Top Stories

Search here...

News

ବିଧାନସଭାରେ ଉଠିଲା ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା; ଜବାବ ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

Posted On - 1 week ago
Edited By Jyotirmayee Patanaik
LAST UPDATED Jul 15, 2022 04:52 PM

ଏହି ପ୍ରସଙ୍ଗରେ ଆଜି ପ୍ରଶ୍ନକାଳରେ ବିରୋଧୀ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ । ଫଳରେ ପ୍ରଶ୍ନ କାଳ ଚାଲି ପାରିନଥିଲା । ବାଚସ୍ପତି ଗୃହକୁ ସାଢେ଼ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।

 

BBSR Repoorters


ଭୁବନେଶ୍ୱର: ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ବିଧାନସଭା ହୁଲସ୍ତୁଲ ହୋଇଛି । ବିରୋଧୀଙ୍କ ପ୍ରବଳ ଦାବି ପରେ ଗୃହରେ ବିବୃତି ରଖିବାକୁ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ବାଚସ୍ପତି । ଏ ସମ୍ପର୍କରେ ଗୃହରେ ବିବୃତି ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବହେରା । ଏହା ସମ୍ବେଦନଶୀଳ ଘଟଣା । ମୁଖ୍ୟମନ୍ତ୍ରୀ ଏଥିପ୍ରତି ଶୂନ୍ୟ ସହନଶଳତା ନୀତ ଗ୍ରହଣ କରିଛନ୍ତି । ଘଟଣାର ତଦନ୍ତ ପାଇଁ ଡିସିପିଙ୍କ ତତ୍ୱବ୍ୟବଧାନରେ ତିନିଟି ଟିମ ଗଠନ କରାଯାଇଛି । ତଦନ୍ତକାରି ଟିମ ତାଙ୍କ ପକେଟରୁ ମିଳିଥିବା ଚିଠିକୁ ଆଧାର କରି ତଦନ୍ତ କରଯାଉଛି । ହଷ୍ଟେଲ ୱାର୍ଡେନ, ସୁପରିଟେଣ୍ଡେଂଟ ଏବଂ କଲେକ କତୃପକ୍ଷଙ୍କୁ ଏସମ୍ପରେ ପଚରାଉଚରା କରିଛନ୍ତି  ବୋଲି କହିଛନ୍ତି  ତୁଷାରକାନ୍ତି ବହେରା ।


 ଏହି ପ୍ରସଙ୍ଗରେ ଆଜି ପ୍ରଶ୍ନକାଳରେ ବିରୋଧୀ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ । ଫଳରେ ପ୍ରଶ୍ନ କାଳ ଚାଲି ପାରିନଥିଲା । ବାଚସ୍ପତି ଗୃହକୁ ସାଢେ଼ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ପରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏହା ଏକ ସ୍ପର୍ଶକାତର ବିଷୟ ବୋଲି ସେ କହିବା ସହ ଏହି ଘଟଣା ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ଉପରେ ଅଙ୍ଗୁଳି ଉଠାଇଛି ବୋଲି କହିଥିଲା । ଏଥିରେ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପରାଗତା ସାମ୍ନାକୁ ଆସିଥିବା ସେ ଅଭିଯୋଗ କରିଛନ୍ତି ।

 

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ତଦନ୍ତ ପାଇଁ କଲେଜ ପକ୍ଷରୁ ଇନ୍କ୍ୱାରି କମିଟି ଗଠନ ହୋଇଛି । ଏହି ଟିମ୍ରେ ଅଛନ୍ତି ୭ ଜଣ ସଦସ୍ୟ । କଲେଜର ପ୍ରିନ୍ସପାଲ ନିରଂଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ତଦନ୍ତରେ ପୁଲିସକୁ ସଂପୂର୍ଣ୍ଣ ସହଯୋଗ କରାଯାଉଛି ବୋଲି ସେ କହିଛନ୍ତି ।

 

କେଉଁ ତିନି ଜଣ ସିନିୟର ଚାପ ପକାଉଥିଲେ ଶିକ୍ଷକଙ୍କ ପାଖରେ ଟିଉସନ ହେବାକୁ ତାଙ୍କ ଉପରେ ଆକ୍ସନ ନିଆଯାଉ ବୋଲି ବିଜେପି ଦାବି କରିଛି । ୨୦୨୧-୨୨ ମସିହା ମଧ୍ୟରେ ଓଡ଼ିଶାରୁ ଏ ସମ୍ପର୍କିତ ୪୦ଟି ମାମଲା ୟୁଜିସି ପାଖରେ ଦାଖଲ ହୋଇଛି । ରିପୋର୍ଟ ଆସିବା ପରେ ମଧ୍ୟ ସରକାର ଚୁପ ବସିଥିବା ସେ ଅଭିଯୋଗ କରିଛନ୍ତି । ରାଗିଂ ରୋକିବା ପାଇଁ ସ୍ୱତନ୍ତ୍ର ନୂଆ କଡ଼ା ଆଇନ ରାଜ୍ୟ ସରକାର ଆଣିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଗିଂ ପାଇଁ ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି । ୫ ବର୍ଷରେ ୩ ହଜାର ୧୦୦ଛାତ୍ର ଓ ଛାତ୍ରୀ ଆମହତ୍ୟା କରିଥିବା ସେ ତଥ୍ୟ ଦେଇଛନ୍ତି ।

 

କଂଗ୍ରେସ ମଧ୍ୟ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି । ଏହା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ଆଣ୍ଟି ରାଗିଂ କମିଟି ବୈଠକ କେବେ ବସୁନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ଥିବାରୁ ବୈଠକ ଡାକି ଏଭଳି ଘଟଣାକୁ ରୋକାଯାଉ ବୋଲି କହିଛନ୍ତି ସୁର ରାଉତରାୟ ।

 


 

Related News
satta king tw