Top Stories

Search here...

News

ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମକୁ ମନା; କଡ଼ା ଭାଷାରେ ସମାଲୋଚନା କଲେ ବିରୋଧୀ ବିଜେପି ଓ କଂଗ୍ରେସ

Posted On - 6 days ago
Edited By Team BbsrReporters
LAST UPDATED Jul 16, 2022 07:23 PM

ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା । ସ୍କୁଲ ଭିତରେ କଣ ଭୁଲ୍, ଠିକ୍ ହେଉଛି ପଦାକୁ ଆଣିବା ସାମ୍ବାଦିକଙ୍କ ଅଧିକାର କହିଛନ୍ତି  ଅପରାଜିତା ଷଡଙ୍ଗୀ l

 

BBSR Reporters

 


ଭୁବନେଶ୍ୱର: ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍ ଭିତରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ନିଷେଧ ନେଇ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ୍ ଶିକ୍ଷାଧିକାରୀଙ୍କ ଚିଠି ପରେ ସରକାରଙ୍କ ଗ୍ରହଣୀୟତାକୁ ନେଇ ରାଜ୍ୟ ସରକାରଙ୍କ କଡା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ କଂଗେସ ଓ ବିଜେପି  । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । 

 

ସାଂସଦ କହିଛନ୍ତି, ଏ ସମ୍ପର୍କରେ ଶୁଣି ମୁଁ ହତବାକ । ଏବେ ସରକାର ଯେଉଁ ନିଦେ୍ର୍ଧଶନାମା ଦେଇଛନ୍ତି, ତାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ । ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା । ସ୍କୁଲ ଭିତରେ କଣ ଭୁଲ୍, ଠିକ୍ ହେଉଛି ପଦାକୁ ଆଣିବା ସାମ୍ବାଦିକଙ୍କ ଅଧିକାର । ଏଭଳି କରି ସରକାର ସାମ୍ବାଦିକଙ୍କ ଗଣତାନ୍ତ୍ରିକ ଅଧିକାରରେ ବାଧା ଦେଉଛନ୍ତି । ମୁଁ ଶିକ୍ଷା ସଚିବ ଥିବା ବେଳେ ସ୍କୁଲ୍ ନୋ ପନିସମେଣ୍ଟ ଜୋନ କରାଯାଇଥିଲା ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।

 

ସେହିକରି କଂଗ୍ରେସ ବିଧାୟକ ସୁର ରାଉତରାୟ ଏପରି ନିଷ୍ପତ୍ତିକୁ ନାପସନ୍ଦ କରିବା ସହ କହିଛନ୍ତି, ରୋକ୍ ଲଗାଇବା ଠିକ୍ ନୁହେଁ । ଦୁର୍ନୀତିକୁ ଚାପିବା ପାଇଁ ଗଣମାଧ୍ୟମ ଉପରେ ପଦକ୍ଷେପ ନିଆଯାଉଛି । ପ୍ରଥମେ ଏସ୍ସିବି ମେଡିକାଲ, ପରେ ସଚିବାଳୟ, ତା’ପରେ ବିଧାନସଭାକୁ ମନା କଲେ । ଏବେ ସ୍କୁଲକୁ ମନା କରୁଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ନିନ୍ଦନୀୟ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।


 ସ୍କୁଲ କ୍ୟାମ୍ପସ୍ ଭିତରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ନିଷେଧ ନେଇ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ୍ ଶିକ୍ଷାଧିକାରୀଙ୍କ ଚିଠସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜ ବିଭାଗ ଦୋଷ ଓ ଦୁର୍ବଳତାକୁ ସଜାଡିବା ପରିବର୍ତ୍ତେ ସବୁ ଦୋଷ ୱେବ ମିଡ଼ିଆ ଉପରେ ଲଦିଛନ୍ତି । 

Related News
satta king tw