Top Stories

Search here...

News

ଜୁନ୍ ୨୭ରୁ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ; ଅଗଷ୍ଟ ୧ ରୁ ପରୀକ୍ଷା

Posted On - 3 weeks ago
Edited By Prabir Kumar
LAST UPDATED Jul 13, 2022 03:59 PM

ଜୁଲାଇ ୨୦ ତାରିଖ ଅପରାହ୍ନ ୨ଟା ପରଠୁ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନ୍ଲୋଡ୍ କରିପାରିବେ । ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

 

BBSR Reporters


ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ମୁତାବକ, ପ୍ରବେଶିକା ପରୀକ୍ଷା ପାଇଁ ଜୁନ୍ ୨୭ରୁ ଏସଏଏମଏସ୍ ଜରିଆରେ ଆବେଦନ କରିହେବ । SAMSର ଓ୍ବେବସାଇଟ୍ www.samsodisha.gov.in ରେ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍) ଉପଲବ୍ଧ ହେବ।

 

ଜୁଲାଇ ୨୦ ତାରିଖ ଅପରାହ୍ନ ୨ଟା ପରଠୁ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନ୍ଲୋଡ୍ କରିପାରିବେ । ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । କେବଳ ଅଗଷ୍ଟ ୭, ୯ ଓ ୧୧ ତାରିଖରେ ପରୀକ୍ଷା ହେବ ନାହିଁ । ଜୁଲାଇ ୧୨ ଆବେଦନର ଶେଷ ତାରିଖ ରହିଛି । 

 

ଜୁଲାଇ ୧୩ ଓ ୧୪ ତାରିଖରେ କମନ ଅପ୍ଲିକେସନ ଫର୍ମରେ ଆବଶ୍ୟକ ସଂଶୋଧନ କରିହେବ । କିନ୍ତୁ ନୂଆ ଆବେଦନ କରି ହେବ ନାହିଁ । ଅଗଷ୍ଟ ୨୫ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଯୋଗ୍ୟ ପ୍ରାର୍ଥୀମାନେ ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଚଏସ୍ ଫିଲିଂ କରିବେ । ସେପ୍େଟମ୍ବର ୫ ତାରିଖରେ ସିଟ୍ ଆଲଟମେଣ୍ଟ କରାଯିବ । ସେପ୍େଟମ୍ବର ୬ ଓ ୭ ତାରିଖରେ ପ୍ରଥମ ପର୍ଯ୍ୟୟ ନାମଲେଖା ହେବ ।

 

ସେପ୍େଟମ୍ବର ୧୩ ତାରିଖ ମଧ୍ୟାହ୍ନ ପରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ କରାଯିବ । ତା’ପର ଦୁଇଦିନ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ । ୨୦ ତାରିଖରେ ଝଇଗଝ ୱେବସାଇଟ୍ରେ ଖାଲି ସିଟ୍ ନେଇ ସୂଚନା ପ୍ରକାଶ ପାଇବ । ୨୩ ତାରିଖରେ ସ୍ପଟ୍ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଏ ସମ୍ପର୍କରେ ଯେକେହି ଅଧିକ ଜାଣିବା ନିମନ୍ତେ ଚାହିଁବେ ସେମାନଙ୍କ ପାଇଁ ଦୁଇଟି ହେଲପ ଲାଇନ ନମ୍ବର – ୧୫୫୩୩୫/୧୮୦୦-୩୪୫-୬୭୭୦ ଜାରି କରାଯାଇଛି । 
 

Related News
satta king tw