Top Stories

Search here...

News

ଥମୁନି ‘କାଳୀ’ ବିବାଦ; ଆରଏସଏସ୍ କହିଲା ଧର୍ମୀୟ ଭାବନାକୁ କୁଠାରଘାତ କରିବା ଅନୁଚିତ୍

Posted On - 2 minutes ago
Edited By Jyotirmayee Patanaik
LAST UPDATED Jul 09, 2022 08:00 PM

ଧର୍ମୀୟ ଭାବନା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ କୌଣସି ଟିକା ଟପ୍ପଣୀ କରିବା ପୂର୍ବରୁ ସମସ୍ତେ ସତର୍କ ରହିବା ଉଚିତ ବୋଲି ଆରଏସଏସର ଅଖିଳଭାରତୀୟ ପ୍ରଚାର ପ୍ରମୁଖ ସୁନିଲ ଆମ୍ବେକର କରିଛନ୍ତି ।

 

BBSR Reporters


ଜୟପୁର: ମା କାଳୀଙ୍କ ବିବାଦୀୟ ପୋଷ୍ଟରକୁ ନେଇ ବିରୋଧ ତେଜୁଥିବା ବେଳେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ପକ୍ଷରୁ କୁହାଯାଇଛି ଯେ, କେହି କାହାର ଧର୍ମୀୟ ଭାବନାକୁ ଆଘାତ ଦେବା ଅନୁଚିତ୍ । ସୃଜନସୀଳ ସ୍ୱାଧୀନତା ହେଉଛି ଆମ ଦେଶର ପରମ୍ପରା । କିନ୍ତୁ କେହି ବି କାହାର ଧର୍ମୀୟ ଭାବନାକୁ କୁଠାରଘାତ କରିବା ଅନୁଚିତ୍ । ରାଜସ୍ଥାନର ଝୁନଝୁନରେ ଶନିବାର ଆରମ୍ଭ ହୋଇଥିବା ଅଖିଳ ଭାରତୀୟ ପ୍ରାନ୍ତ ପଚାରକ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି ।

 

 ଧର୍ମୀୟ ଭାବନା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ କୌଣସି ଟିକା ଟପ୍ପଣୀ କରିବା ପୂର୍ବରୁ ସମସ୍ତେ ସତର୍କ ରହିବା ଉଚିତ ବୋଲି ଆରଏସଏସର ଅଖିଳଭାରତୀୟ ପ୍ରଚାର ପ୍ରମୁଖ ସୁନିଲ ଆମ୍ବେକର କରିଛନ୍ତି । ଫିଲ୍ମ ନିର୍ମାତା ଲୀନା ମାଣିମେକାଲିଙ୍କ ପ୍ରାମାଣିକ ଚଳଚ୍ଚିତ୍ର କାଳୀର ବିବାଦୀୟ ପୋଷ୍ଟରକୁ ନେଇ ଝଡ଼ ସୃଷ୍ଟି ହୋଇଥିବା ବେଳେ ଆରଏସଏସ ପକ୍ଷରୁ ଏହି ବୟାନ ଆସିଛି ।

 

ହିନ୍ଦୁ ଧର୍ମର ଦେବୀ ମା’ କାଳୀଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମର ବିବାଦୀୟ ପୋଷ୍ଟର ଚର୍ଚ୍ଚାର ପରିସରରେ ରହିଛି । ଫିଲ୍ମ କାଳୀର ପୋଷ୍ଟରରେ କାଳୀ ସିଗାରେଟ ପିଉଥିବା ସ୍ଥାନିତ କରାଯାଇଛି । ଯାହାକୁ ଭାରତରେ ପ୍ରବଳ ବିରୋଧ କରାଯାଇଛି । ଏହି ପୋଷ୍ଟରରେ କାଳୀ ସିଗାରେଟ ପିଉଥିବା ବେଳେ ହାତରେ ଏଲଜିବିଟି କ୍ୟୁ କମ୍ୟୁନିଟିର ପତାକା ରହିଛି ।

 

ଏହି ଆପତ୍ତିଜନକ ପୋଷ୍ଟରକୁ ଭାରତର ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିବା ବେଳେ ଲିନା ମାଣିମେକାଲିଙ୍କ ନାମରେ ଏକାଧିକ ଏତଲା ରୁଜୁ ହୋଇଛି । ଏହି ବିବାଦରରେ ଘିଅ ଢାଳିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା । ସେ କହିଛନ୍ତି ଯେ, କାଳୀଙ୍କ ସ୍ୱରୂପକୁ ନିଜ ଢଙ୍ଗରେ ପ୍ରକାଶ କରିବା ପାଇଁ ଜଣେ ନାଗରିକ ପାଖରେ ସ୍ୱାଧୀନତା ରହିଛି । ତାଙ୍କ ହିସାବରେ କାଳୀ ହେଉଛନ୍ତି ମାଂସ ଏବଂ ମଦ୍ୟପାନ କରୁଥିବା ଦେବୀ ।

 

ଏହି ବୟାନ ପରେ ମୋହିଆ ମଧ୍ୟ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ମୋହିଆଙ୍କ ନାମରେ ମଧ୍ୟ ଏକାଧିକ ଏତଲା ରୁଜୁ ହୋଇଛି । ତେବେ ଆରଏସଏସ ପକ୍ଷରୁ ରାଜସ୍ଥାନର ଆୟୋଜିତ ଆୟୋଜିତ କାର୍ଯ୍ୟକ୍ରମରେ ଉଦୟପୁର ଦର୍ଜୀଙ୍କୁ ଗଳାକାଟି ନିର୍ମମ ହତ୍ୟାକୁ ଦୃଢ଼ ନିନ୍ଦା କରାଯାଇଛି । ମୁସଲିମ ସୋସାଇଇଟି ମଧ୍ୟ ଆଗକୁ ଆସି ଏହି ଘଟଣାର ନିନ୍ଦା କରିବା ଉଚିତ ବୋଲି ଆରଏସଏସ ପକ୍ଷରୁ କୁହାଯାଇଛି ।
 

Related News
satta king tw