Top Stories

Search here...

News

ଜେଲଗଲେ ଜଳେଶ୍ୱରର କୋଟିପତି ବିଡିଓ; ଆୟ ବଢିଛି ୪୫୦%, ରହିଛି ୨୪ଟି ପ୍ଲଟ୍, କଟକରେ ତିନି ମହଲା କୋଠା

Posted On - 1 week ago
Edited By Jyotirmayee Patanaik
LAST UPDATED Jun 30, 2022 12:44 PM

ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । 

 

BBSR Reporters


ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ତାଙ୍କୁ ଆଜି ଜେଲ ପଠାଇଦିଆଯାଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ମୋଟ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ସେ ନିଜସ୍ୱ ଆୟ ଠାରୁ ୪୫୦% ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ଦେଇଛି ସୂଚନା ।

 

ଶ୍ରୀ ଦାସଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢ଼ାଉ କରିଥିଲା । ଏହି ସମୟରେ ତାଙ୍କ ଠାରୁ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା । ଯେଉଁଥିରେ ୨୪ଟି ପ୍ଲଟ୍, କଟକ ୪୨ ମୌଜାର କାଳପଡ଼ାରେ ଏକ ତିନି ମହଲା କୋଠା ସହିତ ଇଟା ଫ୍ୟାକ୍ଟ୍ରି, ଝିଙ୍କିରିଆ, ବ୍ରହ୍ମପୁର ଓ କଟକରେ ତାଙ୍କର ଗୋଟିଏ ଲେଖାଏଁ ଦୁଇ ମହଲା କୋଠା, ବ୍ୟାଙ୍କ ଜମା ଓ ବୀମା ଜମା ମିଶି ୭୩.୯୧ ଲକ୍ଷ ଟଙ୍କା, ନଗଦ ୧ ଲକ୍ଷ ୭୦ ହଜାର ୩୦୦ ଟଙ୍କା, ୪୨.୫୭ ଲକ୍ଷ ଟଙ୍କାର ସୁନା (୧.୦୨୮କେଜି) ଓ ରୁପା (୩.୬୩୨ କେଜି) ଗହଣା, ୪୦ ଲକ୍ଷରୁ ଅଧିକ ମୂଲ୍ୟର ୪ଟି ଚାରି ଚକିଆ ଗାଡ଼ି (ଇନୋଭା, ସ୍କୋର୍ପିଓ, ଏମ୍ଜି ହେକ୍ଟର ଓ ନାନୋ) ଏବଂ ୩୯.୮୧ ଲକ୍ଷ ଟଙ୍କାର ୩ଟି ବାଇକ୍ ଓ ଅନ୍ୟ ଘର ଉପକରଣ ଥିଲା । ଭିଜିଲାନ୍ସ ବିଡିଓ ଅଶ୍ୱିନୀ ଦାସଙ୍କ ପନôୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ ।

 

ଅଶ୍ୱିନୀ ଦାସ ୧୯୯୫ ମସିହାରେ କୃଷି ବିଭାଗରେ ଜଣେ ଜୁନିୟର ଆସିଷ୍ଟାଣ୍ଟ ଭାବେ ପ୍ରଥମେ ଚାକିରି କରିଥିଲେ । ୨୦୧୫ରେ ସେ ଓଆରଏସ୍କୁ ପଦୋନ୍ନତି ପାଇ ସୁନ୍ଦରଗଡ଼ର କୁତ୍ରା ଓ କଟକର ନିଆଳି ଆଦି ସ୍ଥାନରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରିଥିଲେ । ପରେ ସେ ଜଗତସିଂହପୁରର ରଘୁନାଥପୁର, ଯାଜପୁରର ଦୋଳିପୁର ଓ ଖୋର୍ଦ୍ଧାର ଜଟଣୀରେ ସବ୍ ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରିଥିଲେ । ୨୦୨୦ରେ ତାଙ୍କୁ ଓଏଏସ୍ ଅଫିସର ଭାବେ ପଦୋନ୍ନତି ମିଳିଥିଲା । ଏହା ପରେ ସେ ଟାଙ୍ଗି ତହସିଲଦାର ଭାବେ କାର୍ଯ୍ୟ କରିଥିଲେ । ତା’ ପରେ କେନ୍ଦ୍ରାପଡ଼ା ବିଡିଓ ହୋଇଥିଲେ । ଏବେ ସେ ଜଳେଶ୍ୱର ବିଡିଓ ଭାବେ କାର୍ଯ୍ୟ କରୁଥିବା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
 

Related News
satta king tw