Top Stories

Search here...

News

ରୁଚିକାଙ୍କ ଆତ୍ମହତ୍ୟାକୁ ସାଙ୍ଘାତିକ ଅଭିଯୋଗ; ‘ ତିନି ଛାତ୍ରୀ ବୟଫ୍ରେଣ୍ଡଙ୍କ ସହ ହଷ୍ଟେଲରେ ପାର୍ଟି କରୁଥିଲେ’

Posted On - 1 minute ago
Edited By Jyotirmayee Patanaik
LAST UPDATED Jul 09, 2022 07:15 PM

ତିନି ସିନିୟର ଛାତ୍ରୀଙ୍କ ରାଗିଂ ସହିନପାରି ଆତ୍ମହତ୍ୟା କରିଥିବା ରୁଚିକା ସୁଇସାଇଡ ନୋଟ୍ରେ ଲେଖିଥବା ବେଳେ ସେହି ୩ ଛାତ୍ରୀ କିଏ? ରୁଚିକା ସେମାନଙ୍କ ନାଁ ଲେଖି ନାହାନ୍ତି ।

 

BBSR Reporters


ଭୁବନେଶ୍ୱର : ବିଜେବି କଲେଜରେ ଆତ୍ମହତ୍ୟା କରିଥିବା ମେଧାବୀ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତୁ୍ୟ ପଛର କାରଣ ଖୋଜୁଛି ପୁଲିସ । ଏପଟେ ଝିଅର ମୃତୁ୍ୟକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ବାପା ଗଣେଶ୍ୱର ମହାନ୍ତି । ସେ କହିଛନ୍ତି ଯୁକ୍ତ ୩ ଛାତ୍ରୀ ବୟଫ୍ରେଣ୍ଡଙ୍କୁ ଧରି ହଷ୍ଟେଲ୍କୁ ଆସୁଥିଲେ । ସାଥୀରେ ମଦ ଓ ସିଗାରେଟ୍ ଆଣୁଥିଲେ । ହଷ୍ଟେଲ୍ ରୁମ୍ରେ ବସି ମଦ ପିଇବା ସହିତ ସିଗାରେଟ୍ ଟାଣୁଥିଲେ । ମଦ ନିଶାରେ ରୁଚିକାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଉଥିଲେ । ସେମାନେ ଝିଅ ମୋ’ ଝିଅକୁ ମାରି ଦେଇଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କ ବାପା ଗଣେଶ୍ୱର ମହାନ୍ତି । ଧାରଣା ସ୍ଥଳକୁ ଆସୁଥିବା ଛାତ୍ରୀମାନେ ଏପରି କହୁଥିବା ଗଣେଶ୍ୱର ଅଭିଯୋଗ କରିଛନ୍ତି ।

 

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ମୋ’ ଝିଅ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ପଢ଼ୁଥିଲା । ସେ ଆଇଏଏସ୍ ଓ ଆଇପିଏସ୍ ହେବାକୁ ଲକ୍ଷ୍ୟ ରଖିଥିଲା । ତା’ ପଢ଼ାକୁ କିନ୍ତୁ ତା’ର ୩ ସିନିୟର ଛାତ୍ରୀ ସହି ପାରୁନଥିଲେ । ବୟଫ୍ରେଣ୍ଡଙ୍କୁ ଧରି ହଷ୍ଟେଲ୍କୁ ଆସୁଥିଲେ । ହଷ୍ଟେଲ୍ ରୁମ୍ରେ ମଦ ପିଇବା ପରେ ମୋ ଝିଅକୁ ଗାଳି ଦେଉଥିଲେ । ଏକଥା କଲେଜ ଅଧ୍ୟକ୍ଷ, ହଷ୍ଟେଲ୍ ସୁପରିନ୍ଟେଣ୍ଡେଣ୍ଟ ଓ କେୟାର ଟେକର କେମିତି ଜାଣିପାରିଲେ ନାହିଁ? ଏମାନେ ସବୁ ଜାଣିଛନ୍ତି । ଏମାନଙ୍କୁ ନେଇ ପଚରାଉଚରା କରାଗଲେ ସବୁ କଥା ଜଣାପଡ଼ିବ । ମୋ ଝିଅକୁ ରାଗିଂ କରୁଥିବା ୩ ଛାତ୍ରୀଙ୍କୁ ସାମ୍ନାକୁ ଅଣାଯାଉ । ସେମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ରୁଚିକାଙ୍କ ବାପା କରିଛନ୍ତି ।

 

ତିନି ସିନିୟର ଛାତ୍ରୀଙ୍କ ରାଗିଂ ସହିନପାରି ଆତ୍ମହତ୍ୟା କରିଥିବା ରୁଚିକା ସୁଇସାଇଡ ନୋଟ୍ରେ ଲେଖିଥବା ବେଳେ ସେହି ୩ ଛାତ୍ରୀ କିଏ? ରୁଚିକା ସେମାନଙ୍କ ନାଁ ଲେଖି ନାହାନ୍ତି । ପୁଲିସ କେବଳ କାରୁବାକୀ ହଷ୍ଟେଲରେ ରହୁଥିବା ଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରି ଚୁପ୍ ବସିଛି । ହେଲେ ରାଗିଂ କରିଥିବା ୩ ଛାତ୍ରୀଙ୍କ ପାଖରେ ପହଞ୍ଚି ପାରିନାହିଁ । ରାଗିଂ କରିଥିବା ୩ ଛାତ୍ରୀଙ୍କ ଗିରଫ ଦାବିରେ ରୁଚିକାଙ୍କ ପରିବାର ଲୋକ ଗତ ୨ ତାରିଖଠାରୁ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ।


କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି କଲେଜର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ । କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍ ନମ୍ୱର ନଂ ୨୦୧ରେ ରହୁଥିଲେ । ପ୍ରଥମ ବର୍ଷରେ ପଢ଼ୁଥିଲେ ମଧ୍ୟ ୟୁପିଏସ୍ସି ପାଇଁ ପ୍ରସ୍ତୁତି ଚଳାଇଥିଲେ । ହେଲେ ଗତ ୨ ତାରିଖରେ ହଷ୍ଟେଲ୍ ରୁମ୍ ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

Related News
satta king tw