Top Stories

Search here...

News

ଡ୍ରାଇଭରକୁ ଗଛରେ ବାନ୍ଧି ୩ ଲକ୍ଷ ଲୁଟିନେଲେ ଦୁବୁର୍ତ 

Posted On - 3 weeks ago
Edited By Jyotirmayee Patanaik
LAST UPDATED Jul 13, 2022 07:36 AM

ଓଡ଼ିଶା ସୀମା ରାଂଚି–ବିଜୟୱାଡା ରାସ୍ତାରେ ଏକ ପିକ୍ ଅପ ଭ୍ୟାନର ଡ୍ରାଇଭରଙ୍କ ନିକଟରୁ ସାଢେ ୩ ଲକ୍ଷ ଟଙ୍କା ଓ ମୋବାଇଲ୍ ଲୁଟିନେଇ ଫେରାର ହୋଇଗଲେ ଦୁବୁର୍ତ ।

 

BBSR Reporters


ଦେବଗଡ଼: ଡ୍ରାଇଭରକୁ ଗଛରେ ବାନ୍ଧି ୩ ଲକ୍ଷ ଲୁଟିନେଲେ ଦୁବୁର୍ତ । ଓଡ଼ିଶା ସୀମା ରାଂଚି –ବିଜୟୱାଡା ରାସ୍ତାରେ ଏକ ପିକ୍ ଅପ ଭ୍ୟାନର ଡ୍ରାଇଭରଙ୍କ ନିକଟରୁ ସାଢେ ୩ ଲକ୍ଷ ଟଙ୍କା ଓ ମୋବାଇଲ୍ ଲୁଟିନେଇ ଫେରାର ହୋଇଗଲେ ଦୁବୁର୍ତ । ଏନେଇ ଦେବଗଡ ଥାନାରେ ଅଭିଯୋଗ ହେଇଛି ।

 

ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ରେଙ୍ଗାଲି ଡ୍ୟାମ୍ ଅଂଚଳର ବ୍ୟବସାୟୀ ଅଙ୍କୁର ଅଗ୍ରୱାଲ୍ ନିଜ ଡ୍ରାଇଭର ଟିକନ୍ ହେମ୍ଭ୍ରମଙ୍କୁ ନଗଦ୩ ଲକ୍ଷ ଟଙ୍କା ସମ୍ବଲପୁର ରୁ ରାସନ ସାମଗ୍ରୀ ଆଣିବା ପାଇଁ ଦେଇଥିଲେ । ତେବେ ଆଜି ଦିନ ୧୦ ଟା ସମୟରେ ସାମଗ୍ରୀ ଆଣିବାକୁ ଯିବା ସମୟରେ କମଳା ବଗିଚା ନିକଟରେ ୨ ଜଣ ଯୁବକ ପିକ ଅପ ଭ୍ୟାନ ଗାଡିକୁ ଅଟକାଇଥିଲେ । ଏହାପରେ ରାସ୍ତାର କିଛି ଦୂରକୁ ଡ୍ରାଇଭରଙ୍କୁ ନେଇ ରସି ସାହାଯ୍ୟରେ ଏକ ଗଛରେ ବାନ୍ଧି ଦେଇଥିଲେ ।

 

ଡ୍ରାଇଭରଙ୍କ ନିକଟରୁ ଟଙ୍କା ଓ ମୋବାଇଲ୍ ଲୁଟିବା ପରେ ସମ୍ପୁକ୍ତ ଅଂଚଳରୁ ପଲସର ଗାଡିରୁ ଫେରାର ହେଇଥିଲେ ô୨ ଲୁଟେରା । ସୂଚନା ପାଇ ଘଟଣାସ୍ଥଳରେ ଦେବଗଡ ଥାନା ପୋଲିସ୍ ପହଂଚି ଏସପି ରାଜକିଶୋର ପାଇକରାୟଙ୍କ ତତ୍ୱାବଧନରେ ତଦନ୍ତ ଆରମ୍ଭ କରିଛି ।
 

Related News
satta king tw