Top Stories

Search here...

News

ଜଳିଲା ରୁଚିକାଙ୍କ ଜୁଇ; କଲେଜ କତୃପକ୍ଷ, ହଷ୍ଟେଲ ସୁପରିଟେଣ୍ଡେଂଟ ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

Posted On - 1 week ago
Edited By Jyotirmayee Patanaik
LAST UPDATED Jul 15, 2022 05:10 AM

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ବିଧାନସଭାରେ ଉଠାଇବୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

 

BBSR Reporters


ଭୁବନେଶ୍ୱର : ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମ୍ରୁ ଯୁକ୍ତ ୩ ପ୍ରଥମ ବର୍ଷର ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍୍ୟାକୁ ନେଇ ଏବେ ରାଜ୍ୟରେ ସବୁଠି ଚର୍ଚ୍ଚା । ବହୁ ବର୍ଷ ପରେ ର୍ୟାଙ୍ଗିଂ ସହିନପାରି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛି । ର୍ୟାଙ୍ଗିଂ ପଛରେ କିଏ ରହି ଏହାକୁ ପ୍ରୋସôାହନ ଦେଉଛି ତାକୁ ନେଇ ପ୍ରଶ୍ନ ଉଠିଛି । କଲେଜ କତୃପକ୍ଷ ଏବଂ ହଷ୍ଟେଲ ସୁପରିଟେଣ୍ଡେଂଟ ବାସ୍ତବରେ ଛାତ୍ରୀ ନିବାସରେ କଣ ହେଉଛି ତାହା ଅନୁଧ୍ୟାନ କରୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ବୁଦ୍ଧୀଜୀବୀ ମହଲରେ ଆଲୋଚନା ହେଉଛି । 

 

ଏପଟେ ଶୋକାକୁଳ ପରିବେଶରେ ରୁଚିକାଙ୍କ ଶେଷକୃତ୍ୟ ଆଜି ତାଙ୍କ ଗାଁ କଟକ ଜିଲ୍ଲା କଖଡିରେ ସଂପନ୍ନ ହୋଇଛି । ଝିଅକୁ ନିଆଁ ଦେବା ବେଳେ ତାଙ୍କ ବାପାଙ୍କ ଆଖିର ଲୁହ କହୁଥିଲା ସନ୍ତାନ ଅଦିନରେ ଛାଡ଼ି ଚାଲିଯିବାର ଦୁଃଖ ଦେଖିବାକୁ ମିଳିଥିଲା । ମୃତ ଛାତ୍ରୀଙ୍କ ବାପାମାଆ ଦୋଷୀଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି । ପରିବାର ପକ୍ଷରୁ କୁହାଯାଇଛି, ରୁଚିକା ଛୋଟ ବେଳୁ ଜଣେ ମେଧାବି ଛାତ୍ର ଥିଲେ  । ତାଙ୍କର କ୍ୟାରିୟରକୁ ନେଇ ପରିବାର ଲୋକେ ଅନେକ ସ୍ୱପ୍ନ ଦେଖିଥିଲେ  । ହେଲେ ସବୁକିଛି ଅଧୁରା ରହିଗଲା । 


ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ବିଧାନସଭାରେ ଉଠାଇବୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେହିପରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଶୀଘ୍ର ଦୋଷୀକୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଆଗାମୀ ଦିନରେ କଂଗ୍ରେସ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବ ବୋଲି ସେ କହିଛନ୍ତି ।


ସୂଚନାଯୋଗ୍ୟ, ଗତକାଲି ହଷ୍ଟେଲରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା  । ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ମୃତ୍ୟୁର କାରଣକୁ ନେଇ ସନେ୍ଦହ ବଢିଥିଲା । ୩ ଜଣ ସିନିୟରଙ୍କ ମାନସିକ ନିର୍ଯାତନା ସହି ନ ପାରି ସେ ଜୀବନ ହାରୁଥିବା ସୁଇସାଇଡ୍ ନୋଟ୍ରେ ଲେଖିଥିଲେ ।

 

ତେଣେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ଭୁବନେଶ୍ୱର କମିଶନରେଟ ପୁଲିସର ୩ ଜଣିଆ ଟିମ । ଭୁବନେଶ୍ୱର ଜୋନ-୪ ଏସିପି ପରେଶ କୁମାର ରାଉତଙ୍କ ନେତୃତ୍ୱରେ ଟିମ ତଦନ୍ତ କରୁଛି । ଏହି ଟିମ୍ରେ ବଡ଼ଗଡ଼ ଥାନାଧିକାରୀ ଏବଂ ଜଣେ ସବଇନ୍ସପେର ରହିଛନ୍ତି । ହଷ୍ଟେଲର ସମସ୍ତ ୧୩୪ ଜଣ ଛାତ୍ରୀଙ୍କୁ ପଚରାଉଚରା କରାଯାଉଛି । ହଷ୍ଟେଲ ୱାର୍ଡେନ୍, ସୁପରିଟେଣ୍ଡେଣ୍ଟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।

Related News
satta king tw