Top Stories

Search here...

News

୧ % ପିସି ମାଗି ବହିସ୍କୃତ ପରେ ଗିରଫ ହେଲେ ପଞ୍ଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ; ଭଗବନ୍ତ ମାନଙ୍କୁ ପ୍ରସଂଶା କଲେ କେଜରିୱାଲ

Posted On - 7 minutes ago
Edited By Jyotirmayee Patanaik
LAST UPDATED May 24, 2022 08:40 PM

କେଜ୍ରିୱାଲ କହିଛନ୍ତି, ଆମେ ଯାହା ବି କରୁଛୁ, ସେଥିପାଇଁ ବହୁତ ସାହାସ ଦରକାର । ଭାରତରେ ରାଜନୀତି ବହୁତ ତଳକୁ ଖସି ଗଲାଣି । କିନ୍ତୁ ମୁଣ୍ଡ କଟିଯିବ ହେଲେ ଆମେ କେବେ ଗର୍ଦ୍ଧାରୀ କରିବୁନାହିଁ । 

 

BBSR Reporters


ନୂଆଦିଲ୍ଲୀ: ଟେଣ୍ଡରରେ ୧ ପ୍ରତିଶତ ପିସି ତଥା କମିଶନ ମାଗିବା ଅଭିଯୋଗରେ ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ବହିସ୍କାର କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ପ୍ରତିି ଟେଣ୍ଡର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ୧% କମିସିନ ମାଗୁଥିବା ମାନଙ୍କ ନଜରକୁ ଆସିଥିଲା । ଏହାକୁ ଗୁରୁତ୍ୱର ସହ ନେଇ ତାଙ୍କୁ କ୍ୟାବିନେଟରୁ ବହିସ୍କାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ସେ ନିଜ ବିଭାଗରେ ହୋଇଥିବା ଦୁର୍ନୀତିରେ ସାମିଲ ଥିଲେ ଓ ଏହାକୁ ସେ ସ୍ୱୀକାର ମଧ୍ୟ କରିଛନ୍ତି ।


ମାନ କହିଛନ୍ତି, କେହି ବି ଏ ବିଷୟରେ ଜାଣି ନଥିଲେ । ଯଦି ମୁଁ ଚାହିଁ ଥାଆନ୍ତି, ତା’ହେଲେ ଏହାକୁ ଲୁଚାଇ ରଖି ଦେଇଥାଆନ୍ତି । କିନ୍ତୁ ଏମିତି କରିଥିଲେ ଯେଉଁମାନେ ମୋତେ ବିଶ୍ୱାସ କରୁଛନ୍ତି, ସେମାନଙ୍କ ବିଶ୍ୱାସ ଭାଙ୍ଗି ଯାଇଥାଆନ୍ତା । ତେବେ ଭଗୱନ୍ତ ସିଂହ ମାନଙ୍କ ଏହି ନିଷ୍ପତି ପାଇଁ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । 

 

କେଜରୀୱାଲ କହିଛନ୍ତି, ଆଜି ମାନ ତାଙ୍କ ମନ୍ତ୍ରିମଣ୍ଡଳରୁ ଜଣେ ଦୁର୍ନୀତିଗ୍ରସ୍ତ ସଦସ୍ୟଙ୍କୁ ବହିଷ୍କାର କରିଥିଲେ । ଏହାପରେ ପଞ୍ଜାବର ଦୁର୍ନୀତି ନିରୋଧ ଶାଖା ଉକ୍ତ ବହିଷ୍କୃତ ମନ୍ତ୍ରୀଙ୍କୁ ଗିରଫ କରିଛି । ଦୁର୍ନୀତି ବିରୋଧରେ ମାନଙ୍କ ଶୂନ ସହନଶୀଳତାକୁ ଦେଖି କେଜ୍ରିୱାଲ ପ୍ରଶଂସା କରିଛନ୍ତି ।ମାନଙ୍କ କାର୍ଯ୍ୟାନୁଷ୍ଠାନ ଦେଖି ତାଙ୍କ ଆଖିକୁ ଲୁହ ଚାଲି ଆସିଥିବା ମଧ୍ୟ କେଜ୍ରିୱାଲ କହିଛନ୍ତି । 

 

ଏହି ଘଟଣା ପରେ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଆମେ ଯାହା ବି କରୁଛୁ, ସେଥିପାଇଁ ବହୁତ ସାହାସ ଦରକାର । ଭାରତରେ ରାଜନୀତି ବହୁତ ତଳକୁ ଖସି ଗଲାଣି । କିନ୍ତୁ ଆମ ଆଦମୀ ପାର୍ଟି ଗୋଟିଏ ନୂଆ ଆରମ୍ଭ । ମୁଣ୍ଡ କଟିଯିବ ହେଲେ କେବେ ହେଲେ ଗର୍ଦ୍ଧାରୀ କରିବୁନାହିଁ । ଆପ୍ ଗୋଟିଏ ସ୍ୱଚ୍ଛ ଦଳ । ଭଗୱନ୍ତ ମାନ ତାଙ୍କ ସରକାରରେ ମନ୍ତ୍ରୀ ଥିବା ଜଣେ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଆମେ ଗର୍ବିତ । ମୁଁ ମଧ୍ୟ ଦିଲ୍ଲୀରେ ମୋ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।

 

ଆପ ସବୁବେଳେ ଦୁର୍ନୀତି ବିରୋଧରେ ଶୂନ ସହନଶୀଳତା ନୀତୀ ଗ୍ରହଣ କରି ଆସିଛି । ଆପ୍ ସ୍ୱଚ୍ଛ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଜନ୍ମ ନେଇଛି । ଅରବିନ୍ଦ କେଜ୍ରିୱାଲ ସବୁବେଳେ ଦୁର୍ନୀତିକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ ବୋଲି କହି ଆସିଛନ୍ତି । ଆମ ନିଜ ଲୋକ ହେଲେ ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାନ କହିଛନ୍ତି ।

 

Related News
satta king tw