Top Stories

Search here...

News

ହରିଶଙ୍କର ପୀଠରେ ମଦ ପିଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ବାଡିରେ ପିଟାପିଟ୍ ହେଉଥିବା ଭିଡିଓ ଭାଇରାଲ 

Posted On - 2 weeks ago
Edited By Jyotirmayee Patanaik
LAST UPDATED Jun 30, 2022 02:10 PM

ହରିଶଙ୍କର ପୀଠରେ ଥିବା ଚିରସ୍ରୋତା ଖସଡ଼ା ପଥରରେ କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତି ଗାଧୋଇବା ବେଳେ ମଦ ପିଉଥିଲେ । ଯାହାକୁ ମନ୍ଦିର କମିଟି ବାରଣ କରିଥିଲା । ପରେ କଂଟାବାଞ୍ଜିର ଅସାମାଜିବ ବ୍ୟକ୍ତି ଓ ମନ୍ଦିର କମିଟି ମଧ୍ୟରେ ଖୁବ୍ ମାରପିଟ୍ ହୋଇଥିଲା ।

 

BBSR Reporters

 

କଂଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜିର ପ୍ରସିଦ୍ଧ ଶୈବପୀଠ ମନ୍ଦିର ପରିସରରେ ଗାଧୋଇବା ବେଳେ ମଦ ପିଇବାକୁ ନେଇ ତୁମୁଳକାଣ୍ଡ । ହରିଶଙ୍କର ପୀଠରେ ଥିବା ଚିରସ୍ରୋତା ଖସଡ଼ା ପଥରରେ କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତି ଗାଧୋଇବା ବେଳେ ମଦ ପିଉଥିଲେ । ଯାହାକୁ ମନ୍ଦିର କମିଟି ବାରଣ କରିଥିଲା । ପରେ କଂଟାବାଞ୍ଜିର ଅସାମାଜିବ ବ୍ୟକ୍ତି ଓ ମନ୍ଦିର କମିଟି ମଧ୍ୟରେ ଖୁବ୍ ମାରପିଟ୍ ହୋଇଥିଲା ।

 

ଯେଉଁକାରଣରୁ ସେଠାରେ ଥିବା ମହିଳା, ଶୈବ ଭକ୍ତ ଓ ପର୍ଯ୍ୟଟକ ପଳାଇ ଯାଇଥିଲେ । ହରିଶଙ୍କରରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ମୁତୟନ କରାଯାଇଥାଏ । କିନ୍ତୁ ଏତେବଡ଼ ଉତେଜନା ବେଳେ ପୋଲିସ୍ ଉପସ୍ଥିତ ନଥିବା ଜଣାପଡ଼ିଛି । ତେବେ ତୁମୁଳକାଣ୍ଡ ସରିବା ପରେ ପୋଲିସ୍ ପହଂଚିଥିଲା । ଦୁଇଗୋଷ୍ଠୀ ପକ୍ଷରୁ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି ।
 

Related News
satta king tw