Top Stories

Search here...

News

ସାହୀନବାଗରେ ଚାଲିଲା ବୁଲଡୋଜର; ନାଗରିକତା ପ୍ରଦାନ ଆଇନ ସିଏଏ ବିରୋଧ ବିକ୍ଷୋଭକୁ ନେଇ ଚର୍ଚ୍ଚାକୁ ଆସିଥିଲା ସାହୀନବାଗ

Posted On - 2 minutes ago
Edited By Prabir Kumar
LAST UPDATED May 09, 2022 08:51 PM

ବିଜେପି ଶାସନରେ ଥିବା ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଏହି ଜବରଦଖଲ ଉଚ୍ଛେଦ ନିଦେ୍ର୍ଧଶ ଦିଆଯାଇଛି । ଗତକାଲି ଏଠାରେ ଉଚ୍ଛେଦ ହେବାର ଥିବା କିନ୍ତୁ ଆବଶ୍ୟକିୟ ସୁରକ୍ଷା ଫୋର୍ସ ନ ଥିବାରୁ ଉଚ୍ଛେଦ ହୋଇପାରିନଥିଲା ।

 

BBSR Reporters

 

ନୂଆଦିଲ୍ଲୀ: ନାଗରିକତା ପ୍ରଦାନ ଆଇନ ସିଏଏ ବିରୋଧରେ ବିକ୍ଷୋଭକୁ ନେଇ ଚର୍ଚ୍ଚାକୁ ଆସିଥିବା ଦିଲ୍ଲୀର ସାହୀନବାଗରେ ଚାଲିଲା ବୁଲଡୋଜର । ବୁଲଡୋଜର ଚାଲିବାକୁ ବିରୋଧ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ପରିସ୍ଥତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ସହ ପାରା ମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ଉଚ୍ଛେଦରୁ ରୋକିବାକୁ ଯାଇ ଲୋକେ ବୁଲଡୋଜର ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଛି  ।

 

ବିଜେପି ଶାସନରେ ଥିବା ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଏହି ଜବରଦଖଲ ଉଚ୍ଛେଦ ନିଦେ୍ର୍ଧଶ ଦିଆଯାଇଛି । ଗତକାଲି ଏଠାରେ ଉଚ୍ଛେଦ ହେବାର ଥିବା କିନ୍ତୁ ଆବଶ୍ୟକିୟ ସୁରକ୍ଷା ଫୋର୍ସ ନ ଥିବାରୁ ଉଚ୍ଛେଦ ହୋଇପାରିନଥିଲା । ଆଜି ସକାଳୁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଉଚ୍ଛେଦ ଆରମ୍ଭ ହେବା କ୍ଷଣି ଲୋକେ ପ୍ରତିବାଦ ଆରମ୍ଭ କରି୍ଥିଲେ ।

 

ପ୍ରତିବାଦ କରୁଥିବା କଂଗ୍ରେସ ସମର୍ଥକମାନଙ୍କୁ ପୋଲିସ ଘଉଡାଇବାକୁ ଚେଷ୍ଟା ଚଳାଇଛି  । ବିକ୍ଷୋଭରେ ଆପ୍ ବିଧାୟକ ଅମନତୁଲ୍ଲା ଖାନ ବିକ୍ଷୋଭକାରୀଙ୍କ ସହ ଯୋଗଦେଇଛନ୍ତି । ଉଚ୍ଛେଦକୁ ବିରୋଧ କରି କଂଗ୍ରେସ ନେତାମାନେ ଜେସିବି ଉପରେ ବସିଥିବା ଦେଖିବାକୁ ମିଳିଛି । ବିକ୍ଷୋଭ ଯୋଗୁ ଏମବି ରୋଡରେ ଟ୍ରାଫିକ୍ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି ।

Related News
satta king tw