Top Stories

Search here...

News

ଇଡିର ନୋଟିସ୍ ପରେ କରୋନା ସଂକ୍ରମିତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି

Posted On - 3 weeks ago
Edited By Jyotirmayee Patanaik
LAST UPDATED Jun 30, 2022 01:08 PM

ତାଙ୍କୁ ଜୁନ୍ ୮ ତାରିଖରେ ହାଜର ହେବାକୁ ପ୍ରବର୍ତନ ନିଦେ୍ର୍ଧଶାଳୟ ପକ୍ଷରୁ ସମନ୍ ଜାରି କରାଯାଇଥିଲା । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ସଫେଇ ଦିଆଯାଇଛି । ସୂର୍ଯେ୍ୟାବାଲା କହିଛନ୍ତି ଇଡିରେ ହାଜର ହେବା ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

 

BBSR Reporters


ନୂଆଦିଲ୍ଲୀ:ଗତକାଲି ଇଡିର ନୋଟିସ୍ ମିଳିବା ପରେ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି କଂଗ୍ରେସ ଅନ୍ତରିଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂଘରୋଧରେ ଅଛନ୍ତି ସୋନିଆ । ତାଙ୍କୁ ସାମାନ୍ୟ ଜ୍ୱର ହେବା ସହ କରୋନା ଲକ୍ଷ୍ୟଣ ମଧ୍ୟ ତାଙ୍କ ଠାରେ ଦେଖାଦେଇଛି । ସୋନିଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାନେଇ ସୂଚନା ଦେଇଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା ।

 

ଗତକାଲି ସୋନିଆ ଗାନ୍ଧିଙ୍କୁ ଇଡିରେ ହାଜର ହେବାକୁ ସମନ କରାଯାଇଥିଲା । ଏହାପରେ ସନ୍ଧ୍ୟାରେ କରୋନା ସଂକ୍ରମିତ ହୋଇଛନ୍ତି ସୋନିଆ । ତାଙ୍କୁ ଜୁନ୍ ୮ ତାରିଖରେ ହାଜର ହେବାକୁ ପ୍ରବର୍ତନ ନିଦେ୍ର୍ଧଶାଳୟ ପକ୍ଷରୁ ସମନ୍ ଜାରି କରାଯାଇଥିଲା । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ସଫେଇ ଦିଆଯାଇଛି ।

 

ସୂର୍ଯେ୍ୟାବାଲା କହିଛନ୍ତି ଇଡିରେ ହାଜର ହେବା ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସୋନିଆ ଗାନ୍ଧି ନୋଟିସ୍ ଆଧାରରେ ଜୁନ୍ ୮ ତାରିଖରେ ଇଡିରେ ହାଜର ହେବେ । ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପଚର ଉଚରା ପାଇଁ ହାଜର ହେବାକୁ ନୋଟିସ୍ କରିଛି ଇଡି ।

Related News
satta king tw