Top Stories

Search here...

News

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପରୀକ୍ଷା ବାତିଲ, ଫିଜିକ୍ସ ପ୍ରଶ୍ନପତ୍ର ଲିକ୍‌

Posted On - 49 minutes ago
Edited By Team BbsrReporters
LAST UPDATED Jul 15, 2022 01:03 PM

ଗତକାଲି ଆର୍ଟସ ଷ୍ଟ୍ରିମ୍‌ର ଏଜୁକେସନ ପେପର ଲିକ୍‌ ହୋଇଥିବା ବେଳେ ଆଜି ବିଜ୍ଞାନର ଫିଜିକ୍ସ ପେପର ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ହିଁ ଅରିଜିନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ।

 

BBSR Reporters

 

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଗତକାଲି ଘଟିଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣାର ଆଜି ବି ପୁନରାବୃତ୍ତି ହୋଇଛି। ଗତକାଲି ଆର୍ଟସ ଷ୍ଟ୍ରିମ୍‌ର ଏଜୁକେସନ ପେପର ଲିକ୍‌ ହୋଇଥିବା ବେଳେ ଆଜି ବିଜ୍ଞାନର ଫିଜିକ୍ସ ପେପର ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ହିଁ ଅରିଜିନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ। ଏଥିସହ ଆଜି ହେବାକୁ ଥିବା ଫିଜିକ୍ସ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ପ୍ରଶ୍ନପତ୍ର ଲିକ୍ ହୋଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ। ସୂଚନା  ଅନୁଯାୟୀ, ଦିନ ୧୦ଟାରେ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ସେଟ୍‌କୁ ଖୋଲା ଯାଇଥିଲା। ତାହାକୁ ଭାଇରାଲ ପ୍ରଶ୍ନପତ୍ର ସହ ମେଳ କରାଯିବାରୁ ତାହା ପୂରାପୂରି ସମାନ ବୋଲି ଜଣାଯାଇଛି। ତେଣୁ ତୁରନ୍ତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଏହି ପରୀକ୍ଷା ପୁଣି କେବେ ହେବ ତାହା ସ୍ଥିର ହୋଇପାରି ନାହିଁ। ଏନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ। ଲିକ୍‌ ହୋଇଥିବା ଫିଜିକ୍ସ ପ୍ରଶ୍ନପତ୍ର ଛାପାଖାନାକୁ ଯିବା ପୂର୍ବର ବୋଲି ଜଣାଯାଇଛି। ତେଣୁ ଏଥିରେ ପ୍ରଶ୍ନପତ୍ର ସେଟ୍‌ କରୁଥିବା ତଥା ଛାପାଖାନାକୁ ନେଉଥିବା କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

 

ଗତକାଲି ଏଜୁକେସନ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ବେଳେ ଏହି ଘଟଣାର ତଦନ୍ତ କରାଯାଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ନିବୃତ୍ତ କରାଯାଇଛି। ତାଙ୍କ ବିରୋଧରେ ଦୃଢ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଗତକାଲି ଅଧିକାରୀ କହିଥିଲେ। ମାତ୍ର ଆଜିର ଘଟଣା ପଛରେ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

 

ଛାତ୍ରଛାତ୍ରୀ ଦୀର୍ଘ ଦିନ ପରିଶ୍ରମ କରି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଏହା ପୂର୍ବରୁ ଲିକ୍‌ ହୋଇଯାଉଛି ପ୍ରଶ୍ନପତ୍ର। ଫଳରେ ସେମାନଙ୍କ ଭବିଷ୍ୟତ ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ ଏପରି କାଣ୍ଡ ଘଟାଉଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

Related News
satta king tw