସଡିଜେଏମ କୋର୍ଟ । ବର୍ଷାଙ୍କୁ , ଅନୁଭବଙ୍କ ପୈତୃକ ଘର ଛାଡିବାକୁ ନିଦେ୍ର୍ଧଶ ଦେଇଛନ୍ତି କୋର୍ଟ । ବର୍ଷାଙ୍କ ରହଣି ପାଇଁ ମାସିକ ୩୦ ହଜାର ଦେବେ ଅନୁଭବ । ପ୍ରତିମାସର ୧୦ ତାରିଖ ମଧ୍ୟରେ ୩୦ ହଜାର ଦେବାକୁ ପଡିବ । ଟଙ୍କା ପାଇବାର ୨ ମାସ ଭିତରେ ଘର ଛାଡିବାକୁ ନିଦେ୍ର୍ଧଶ । ବର୍ଷା ନିଜ ସୁବିଧା ଅନୁସାରେ ଭଡାଘରେ ରହିବେ ।

 

ବାପା, ମାଆଙ୍କ ଅସୁସ୍ଥତା କାରଣରୁ  ଅନୁଭବ କରିଥିଲେ ଆବେଦନ । ଏହି ଘର ହେଉଛି  ଅନୁଭବଙ୍କ ଜେଜେବାପାଙ୍କ ଘର । ଏହି ଘରେ ଅନୁଭବଙ୍କ ବଡବାପା ଓ ବାପା ରହୁଥିଲେ । ପୂର୍ବରୁ ବର୍ଷା-ଅନୁଭବଙ୍କୁ ସୋସିଆଲ ମିଡିଆ ବ୍ୟବହାର କରିବାକୁ ମନା କରିସାରିଛନ୍ତି ହାଇକୋର୍ଟ । ଜୁଲାଇ ୪ ତାରିଖ ଯାଏଁ ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେନି ଉଭୟ । ଜୁଲାଇ ୪ରେ ମାମଲାର ପରବ ର୍ି ଶୁଣାଣି ହେବ । କୋର୍ଟରେ ଚାଲିଛି ଅନୁଭବ –ବର୍ଷାଙ୍କ ବିବାଦ ବିଚ୍ଛେଦ ମାମଲା ।

Related News
satta king tw